Advertisement

ଘରେ କେଉଁ ଫଟୋ ଲଗାଇବେ ନାହିଁ

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋ ଲଗାଇଥାନ୍ତି। ତେବେ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ ରହିଛି କିଛିଟା ନିୟମ । ଯେମିତିକି-
ନଟରାଜଙ୍କ ମୂର୍ତ୍ତି ହେଉ ଅବା ଫଟୋକୁ ଘରେ ରଖିବା ଠିକ୍‌ ନୁହେଁ। କାରଣ ଏଥିରେ ଭଗବାନ ଶିବଙ୍କର ତାଣ୍ଡବ ମୁଦ୍ରା ରହିଥାଏ; ଯାହାକୁ ବିଧ୍ୱଂସର ପ୍ରତୀକ ବୋଲି କୁହାଯାଏ।
* ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ଅସ୍ତ୍ରଶସ୍ତ୍ର କିମ୍ବା ଯୁଦ୍ଧ ସମ୍ବନ୍ଧୀୟ ଫଟୋ ଲଗାଇବା ମଧ୍ୟ ଠିକ୍‌ ନୁହେଁ। ବିଶେଷକରି ମହାଭାରତ ଯୁଦ୍ଧର ଫଟୋ ଲଗାଇବେ ନାହିଁ। ଏହାଦ୍ୱାରା ଭ୍ରାତୃ ସମ୍ପର୍କରେ ତିକ୍ତତା ଆସିଥାଏ ବୋଲି ବିଶ୍ୱାସ ରହିଛି।
ପାଣିରେ ବୁଡ଼ି ଯାଉଥିବା ଡଙ୍ଗା କିମ୍ବା ଜାହାଜର ଫଟୋକୁ ମଧ୍ୟ କାନ୍ଥରେ ଲଗାଇବା ଉଚିତ୍‌ ନୁହେଁ। ଏହା ପ୍ରଗତିରେ ବାଧା ସୃଷ୍ଟି କରେ ବୋଲି ବିଶ୍ୱାସ ରହିଛି।
ଘରେ ପିଲାମାନଙ୍କର ଫଟୋ ଲଗାଇବା ସୌଭାଗ୍ୟର ସୂଚନା ଦିଏ। ଖାସ୍‌କରି ନବଦମ୍ପତିଙ୍କ ରୁମ୍‌ରେ ପିଲାଙ୍କ ଫଟୋ ଲଗାଇବା ଶୁଭଫଳ ଦେଇଥାଏ। କିନ୍ତୁ କେବେ ବି କାନ୍ଦୁଥିବା କିମ୍ବା ରାଗିକି ଚାହୁଁଥିବା ପିଲାର ଫଟୋ ଲଗାଇବେ ନାହିଁ, ଏହା ଦୁର୍ଭାଗ୍ୟକୁ ଡାକି ଆଣିଥାଏ।
ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ଗୋଲାପ ଫୁଲର ଫଟୋ ଲଗାଇପାରିବେ କିନ୍ତୁ ଏହାର ଗଛର ଫଟୋକୁ ଲଗାଇବେ ନାହିଁ। କାରଣ ଏଥିରେ ଥିବା କଣ୍ଟାର ଛବି ଘରେ ନକାରାତ୍ମକ ଊର୍ଜ୍ଜା ବୃଦ୍ଧି କରିଥାଏ।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel