Categories: ଖେଳ

ନିଜ ଘରେ ଇଂଲଣ୍ଡକୁ ପରାଜିତ କରିବା ପରେ ଏପରି କହିଲେ ରୋହିତ ଶର୍ମା

ବର୍ମିଂହାମ,୧୦।୭: ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌କୁ ୪୯ ରନ୍‌ରେ ଜିତି ନେଇଛି ଟିମ୍‌ ଇଣ୍ଡିଆ। ଫଳରେ ୨-୦ରେ ଅଗ୍ରଣୀ ରହି ସିରିଜକୁ ଆଗୁଆ ଜିତି ନେଇଛି ଦଳ। ଘରୋଇ ଟିମ୍‌କୁ ଘରୋଇ ମଇଦାନରେ ପରାଜିତ ହେବା ପରେ ଅଧିନାୟକ ରୋହିତ ଶର୍ମା ଖୁସି ବ୍ୟକ୍ତ କରିବା ସହ କହିଛନ୍ତି, ଇଂଲଣ୍ଡକୁ ଘରୋଇ ମଇଦାନରେ ହରାଇବା କଷ୍ଟକର। କେବଳ ଇଂଲଣ୍ଡରେ ହିଁ ନୁହେଁ ସେମାନେ ସବୁ ସ୍ଥାନରେ ଭଲ ଖେଳି ଆସିଛନ୍ତି। ଏଣୁ ସେମାନଙ୍କଠାରୁ କଡ଼ା ଟକ୍କର ମିଳିବ ବୋଲି ଜାଣିଥିଲୁ। ହେଲେ ଆମେ ଯାହା କରିବାକୁ ଚାହୁଁଥିଲୁ ତାହା କଲୁ। ବ୍ୟାଟିଂ ଏବଂ ବୋଲିଂରେ କ’ଣ କରିବୁ ସେନେଇ ସ୍ପଷ୍ଟ ଥିଲୁ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି।

ଏହାଛଡ଼ା ଅଧିନାୟକ ଭାବେ ଭଲ ଆରମ୍ଭକୁ ନେଇ ରୋହିତ କହିଛନ୍ତି, ଯେତେବେଳେ ମ୍ୟାଚ୍‌ ଜିତୁ ଆତ୍ମବିଶ୍ୱାସ ବଢ଼ିଥାଏ। ଦଳ ମଧ୍ୟରେ ଆତ୍ମବିଶ୍ୱାସ ବଢ଼େ। ଏଣୁ ଆଗାମୀ ମ୍ୟାଚ୍‌ରେ ଦଳ କେଉଁଭଳି ଖେଳିବ ତାହା ଦେଖିବାକୁ ଉତ୍ସାହିତ ଅଛି। ଆମେ ପୁଣି ବିଜୟୀ ହେବାକୁ ଚାହିଁବୁ ବୋଲି ସେ କହିଛନ୍ତି।

Share