Posted inଜାତୀୟ

ସଂସଦ ସୁରକ୍ଷା ତ୍ରୁଟି ଘଟଣା: ପୋଲିସକୁ ଚମକାଇଦେଲା ଭଳି ବୟାନ ଦେଲେ ଅଭିଯୁକ୍ତ, ମୋଦିଙ୍କୁ…

ନୂଆଦିଲ୍ଲୀ,୧୪।୧୨: ସଂସଦରେ ସୁରକ୍ଷା ତ୍ରୁଟିକୁ ନେଇ ନେଇ ସାରା ଦେଶରେ ତୁମ୍ବି ତୋଫାନ ଲାଗି ରହିଛି। ଘଟଣାକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ବିଶେଷ କରି ଠିକ୍‌ ଡିସେମ୍ବର ୧୩ ୨୦୦୧ରେ ଘଟିଥିବା ସମାନ ଘଟଣା ପୁଣି ସମାନ ଦିନରେ ଘଟିବା ଆଉ ସେ ବି ନୂଆ ସଂସଦ ଭବନରେ ତାହା ସମସ୍ତଙ୍କୁ ତାଜୁବ କରିଛି। କଡା ସୁରକ୍ଷା ଭିତରେ ସଂସଦ ଗୃହ ଚାଲୁଥିବାବେଳେ ଏପରି ସୁରକ୍ଷା ତ୍ରୁଟି କିପରି ହେଲା ଏନେଇ ଦିଲ୍ଲୀ ପୋଲିସ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆତଙ୍କବାଦ ବିରୋଧୀ ଅପରେଶନରେ ଜଡିତ ଦିଲ୍ଲୀ ପୋଲିସର ସ୍ପେଶାଲ ଟିମ୍‌ ସଂସଦ ସୁରକ୍ଷା ତ୍ରୁଟି ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣାରେ ଜଡିତ ଥିବା ମୋଟ ୬ଅଭିଯୁକ୍ତଙ୍କ ମଧ୍ୟରୁ ୫ଜଣଙ୍କୁ ପୋଲିସ ଗିରଫ କରି ସାରିଥିବାବେଳେ ୬ଷ୍ଠ ଅଭିଯୁକ୍ତର ପୋଲିସ ଏପର୍ଯ୍ୟନ୍ତ ଟେର ପାଉନାହିଁ। ତେବେ ଦିଲ୍ଲୀ ପୋଲିସ ଅଭିଯୁକ୍ତଙ୍କୁ ନିଜ ହେପାଜତକୁ ନେଇ ପଚରାଉଚରା ଆରମ୍ଭ କିଛି। ଯେଉଁଥିରେ ଚମକାଇଦେଲା ଭଳି ତଥ୍ୟ ସାମ୍ନାକୁ ଆସିଛି।

ପଚରାଉଚରା ସମୟରେ ଜଣାପଡିଛି ଯେ, ଏହି ୬ଜଣ ଅଭିଯୁକ୍ତ ଗତ ୪ବର୍ଷ ହେଲା ସଂସଦରେ ଆକ୍ରମଣ ନେଇ ଯୋଜନା ପ୍ରସ୍ତୁତ କରୁଥିଲେ। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ସେମାନେ ପରସ୍ପରକୁ ଶାରୀରିକ ଭାବେ ନ ଭେଟି ମଧ୍ୟ ସୋସିଆଲ ମିଡିଆ ଯୋଗେ ଯୋଗାଯୋଗ ରଖୁଥିଲେ। ଆକ୍ରମଣ କରିବାର କିଛିଦିନ ପୂର୍ବରୁ ସେମାନେ ସଂସଦ ଭବନ ଚାରିପାଖେ ବୁଲିବା ସହ ସଂସଦର ଗତିବିଧି ଉପରେ ନଜର ରଖୁଥିଲେ। ଯାହାର କୌଣସି ତଥ୍ୟ ଗୁଇନ୍ଦା ବିଭାଗ ହାତକୁ ଲାଗିପାରି ନ ଥିଲା।

ତଦନ୍ତ ବେଳେ ଜଣାପଡିଛି କି, ସେମାନେ ବିଭିନ୍ନ ସମସ୍ୟା ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଥିଲେ। ସେମାନଙ୍କ ମଧ୍ୟରୁ ୪ଜଣ ବେରୋଜଗାରୀ, କୃଷକଙ୍କ ସମସ୍ୟା ଓ ମଣିପୁର ହିଂସାକୁ ନେଇ ଚିନ୍ତିତ ଥିଲେ। କଲର୍‌ ସ୍ମୋକ ବ୍ୟବହାର କରି ସେମାନେ ସଂସଦରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁଥିଲେ । ଯାହାଦ୍ୱାରା ଏମପିମାନେ ଏସବୁ ସମସ୍ୟାକୁ ଗମ୍ଭୀରତାର ନେଇ ଆଲୋଚନା କରିବେ। ଅଭିଯୁକ୍ତମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

