Categories: ଜାତୀୟ

ହଠାତ ଦେଶର ନାମ ପରିବର୍ତ୍ତନ କରିବାର ଆବଶ୍ୟକତା କ’ଣ ଥିଲା? ଇଣ୍ଡିଆ ବଦଳରେ ଭାରତ ଲେଖିବା ନେଇ ମମତାଙ୍କ ଆପତ୍ତି…

କୋଲକାତା,୫।୯ : ଜି-୨୦ ଶିଖର ସମ୍ମିଳନୀର ରାତ୍ରୀ ଭୋଜନ କାର୍ଯ୍ୟକ୍ରମର ନିମନ୍ତ୍ରଣ କାର୍ଡରେ ‘ପ୍ରେସିଡେଣ୍ଟ ଅଫ ଭାରତ’ ଲେଖିବା ନେଇ ରାଜନୀତି ଆରମ୍ଭ ହୋଇଛି। ଏହାକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହା ଉପରେ କହିଛନ୍ତି ଆଜି କେନ୍ଦ୍ର ସରକାର ଭାରତର ନାମ ପରିବର୍ତ୍ତନ କରିଛନ୍ତି। ଜି -୨୦ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ ପତ୍ରରେ ଇଂରାଜୀରେ ‘ଭାରତ’ ଲେଖାଯାଇଛି। ଆମେ କହୁଛୁ ଇଣ୍ଡିଆ ଏବଂ ଇଣ୍ଡିଆନ କନଷ୍ଟିଚ୍ୟୁଶନ କହୁଛୁ। ଯେତେବେଳେ କି ହିନ୍ଦୀରେ ଆମେ ଭାରତ ବୋଲି କହିଥାଉ। ଆମେ ସମସ୍ତେ ଭାରତ କହୁଛୁ ଏବଂ ଏଥିରେ କ’ଣ ନୂଆ? କିନ୍ତୁ ଇଣ୍ଡିଆ ନାମ ସାରା ବିଶ୍ୱରେ ଜଣାଶୁଣା। ବର୍ତ୍ତମାନ ହଠାତ ଏମିତି କ’ଣ ହେଲା, ସେମାନେ ଦେଶର ନାମ ପରିବର୍ତ୍ତନ କରିବାର ଆବଶ୍ୟକତା ଅନୁଭବ କଲେ?

ସରକାରଙ୍କ ଏହି ପଦକ୍ଷେପକୁ କଂଗ୍ରେସ ମଧ୍ୟ ସମାଲୋଚନା କରିଛି। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଇଣ୍ଡିଆ ରାଜ୍ୟଗୁଡିକର ଏକ ସଂଘ ଥିଲା। କିନ୍ତୁ ବର୍ତ୍ତମାନ ରାଜ୍ୟ ସଂଘ ଉପରେ ଶାସକ ଦଳ ପକ୍ଷରୁ ଆକ୍ରମଣ କରାଯାଇଛି। ଶତାବ୍ଦୀ ଧରି ଏକ ବ୍ରାଣ୍ଡ ମୂଲ୍ୟ ବିକଶିତ କରିଥିବା ଇଣ୍ଡିଆ ନାମକୁ ସମ୍ପୂର୍ଣ୍ଣ ରୂପେ ହଟାଇବା ସରକାରଙ୍କର ବଡ଼ ମୂର୍ଖାମୀ ହେବ। ଏଭଳି କରାଯିବା ଠିକ ନୁହେଁ କଂଗ୍ରେସ ପକ୍ଷରୁ ଶଶି ଥରୁର କହିଛନ୍ତି।

Share