କାହାକୁ ଡେଟ୍ କରିବାକୁ ଚାହୁଁଛନ୍ତି ହରନାଜ

ମୁମ୍ବାଇ: ଦୀର୍ଘ ୨୧ ବର୍ଷ ପରେ ଭାରତକୁ ମିସ୍ ୟୁନିଭର୍ସ ମୁକୁଟ ଫେରାଇ ଆଣିଥିବା ହରନାଜ ସାନ୍ଧୁ ଏବେ ସମସ୍ତଙ୍କ ନଜରରେ । ନିକଟରେ ସେ ଏକ ସାକ୍ଷାତ୍‌କାରରେ ତାଙ୍କ ପର୍ସନାଲ ଓ ପ୍ରଫେସନାଲ ଲାଇଫକୁ ନେଇ ମନ ଖୋଲି କଥା ହୋଇଛନ୍ତି । ସେ ବଲିଉଡରେ ଏଣ୍ଟ୍ରି କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ତାଙ୍କ ପାଇଁ ଆଉ ଏକ ପ୍ରଶ୍ନ ଥିଲା ସେ ବର୍ତ୍ତମାନର ବୟସ୍କ ପାୱାରଫୁଲ, ଧନୀ ନା ଷ୍ଟ୍ରଗଲ କରୁଥିବା ୟଙ୍ଗମ୍ୟାନଙ୍କୁ ଡେଟ୍ କରିବାକୁ ଚାହିଁବେ । ଉତ୍ତରରେ ହରନାଜ କହିଥିଲେ ସେ ଜଣେ ବୟସ୍କ ଧନୀ ବ୍ୟକ୍ତିଙ୍କ ଅପେକ୍ଷା ଜଣେ ଷ୍ଟ୍ରଗଲ କରୁଥିବା ୟଙ୍ଗମ୍ୟାନଙ୍କୁ ଡେଟ୍ କରିବାକୁ ଚାହିଁବେ । ଏମିତି ହେଲେ ପରସ୍ପରର ଷ୍ଟ୍ରଗଲକୁ ସେ ବୁଝି ପାରିବେ ବୋଲି ହରନାଜ କହିଛନ୍ତି । ତେବେ ବଲିଉଡରେ କାଷ୍ଟିଙ୍ଗ କାଉଚକୁ ନେଇ ସେ ଏକ ପ୍ରକାର ଚୁପ୍ ରହିଛନ୍ତି । ସେ କହିଛନ୍ତି ସମୟ ଆସିଲେ ପରିସ୍ଥିତିକୁ ଦେଖି ସେ ସବୁର ନିର୍ଣ୍ଣୟ ସେ ନେବେ ।

Share