ସଙ୍କଟ ସମୟରେ ବୁଦ୍ଧିମାନ ବ୍ୟକ୍ତିଙ୍କୁ କ’ଣ କରିବା ଉଚିତ ? ଚାଣକ୍ୟ କହିଲେ ଏମିତି

ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ ଶ୍ଳୋକ ମାଧ୍ୟମରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ସମସ୍ୟା ଓ ତାର ସମାଧାନ ବର୍ଣ୍ଣନା କରିଛନ୍ତି । ଯାହାକୁ ଗ୍ରହଣ କରି ଜଣେ ଖୁସିରେ ଜୀବନ ଅତିବାହିତ କରିପାରିବ।

ସେ ତାଙ୍କ ନୀତିଶାସ୍ତ୍ରରେ ସଙ୍କଟ ସମୟରେ ମନୁଷ୍ୟକୁ ରକ୍ଷା କରିବା ପାଇଁ ଅନେକ ପଦକ୍ଷେପ ବର୍ଣ୍ଣନା କରିଛନ୍ତି। ସଙ୍କଟ ସମୟରେ ଜଣେ ଜ୍ଞାନୀ ବ୍ୟକ୍ତି କଣ କରିବା ଉଚିତ୍‌ ଜାଣନ୍ତୁ ସେ ସମ୍ପର୍କରେ…

ଯେ ପର୍ଯ୍ୟନ୍ତ ଅସୁବିଧା, ଚିନ୍ତା ଏବଂ ସଙ୍କଟ ଦୂରରେ ରହିଥାଏ, ସେତେବେଳେ ବୁଦ୍ଧିମାନ ଲୋକମାନେ ସେଗୁଡ଼ିକୁ ଭୟ କରିବା ଉଚିତ୍‌।

ମାତ୍ର ଯେତେବେଳେ ଅସୁବିଧା ଘେରି ରୁହେ ସେତେବେଳେ ସମ୍ପୂର୍ଣ୍ଣ ନିର୍ଭୟରେ ରହିବାକୁ ପଡ଼ିବ। ଏହି ସମୟରେ ସେମାନେ ସାହସ ଏବଂ ଧର୍ଯ୍ୟ ରଖିବା ଉଚିତ୍‌। ଏହି ଉପାୟରେ ଅସୁବିଧା ଦୂର ହୋଇ ଏଥିରୁ ରକ୍ଷା ମିଳିବ।