Categories: ଜାତୀୟ

ବିପକ୍ଷ ଶୁଣିବାକୁ ପ୍ରସ୍ତୁତ ନାହାନ୍ତି: ଜୟଶଙ୍କର

ନୂଆଦିଲ୍ଲୀ,୨୭।୭: ମଣିପୁର ହିଂସାକୁ ନେଇ ବିରୋଧୀ ସଂସଦର ଉଭୟ ଗୃହରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଗୁରୁବାର ବିରୋଧୀ ଦଳର ହଟ୍ଟଗୋଳ ମଧ୍ୟରେ ଜୟଶଙ୍କର ଭାରତର ବୈଦେଶିକ ନୀତିର ସଫଳତା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଗସ୍ତ ବିଷୟରେ ଗୃହକୁ ସୂଚନା ଦେଇଛନ୍ତି। ଗୃହରେ ହୋଇଥିବା ହଟ୍ଟଗୋଳ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଦଳୀୟ ରାଜନୀତିକୁ ବିରୋଧୀ ପ୍ରାଥମିକତା ଦେଇଛନ୍ତି ବୋଲି ସେ କହିଛନ୍ତି।
ଅନ୍ୟ ଦେଶରୁ ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଥିବା ସର୍ବୋଚ୍ଚ ସମ୍ମାନ ବିଷୟରେ ସେ କହିଛନ୍ତି, ଯଦି ଆପଣ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଦେଇ ପାରିବେ ନାହିଁ, ଯଦି ଆପଣ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କୁ କହିବାକୁ ଅନୁମତି ଦେବେ ନାହିଁ, ତେବେ ଏହା ଅତ୍ୟନ୍ତ ଦୁଃଖଦାୟକ। ଜାତୀୟ ସ୍ବାର୍ଥ ପ୍ରସଙ୍ଗରେ ରାଜନୀତିକୁ ଅଲଗା ରଖିବା ଉଚିତ। ସେମାନେ ନିଜ ମେଣ୍ଟର ନାମ ‘ଇଣ୍ଡିଆ’ ଦେଇଛନ୍ତି କିନ୍ତୁ ଯଦି ସେମାନେ ଭାରତର ଜାତୀୟ ସ୍ବାର୍ଥ ଶୁଣିବାକୁ ପ୍ରସ୍ତୁତ ନାହଁାନ୍ତି ତେବେ ତାହା କେଉଁ ପ୍ରକାରର ‘ଇଣ୍ଡିଆ’। ଖରାପ ଲାଗୁଛି ବିରୋଧୀ ଶୁଣିବାକୁ ପ୍ରସ୍ତୁତ ନାହାନ୍ତି ବୋଲି ଜୟଶଙ୍କର କହିଛନ୍ତି।

Share