ହୋଲିରେ କ’ଣ ପିନ୍ଧିବେ

ସାଙ୍ଗସାଥୀ ଓ ପରିବାର ସହ ମିଶି ରଙ୍ଗର ପର୍ବ ହୋଲିକୁ ବେଶ୍‌ ଆନନ୍ଦର ସହ ପାଳନ କରାଯାଇଥାଏ। ପରସ୍ପର ଭିତରେ ସ୍ନେହ ଶ୍ରଦ୍ଧାକୁ ଆହୁରି ମଜଭୁତ କରିଥାଏ ଏହି ପର୍ବ। ରଙ୍ଗ ଖେଳିବା ସମୟରେ
କ’ଣ ପିନ୍ଧିବେ ସେ ସମ୍ପର୍କରେ କେତୋଟି ଟିପ୍ସ…..

ଧଳା ଡ୍ରେସ୍‌ : ବିଶେଷ ଭାବରେ ଧଳା ରଙ୍ଗର ଡ୍ରେସ ପିନ୍ଧି ହୋଲି ଖେଳିବାର ମଜା ନିଆରା। ଏହା ମଧ୍ୟ ଏକ ଟ୍ରେଣ୍ଡରେ ପରିଣତି ହୋଇଗଲାଣି। ତେଣୁ ଆପଣ ଧଳା ରଙ୍ଗର ଡ୍ରେସ ପିନ୍ଧି ଏହି ପର୍ବର ମଜା ନେଇ ପାରିବେ। ଆପଣ ଚାହିଁଲେ ଧଳା ରଙ୍ଗର ଭାରତୀୟ ଏବଂ ଓ୍ବେଷ୍ଟର୍ଣ୍ଣ ଡ୍ରେସ୍‌ ମଧ୍ୟ ପିନ୍ଧିପାରିବେ।
ଲଙ୍ଗ୍‌ କୁର୍ତ୍ତି : ଯଦି ଆପଣ ଟ୍ରାଡିସ୍‌ନାଲ ଓ ଓ୍ବେଷ୍ଟନର୍ର୍ ଦୁଇଟିକୁ ଟ୍ରାଏ କରିବାକୁ ଚାହାଁନ୍ତି ତେବେ ଜିନ୍ସ ସହିତ ଲଙ୍ଗ ହ୍ବାଇଟ୍‌ କୁର୍ତ୍ତି ପିନ୍ଧିପାରିବେ। ଏହା ସହିତ କଲରଫୁଲ୍‌ ସନ୍‌ଗ୍ଲାସ ମଧ୍ୟ ପିନ୍ଧିପାରିବେ। ଏହାଦ୍ୱାରା ଆପଣଙ୍କ ଲୁକ୍‌ ଷ୍ଟାଇଲିଶ ହେବା ସହ ଅନ୍ୟଠୁ ଅଲଗା ଦେଖାଯିବେ।
ପଞ୍ଜାବୀ କୁର୍ତ୍ତି ଓ ସଲଓ୍ବାର : ଆପଣ ଯଦି ଟ୍ରାଡିସନାଲ ଗେଟଅପ୍‌ରେ ନିଜକୁ ଦେଖିବାକୁ ଚାହାଁନ୍ତି ତେବେ ପଞ୍ଜାବୀ ଷ୍ଟାଇଲ୍‌ ଛୋଟ କୁର୍ତ୍ତି ସହିତ ପଟିଆଲା ପ୍ୟାଣ୍ଟ ବେଷ୍ଟ ଅପସନ୍‌ ହୋଇପାରିବ। ଏହି ଡ୍ରେସରେ ଆପଣ କମ୍ଫଟେବଲ୍‌ ରହିବା ସହ କୁଲ୍‌ ମଧ୍ୟ ଦେଖାଯିବେ।
ରଙ୍ଗିନ୍‌ ଦୁପଟ୍ଟା : ଯଦି ଆପଣ ହ୍ବାଇଟ୍‌ କୁର୍ତ୍ତି ପିନ୍ଧୁଛନ୍ତି ତେବେ ଏଥିରେ ପଞ୍ଜାବୀ କିମ୍ବା ଫୁଲକାରୀ ଦୁପଟ୍ଟା ପିନ୍ଧି ପାରନ୍ତି। ଏହା ଆପଣଙ୍କ ହୋଲି ଥିମ୍‌କୁ ସୁନ୍ଦର କରିବ।
ଭାଇବ୍ରାଣ୍ଟ କଲର ସନ୍‌ଗ୍ଲାସ : ଯଦି ଆପଣ ଦିନସାରା ସାଙ୍ଗମାନଙ୍କ ସହିତ ହୋଲି ଖେଳରେ ବୁଲାବୁଲିର ପ୍ଲାନ କରୁଥାନ୍ତି ତେବେ ନିଜର କ୍ଲାସି ସନ୍‌ଗ୍ଲାସ ଚୟନ କରନ୍ତୁ। ସମ୍ଭବ ହେଲେ ଭାଇବ୍ରାଣ୍ଟ କଲରର ସନ୍‌ଗ୍ଲାସ କିଣନ୍ତୁ। ଏହି ସନ୍‌ଗ୍ଲାସ ଖରାଠୁ ରକ୍ଷା କରିବା ସହ ଆପଣଙ୍କୁ ଷ୍ଟାଇଲିଶ୍‌ ଲୁକ୍‌ ମଧ୍ୟ ଦେଇଥାଏ।