Categories: ଜାତୀୟ

ପାଟନାରୁ ଯାହା ଆରମ୍ଭ ହୁଏ ତାହା ଜନ ଆନ୍ଦୋଳନର ରୂପ ନିଏ; ବିରୋଧି ଦଳ ବୈଠକ ପରେ କହିଲେ ମମତା

ପାଟନା,୨୩।୬: ବିହାରର ରାଜଧାନୀ ପାଟନାରେ ଶୁକ୍ରବାର ୧୭ଟି ବିରୋଧୀ ଦଳର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ଶେଷ ହେବା ପରେ ସମସ୍ତ ଦଳର ମୁଖ୍ୟ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ କହିଛନ୍ତି, ପାଟନାଠାରୁ ଯାହା କିଛି ଆରମ୍ଭ ହୁଏ, ତାହା ଏକ ଜନ ଆନ୍ଦୋଳନର ରୂପ ନେଇଥାଏ।

ମମତା କହିଛନ୍ତି, ଯଦି ଭାଜପା ପୁଣିି ନିର୍ବାଚନରେ ଜିତେ ତେବେ ଦେଶରେ ଭବିଷ୍ୟତରେ କୌଣସି ନିର୍ବାଚନ ହେବ ନାହିଁ। ଆମେ ସମସ୍ତେ ଏକଜୁଟ ହୋଇ ଭାଜପା ବିରୋଧରେ ଲଢିବୁ।

ଆମେ ତିନୋଟି ବିଷୟ ଉପରେ ଗୁରୁତ୍ୱ ଦେଇଛୁ। ଆମେ ଗୋଟିଏ, ଆମେ ଏକାଠି ଲଢିବୁ ଏବଂ ପରବର୍ତ୍ତୀ ବୈଠକ ଶିମଲାରେ ଅନୁଷ୍ଠିତ ହେବ। ଇତିହାସ ଏଠାରୁ ଆରମ୍ଭ ହୋଇଛି। ଭାଜପା ଚାହୁଁଛି ଇତିହାସ ପରିବର୍ତ୍ତନ କରାଯାଉ। କିନ୍ତୁ ଆମେ ଚାହୁଁ ବିହାରରୁ ଇତିହାସ ରକ୍ଷା କରାଯାଉ। ଆମର ଲକ୍ଷ୍ୟ ହେଉଛି, ଏହି ଫାସିବାଦୀ ସରକାର ବିରୋଧରେ ସ୍ବର ଉଠାଇବୁ ବୋଲି ମମତା କହିଛନ୍ତି।

Share