ପୁରୀ,୧୭।୭: ୪୬ ବର୍ଷ ପୂର୍ବେ ଯେତେବେଳେ ଜଗନ୍ନାଥ ମନ୍ଦିର ଭଣ୍ଡାର ଖୋଲା ଯାଇଥିଲା। ସେତେବେଳେ ଏହି ଧନରତ୍ନ ଗଣନା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ବିଶେଷଜ୍ଞମାନଙ୍କୁ ଡକା ଯାଇଥିଲା। ଯେଉଁଥିରେ ତିରୁପତି ମନ୍ଦିରର ପୁରୋହିତମାନେ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲେ। ୧୯୭୮ରେ, ରତ୍ନ ଭଣ୍ଡାରରେ ରଖାଯାଇଥିବା ପ୍ରତ୍ୟେକ ଜିନିଷ ଗଣନା କରାଯାଇଥିଲା ଏବଂ ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା। ଏହି ଗଣତି ପାଇଁ ୭୦ଦିନ ଲାଗି ଯାଇଥିଲା।
୧୯୭୮ରେ, ଜଗନ୍ନାଥ ପୁରୀ ରତ୍ନ ଭଣ୍ଡାରରେ ୭୪୭ ପ୍ରକାରର ଅଳଙ୍କାର ମିଳିଥିଲା। ଯେଉଁଥିରେ ୪୫୪ ପ୍ରକାରର ସୁନା ଅଳଙ୍କାର ଥିଲା। ଯାହାର ଓଜନ ୧୨,୮୩୮ ଗ୍ରାମ ଥିଲା। ସେହିପରି ୨୩୯ ପ୍ରକାରର ରୂପା ଅଳଙ୍କାର ମିଳିଲା ଯାହାର ଓଜନ ୨୨,୧୫୩ ଗ୍ରାମ। ଓଡିଶା ସମୀକ୍ଷା ପତ୍ରିକାର ଏକ ରିପୋର୍ଟ ଅନୁଯାୟୀ, ରତ୍ନ ଭଣ୍ଡାରର ଭିତର କୋଠରୀରେ ୧୮୦ ପ୍ରକାରର ମୂଲ୍ୟବାନ ଅଳଙ୍କାର ମିଳିଥିଲା। ଯାହା ସୁନା, ରୂପା, ହୀରା ଏବଂ ମୋତିରେ ତିଆରି ହୋଇଥିଲା। ଏହି ଅଳଙ୍କାରଗୁଡ଼ିକର ଓଜନ ୧.୨୫ କିଲୋଗ୍ରାମ ପର୍ଯ୍ୟନ୍ତ ଥିଲା।
ମନି କଣ୍ଟ୍ରୋଲର ଏକ ରିପୋର୍ଟ ଅନୁଯାୟୀ, ରତ୍ନ ଭଣ୍ଡାରରେ ୧୨୮ ସୁନା ମୁଦ୍ରା, ୧୨୯୭ ରୂପା ମୁଦ୍ରା, ୧୦୬ତମ୍ବା ମୁଦ୍ରା, ୨୪ ପ୍ରାଚୀନ ସୁନା ମୁଦ୍ରା ଏବଂ ବହୁ ମୂଲ୍ୟବାନ ରତ୍ନ ମଧ୍ୟ ମିଳିଥିଲା। ୧୯୭୮ରେ, ଗଣତି କରିବାକୁ ତିରୁପତି ମନ୍ଦିରରୁ ବହୁ ପୁରୋହିତଙ୍କୁ ଡକା ଯାଇଥିଲା। କିନ୍ତୁ ଏହି ପୁରୋହିତ ଏବଂ ଅଳଙ୍କାର ବିଶେଷଜ୍ଞମାନେ ଅନେକ ଅଳଙ୍କାରକୁ ସଠିକ ଆକଳନ କରିବାରେ ସକ୍ଷମ ହୋଇ ନ ଥିଲେ। ମହାପ୍ରଭୁ ଜଗନ୍ନାଥଙ୍କ ଅଳଙ୍କାରକୁ ଦେଖି ସେମାନଙ୍କର ଆଖି ଖୋସି ହୋଇଯାଇଥିଲା।
କୁହାଯାଏ କି, ଭଣ୍ଡାରର ଅଧିକାଂଶ ଧନକୁ ଓଡିଶାର ଅନେକ ରାଜା ମହାପ୍ରଭୁଙ୍କୁ ସମର୍ପି ଥିଲେ। ଏହା ବ୍ୟତୀତ ସମୟ ସମୟରେ ଭକ୍ତଙ୍କଠାରୁ ପ୍ରାପ୍ତ ମୂଲ୍ୟବାନ ଅଳଙ୍କାରକୁ ରତ୍ନ ଭଣ୍ଡାରରେ ରଖାଯାଇଥାଏ। ରତ୍ନ ଭଣ୍ଡାରର ଦୁଇଟି ଭଣ୍ଡାର ରହିଛି। ବାହର ଓ ଭିତର ଭଣ୍ଡାର। ବାହାର ଭଣ୍ଡାରରେ ଥିବା ଅଳଙ୍କାର ସମୟ ସମୟରେ ବାହାର କରାଯାଏ। କିନ୍ତୁ ଭିତର ଭଣ୍ଡାରରେ ସବୁଠାରୁ ମୂଲ୍ୟବାନ ଓ ର୍ଦୁମୂଲ୍ୟ ଅଳଙ୍କାର ରଖାଯାଇଥାଏ।