Categories: ଜାତୀୟ

ସିଜେଆଇ ହେବା ପୂର୍ବରୁ କ’ଣ କରୁଥିଲେ ଚନ୍ଦ୍ରଚୁଡ଼? ସାକ୍ଷାତ୍‌କାରରେ ମା’ଙ୍କୁ ନେଇ କହିଲେ ଏମିତି କଥା

ନୂଆଦିଲ୍ଲୀ,୨୬।୧୦: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡ ଅଲ ଇଣ୍ଡିଆ ରେଡିଓ (ଏଆଇଆର) କୁ ଏକ ସାକ୍ଷାତକାର ଦେଇଥିଲେ। ଏହି ସମୟ ମଧ୍ୟରେ ସେ କହିଥିଲେ ଯେ ସେ ରେଡିଓ ଉପସ୍ଥାପକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ଏତିକି ବେଳେ ସେ ଏହି ଦିନଗୁଡ଼ିକୁ ମଧ୍ୟ ମନେ ପକାଇ ଥିଲେ।

ଏହା ବ୍ୟତୀତ, ସେ କହିଥିଲେ ଯେ ସେ କିପରି ନିଜ ମାତାପିତାଙ୍କ ସହିତ ହିନ୍ଦୀ, ଇଂରାଜୀ ଏବଂ ସଂସ୍କୃତରେ ଆକାଶବାଣୀର ବୁଲେଟିନ ଶୁଣି ବଡ ହୋଇଥିଲେ ଏବଂ ପରେ ନିଜେ ଏହାର ଏକ ଅଂଶ ହୋଇଥିଲେ।
ଏହି ସାକ୍ଷାତକାରରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଚନ୍ଦ୍ରଚୁଡ କହିଛନ୍ତି, ସେ ସମ୍ବାଦ ପାଠକଙ୍କ ସ୍ବରକୁ ଖୁବ୍‌ ଭଲ ପାଉଥିଲେ। ସେମାନଙ୍କ ସ୍ବର ଶୁଣି ସେ ମନ୍ତ୍ରମୁଗ୍ଧ ହୋଇପଡୁଥିଲେ। ସେ ଦେବକୀ ନନ୍ଦନ ପାଣ୍ଡେଙ୍କ ସ୍ବରରେ ତାଙ୍କ ଲାଇନ୍‌ ପାଠ କରିଥିଲେ, ‘ୟେ ଆକାଶବାଣୀ ହୈ; ଅବ ଆପ ସମାଚାର ସୁନିଏ ଦେବକୀ ନନ୍ଦକ ପାଣ୍ଡେସେ’ ଏହାକୁ ସେ ଦୋହରାଉ ଥିଲେ। ଏହା ବ୍ୟତୀତ ସେ ଲୋତିକା ରତ୍ନମଙ୍କ ସ୍ବରକୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ ଏହି ଲାଇନକୁ ଦୋହରାଇ କହିଥିଲେ, ‘ଦିସ ଇଜ୍‌ ଅଲ ଇଣ୍ଡିଆ ରେଡିଓ, ଦି ନ୍ୟୁଜ ଇଜ ରିଡ ବାୟ ଲୋତିକା ରତ୍ନମ।’

ଏହି ସାକ୍ଷାତକାରରେ ସେ ତାଙ୍କ ମା’ଙ୍କ ସହିତ ଜଡିତ ଏକ ଘଟଣା ମଧ୍ୟ ବର୍ଣ୍ଣନା କରିଛନ୍ତି। ସେ କହିଥିଲେ, ମୋ ମା’ ଜଣେ ଶାସ୍ତ୍ରୀୟ ସଂଗୀତଜ୍ଞ ଥିଲେ। ମୁଁ ଯେତେବେଳେ ତୃତୀୟ କିମ୍ବା ଚତୁର୍ଥ ଶ୍ରେଣୀରେ ପଢୁଥିଲି, ମୋ ମା’ ମୋତେ ମୁମ୍ବାଇର ଷ୍ଟୁଡିଓକୁ ନେଇ ଯାଉଥିଲେ। ୧୯୭୫ମସିହାରେ ଯେତେବେଳେ ସେ ଦିଲ୍ଲୀ ଆସିଥିଲେ, ସେତେବେଳେ ସେ ପୁଣି ଆକାଶବାଣୀ ପାଇଁ ଅଡିସନ ଦେଇଥିଲେ। ଏହା ପରେ ସେ ଉଭୟ ହିନ୍ଦୀ ଏବଂ ଇଂରାଜୀରେ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।
ସେ କହିଛନ୍ତି, ମୋର ନିଜର ବ୍ୟକ୍ତିଗତ ସମ୍ପର୍କ ଅଲ ଇଣ୍ଡିଆ ରେଡିଓ ସହିତ ଅଛି। ମୁଁ ମୋ ମା’ଙ୍କ ସହ ଷ୍ଟୁଡିଓକୁ ଆସିଥିଲି। ୧୯୭୫ ମସିହାରେ ଯେତେବେଳେ ମୁଁ ଦିଲ୍ଲୀ ଆସିଥିଲି ସେତେବେଳେ ମୋତେ କୁହାଯାଇଥିଲା ଯେ ମୁଁ ମଧ୍ୟ ଅଡିସନ ଦେଇପାରିବି। ଏହା ପରେ ମୁଁ ଉଭୟ ଇଂରାଜୀ ଏବଂ ହିନ୍ଦୀରେ ପ୍ରୋଗ୍ରାମ ଆରମ୍ଭ କରିଥିଲି।
ସେ ଆହୁରି ମଧ୍ୟ କହିଛନ୍ତି, ମୋର ମନେ ଅଛି ଯେ ମୁଁ ହିନ୍ଦୀରେ ଅନେକ କାର୍ଯ୍ୟକ୍ରମ କରିସାରିଛି। ମୋର ପ୍ରଥମ କାର୍ଯ୍ୟକ୍ରମ ମନେ ଅଛି। ମୁଁ ସେତେବେଳେ ପାଶ୍ଚାତ୍ୟ ସଙ୍ଗୀତ କାର୍ଯ୍ୟକ୍ରମ ମଧ୍ୟ କରିଥିଲି। ଏହିପରି ଭାବରେ ମୋର ଅଲ ଇଣ୍ଡିଆ ରେଡିଓ ସହିତ ଏକ ବିଶେଷ ସମ୍ପର୍କ ରହିଛି।

Share