ଭାରତର କ୍ଷେପଣାସ୍ତ୍ର ମାଡ଼ ଉପରେ ଏମିତି କହିଲା ଆମେରିକା

ଓ୍ବାଶିଂଟନ,୧୫।୩: ଭାରତ ପକ୍ଷରୁ ନିକଟରେ ପାକିସ୍ତାନ ଉପରେ କରାଯାଇଥିବା କ୍ଷେପଣାସ୍ତ୍ର ମାଡ଼ ଏକ ଦୁର୍ଘଟଣା ଥିଲା ବୋଲି ଆମେରିକା ପକ୍ଷରୁ କୁହାଯାଇଛି। ଗତ ଶୁକ୍ରବାର ଭାରତ ପକ୍ଷରୁ କୁହାଯାଇଥିଲା, ଦୁଇ ଦିନ ତଳେ ଦୁର୍ଘଟଣାବଶତଃ ପାକିସ୍ତାନ ଉପରେ ଏକ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା। ଏହା ଏକ ଗଭୀର ଦୁଃଖଦାୟକ ଘଟଣା। ରୁଟିନ ରକ୍ଷଣବେକ୍ଷଣ ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଭଳି ଘଟିଥିଲା।

“ଆମର ଭାରତୀୟ ସହଯୋଗୀଙ୍କଠାରୁ ଯାହା ଶୁଣିବାକୁ ମିଳିଛି ଏବଂ ଆମ ପାଖରେ କୌଣସି ପ୍ରମାଣ ନ ଥିବାରୁ ଏହା ଦୁର୍ଘଟଣା ଛଡ଼ା ଅନ୍ୟ କିଛି ନୁହେ ” ବୋଲି ଷ୍ଟେଟ୍‌ ଡିପାର୍ଟମେଣ୍ଟ ପ୍ରବକ୍ତା ନେଡ୍‌ ପ୍ରାଇସ୍‌ କହିଛନ୍ତି।

Share