ପିତାଙ୍କ ଦ୍ୱିତୀୟ ବିବାହ କଥା ଶୁଣି କେମିତି ଥିଲା ସଲମନଙ୍କ ପ୍ରତିକ୍ରିୟା

ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ହେଲେନ ନିକଟରେ ୮୩ ତମ ଜନ୍ମଦିନ ପାଳନ କରିଛନ୍ତି। ହେଲେନଙ୍କୁ ତାଙ୍କ ସମୟର ସର୍ବୋତ୍ତମ ଅଭିନେତ୍ରୀଙ୍କ ମଧ୍ୟରେ ଗଣାଯାଉଥିଲା। ୧୯୮୧ ମସିହାରେ ସେ ଅଭିନେତା ସଲମନଙ୍କ ପିତା ସଲିମ ଖାନଙ୍କୁ ବିବାହ କରିଥିଲେ। ସଲିମଙ୍କ ଏହା ଥିଲା ଦ୍ୱିତୀୟ ବିବାହ। ଏକ ସାକ୍ଷାତକାର ସମୟରେ ସଲମନ ମଧ୍ୟ ଏନେଇ ନିଜର ମତ ଦେଇଥିଲେ।
୧୯୯୦ ମସିହାରେ ଏକ ସାକ୍ଷାତକାର ସମୟରେ ସଲମନ  କହିଥିଲେ ଯେ ମୋ ପାଇଁ ମୋ ମା’ ସବୁକିଛି ଏବଂ ମୁଁ ଭାବୁନାହିଁ ଯେ ଏଥିପାଇଁ ଅନ୍ୟ କୌଣସି କାରଣ ରହିବା ଉଚିତ୍‌। ମୁଁ ମୋ ମା’ ସହିତ ବହୁତ ଭଲରେ ରୁହେ, କାରଣ ମୁଁ ତାଙ୍କ ପୁଅ। ମୁଁ ତାଙ୍କୁ କଦାପି ଦୁଃଖୀ ଦେଖିପାରେ ନାହିଁ । ମୋ ବାପା ଦ୍ୱିତୀୟ ବିବାହ କରିବା ନିଷ୍ପତ୍ତି ମୋତେ ଗଭୀର ଆଘାତ ଦେଇଥିଲା। ବାପାଙ୍କୁ ଘରେ ଦେଖି ପ୍ରବଳ ରାଗୁଥିଲି। କିନ୍ତୁ ପରେ ସବୁକିଛି ଠିକ୍‌ ହୋଇଯାଇଥିଲା। ମା’ ଧୀରେ ଧୀରେ ଏହି ସତ୍ୟକୁ ଗ୍ରହଣ କରିବା ଆରମ୍ଭ କରିଥିଲେ। ଏହା ସହିତ ବାପା ମଧ୍ୟ ଆମକୁ ବୁଝାଇଥିଲେ ଯେ, ସେ ମାଆକୁ ବହୁତ ଭଲ ପାଆନ୍ତି ଏବଂ ସେ ସର୍ବଦା ଆମ ସମସ୍ତଙ୍କ ସହିତ ରହିବେ। ସେତେବେଳେ ମୋତେ ମାତ୍ର ଦଶ ବର୍ଷ ହୋଇଥିଲା, ତେଣୁ ହେଲେନଙ୍କୁ ଗ୍ରହଣ କରିବାକୁ ତାଙ୍କୁ ସମୟ ଲାଗିଥିଲା। କିନ୍ତୁ ଏବେ ସେ ତାଙ୍କ ପରିବାରର ଏକ ଅଂଶ ହୋଇଯାଇଛନ୍ତି। ସଲମନଙ୍କ କହିବାନୁସାରେ, ତାଙ୍କ ପରିବାର ଏକ ବନ୍ଦ ମୁଠି ଭଳି, ଯେତେବେଳେ  ଯିଏ ପରସ୍ପରକୁ ଆବଶ୍ୟକ କରନ୍ତି ସେତେବେଳେ ଆମେ ସମସ୍ତେ ଉପସ୍ଥିତ ଥାଉ।

Share