ତେବେ ପୋଲିସ ଅଭିଯୁକ୍ତଙ୍କ ଉତ୍ତରରେ ଆଶ୍ୱସ୍ତି ପ୍ରକାଶ କରିପାରି ନାହିଁ। ଅଧିକ ତଦନ୍ତ ପାଇଁ ଅଭିଯୁକ୍ତଙ୍କ ମୋବାଇଲ ଫୋନ ଯାଞ୍ଚ କରିବ ବୋଲି ପୋଲିସ କହିଛି। କିନ୍ତୁ ୫ଜଣଙ୍କ ମୋବାଇଲ ଫୋନ ଷଷ୍ଠ ଅଭିଯୁକ୍ତ ଲଳିତ ଝାଙ୍କ ପାଖରେ ରହିଛି। ଯିଏକି ଏପର୍ଯ୍ୟନ୍ତ ଫେରାର ଅଛନ୍ତି। ଲଳିତ ସବୁ ପ୍ରମାଣ ନଷ୍ଟ କରିଦେବା ପାଇଁ ମୋବାଇଲ ଫୋନ ନେଇ ଫେରାର୍‌ ଥିବା ପୋଲିସ ସନ୍ଦେହ କରୁଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି: ୧୬୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ,୨୬ା୧୦: ପଶ୍ଚିମବଙ୍ଗ ସ୍କୁଲ୍‌ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି) ଦ୍ୱାରା ଗ୍ରୁପ୍‌ ସି ଏବଂ ଡି କର୍ମଚାରୀ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏହାର ମନିଲଣ୍ଡରିଂ ଦିଗ...

ଭାରତ-ଚାଇନା ଚୁକ୍ତିକୁ ନେଇ ଜୟଶଙ୍କର କହିଲେ ସଫଳତା ପଛରେ…

ପୁଣେ,୨୬ା୧୦: ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପୂର୍ବ ଲଦାଖ ଅନ୍ତର୍ଗତ ଏଲ୍‌ଏସିରେ ଲାଗି ରହିଥିବା ଅଚଳାବସ୍ଥା ଦୂର ପାଇଁ ଉଭୟ ଭାରତ ଓ...

ଖାଲିଟାରେ ଗର୍ଜୁ ନାହାଁନ୍ତି ଗିରିରାଜ…

ପାଟନା,୨୬।୧୦: ବିହାରରେ ଯେଉଁ ଆଡେ ନଜର ପକାଇଲେ ଦେଖିବେ, ଆଜିକାଲି କେବଳ ଭାଜପାର ଫାୟାର ବ୍ରାଣ୍ଡ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ‘ହିନ୍ଦୁ...

ଭାରତ ଆଡକୁ କାହିଁକି ଆକର୍ଷିତ ହେଉଛି ବିଶ୍ୱ? ଜୟଶଙ୍କର ଦେଲେ ଏମିତି ଜବାବ

ପୁଣେ,୨୬।୧୦: ଶନିବାର ଅର୍ଥାତ୍‌ ଅକ୍ଟୋବର ୨୬ରେ ପୁଣେରେ ଛାତ୍ରମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର କହିଛନ୍ତି ଯେ ଆଜି...

ବାବା ସିଦ୍ଦିକୀ ହତ୍ୟାକାଣ୍ଡର ଖୋଲିଲା ବଡ଼ ଗୁମର, ପୋଲିସ କହିଲା କିଏ ମାମଲାର ମୋଷ୍ଟ ଓ୍ବାଣ୍ଟେଡ

ମୁମ୍ବାଇ,୨୬।୧୦: ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଏକ ବଡ଼ ଥା ସାମ୍ନାକୁ ଆସିଛି। ଏହି ହତ୍ୟା ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ...

ସ୍ବାମି ଅଭିମୁକ୍ତେଶ୍ୱରାନନ୍ଦଙ୍କଠାରୁ ଆଶୀର୍ବାଦ ନେଲେ ପରିଣିତି-ରାଘବ

ନୂଆଦିଲ୍ଲୀ,୨୬।୧୦: ଶନିବାର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ମହାରାଜ ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମପି ରାଘବ ଚଢା ଏବଂ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ...

ବିମାନକୁ ବୋମା ଧମକ ପରେ ସହାୟତା ଲୋଡ଼ିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୬ା୧୦: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଶନିବାର ବିମାନ କମ୍ପାନୀଗୁଡ଼ିକ ପ୍ରତିଦିନ ବୋମା ଧମକ ଦେଉଥିବା ଗୁଜବ ସମ୍ପର୍କରେ ଏକ ଆଡ୍‌ଭାଇଜରି ଜାରି...

ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି ୟୁପିର ବିଧାୟକ!

ମୁମ୍ବାଇ,୨୬।୧୦: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏପର୍ଯ୍ୟନ୍ତ ଅନେକ ରାଜନେତାଙ୍କୁ ଟାର୍ଗେଟ କରି ହତ୍ୟା କରିନ୍ତି। ନିକଟରେ ମୁମ୍ବାଇରେ ବାବା ସିଦ୍ଦିକୀଙ୍କ ହତ୍ୟା ମାମଲା ସମଗ୍ର ଦେଶରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri