Categories: ଜାତୀୟ

ହିଂସା ରୋକିବା ପାଇଁ କ’ଣ ପଦକ୍ଷେପ ଗ୍ରହଣ କରିଛ: ମଣିପୁର ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୩।୭ : ମଣିପୁର ହିଂସା ମାମଲାରେ ଦାଖଲ ହୋଇଥିବା ଆବେଦନ ଉପରେ ସୋମବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଏହି ସମୟରେ କୋର୍ଟ ତିନୋଟି ମୁଖ୍ୟ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କଠାରୁ ଉତ୍ତର ମାଗିଛନ୍ତି। ରାଜ୍ୟରେ ମେତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ହିଂସାକୁ ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କୋର୍ଟ ସୂଚନା ମାଗିଥିଲେ।

ଏହା ବ୍ୟତୀତ ସୁପ୍ରିମକୋର୍ଟ ଗୃହହୀନ ତଥା ହିଂସା ପ୍ରଭାବିତ ଲୋକଙ୍କୁ ପୁନଃଥଇଥାନ, ସୁରକ୍ଷା ବାହିନୀ ନିୟୋଜନ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ସୂଚନା ମାଗିଛନ୍ତି। ସୁପ୍ରିମକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୧୦ ଜୁଲାଇକୁ ସ୍ଥିର କରିଛନ୍ତି।

Share