Advertisement

ବରୁଣ ଯାହା ଚାହୁଁଥିଲେ..

ସତରେ ଏ ମନ ଖୋଜୁଥାଏ ଯାହା କାଳେ ପ୍ରାପତ ହୁଏ ତାହା। ଦେଖୁନାହାନ୍ତି ନିଜ ମନପସନ୍ଦର ଭୂମିକାଟିଏ ପାଇ ପୁଣି ତାହାକୁ ସୁଚାରୂ ରୂପେ ତୁଲାଇ ବରୁଣ ଧାଓ୍ବନ କେମିତି ଖୁସିରେ ଉଛୁଳୁଛନ୍ତି। କଥା କ’ଣ କି ହୋମ୍‌ ବ୍ୟାନରରେ ନିର୍ମିତ ତଥା ପିତା ଡେଭିଡ୍‌ ଧାଓ୍ବନଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ  ରିମେକ୍‌ ଫିଲ୍ମ ‘କୁଲି ନଂ ଓ୍ବାନ୍‌’ର ଟାଇଟଲ ଭୂମିକାରେ ଅଭିନୟ କରୁଛନ୍ତି ବଲିଉଡ୍‌ର ଏହି ୟଙ୍ଗ ସେନ୍‌ସେସନ। ଏ ସମ୍ପର୍କରେ ବରୁଣ କହନ୍ତି, ‘ଏହି ଫିଲ୍ମଟି ହେଉଛି ମୋର ଡ୍ରିମ୍‌ ପ୍ରୋଜେକ୍ଟ। ମୋତେ ଏଥିରେ ମିଳିଥିବା ଭୂମିକାକୁ ନେଇ ମୁଁ ବେଶ୍‌ ଆଶାବାଦୀ ରହିଛି। ତାହାକୁ ତୁଲାଇବାକୁ ମୋତେ ବେଶ୍‌ ପରିଶ୍ରମ ମଧ୍ୟ କରିବାକୁ ପଡିଛି। ଯେହେତୁ କରୋନା ମହାମାରୀ ପାଇଁ ପ୍ରେକ୍ଷାଳୟ ବନ୍ଦ ଅଛି ତେଣୁ ଫିଲ୍ମଟି ଓଟିଟି ଫର୍ମାଟରେ ରିଲିଜ ହେବ।’ ଏହି ଚଳଚ୍ଚିତ୍ରରେ ବରୁଣଙ୍କ ନାୟିକା ସାଜିଛନ୍ତି ସାରା ଅଲ୍ଲୀ ଖଁା। ସୂଚନାଯୋଗ୍ୟ ଏହାପୂର୍ବରୁ ଡେଭିଡ୍‌ଙ୍କ ନିର୍ଦ୍ଦେଶନାରେ ନିର୍ମିତ  ‘କୁଲି ନଂ ଓ୍ବାନ୍‌’ (ଗୋବିନ୍ଦା, କରିସ୍ମା କପୁର) ହିଟ୍‌ ହୋଇଥିଲା। ତେବେ ବରୁଣ-ସାରା ଅଲ୍ଲୀ ଖଁା ଅଭିନୀତ ଏହାର ରିମେକ୍‌ ଫିଲ୍ମଟି ଦର୍ଶକଙ୍କୁ କେତେ ପ୍ରଭାବିତ କରୁଛି ତାହା ଦେଖିବାକୁ ବାକି ରହିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share