ପାଟନା,୧୬।୨: ଭାରତର ପ୍ରଧାନମନ୍ତ୍ରୀ ହେବା ଲାଗି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନିକଟରେ ସମସ୍ତ ଯୋଗ୍ୟତା ରହିଛି। ଏପରି କହିଛନ୍ତି ଆର୍ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ। ଶୁକ୍ରବାର ବିହାରରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଚାଲିଛି। ଏହି ଅବସରରେ ଲାଲୁଙ୍କୁ ରାହୁଲଙ୍କ ରାଜନୈତିକ ଭବିଷ୍ୟତ ବିଷୟରେ ପଚରାଯାଇଥିଲା, ଯାହାର କିଛି ଏଭଳି ଜବାବ ଦେଇଛନ୍ତି ଲାଲୁ ।
ପାଟଣାର ଖବରଦାତାମାନଙ୍କୁ ସାକ୍ଷାତକାର ଦେବା ସମୟରେ ଲାଲୁଙ୍କୁ ରାହୁଲ ଗାନ୍ଧୀ କ’ଣ ପ୍ରଧାନମନ୍ତ୍ରୀ ହେବେ ବୋଲି ପଚରାଯାଇଥିଲା। ଏହାର ଜବାବରେ ସେ କହିଥିଲେ ଯେ, ତାଙ୍କ ପାଖରେ ଯୋଗ୍ୟତାର ଅଭାବ ନାହିଁ।
#WATCH | Patna: On being asked if Rahul Gandhi can become the Prime Minister, former Bihar CM and RJD chief Lalu Prasad Yadav says “Koi kami thodi hai, koi kami nahi hain…” pic.twitter.com/1XNASqd4W3
— ANI (@ANI) February 16, 2024
ଏହାଛଡ଼ା ବିହାର ମୁଖ୍ୟମନ୍ତ୍ରୀ ତଥା ପୂର୍ବ ସହଯୋଗୀ ନୀତୀଶ କୁମାରଙ୍କୁ ନେଇ ମଧ୍ୟ ସେ ବଡ଼ ବୟାନ ଦେଇଛନ୍ତି। କ’ଣ ନୀତୀଶ ପୁନର୍ବାର ମେଣ୍ଟକୁ ଆସିବେ ବୋଲି ତାଙ୍କୁ ପଚରାଯାଇଥିଲା। ଏହାର ଉତ୍ତର ଦେଇ ଲାଲୁ କହିଛନ୍ତି ଯେ, ତାଙ୍କ ଦ୍ୱାର ସବୁବେଳ ପାଇଁ ଖୋଲା ରହିଛି।