Posted inଜାତୀୟ

ଆଗକୁ ଭାଜପାରେ ଶିବରାଜଙ୍କ ଭବିଷ୍ୟତ କ’ଣ? ଦିଲ୍ଲୀ ଯିବେ ନା ରାଜଭବନ ସେନେଇ …

ଭୋପାଳ,୧୨।୧୨: ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ନାମକୁ ନେଇ ଘୋଷଣା ହୋଇଛି। ୩ ଥର ବିଧାୟକ ରହିଥିବା ମୋହନ ଯାଦବଙ୍କୁ ସର୍ବସମ୍ମତିକ୍ରମେ ଭାଜପା ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଛି। ଶିବରାଜ ସିଂ ଚୌହ୍ବାନ ମଧ୍ୟ ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ଦେଇଛନ୍ତି। ଡିସେମ୍ବର ୧୩ରେ ମୋହନ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ। ତାଙ୍କ ସହ ୨ ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ନେବେ। ଏମିତିରେ ଶିବରାଜଙ୍କ ରାଜନୈତିକ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ସେ ରାଜନୀତିରେ ଆଗକୁ କ’ଣ କରିବେ ତାହାକୁ ନେଇ ଭିନ୍ନ ଚର୍ଚ୍ଚା ହେଉଛି।

୪ ଥର ମୁଖ୍ୟମନ୍ତ୍ରୀ ରହିଥିବା ଶିବରାଜ ଏବେ ପଦରେ ରହିବେ ନାହିଁ। ଏଣୁ ସେ କେନ୍ଦ୍ରୀୟ ରାଜନୀତି ଆଡକୁ ମୁହାଁଇବେ ନା ଭାଜପା ସଂଗଠନର କୌଣସି ପଦବୀରେ ରହିବେ ତାହା ପ୍ରଶ୍ନ ଘେରରେ। ଯଦି ସେ ସଂଗଠନ କିମ୍ବା କେନ୍ଦ୍ରରେ ରହିବେ ନାହିଁ ତେବେ କ’ଣ ସେ ରାଜଭବନ ଯିବେ ସେନେଇ ମଧ୍ୟ ଆଲୋଚନା ହେଉଛି। କାରଣ ନିର୍ବାଚନ ଫଳାଫଳ ଆସିବା ପରେ ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତର ରଖି ଶିବରାଜ କହିଥିଲେ ଯେ ‘ଦିଲ୍ଲୀ ଯିବି ନାହିଁ’ ଏବଂ ୨୦୨୪ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାଜ୍ୟର ସମସ୍ତ ସିଟ୍‌ ଜିତି ଦେବାର ଅଛି।

ଚାରି ମାସ ପରେ ମଧ୍ୟପ୍ରଦେଶରେ ଲୋକ ସଭା ନିର୍ବାଚନ ହେବାକୁ ଯାଉଛି। ଏଥିଲାଗି ଶିବରାଜଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇପାରେ। କାରଣ ତାଙ୍କ ପାଖରେ ରାଜ୍ୟବାସୀଙ୍କ ହୃଦୟ ଜିତିବା କଳା ରହିଛି। ନିକଟରେ ଶେଷ ହୋଇଥିବା ନିର୍ବାଚନରେ ମହିଳା ଭୋଟରଙ୍କ ହୃଦୟ ଜିତି ସେ ରାଜନୀତିରେ ନିଜର ଦବ୍‌ଦବାକୁ ଜାହିର କରିଛନ୍ତି। ଏଣୁ ନିର୍ବାଚନ ପୂର୍ବରୁ କେନ୍ଦ୍ର ରାଜନୀତିରେ ତାଙ୍କୁ ପ୍ରମୁଖ ଭୂମିକା ଦିଆଯାଇପାରେ। ନରେନ୍ଦ୍ର ସିଂ ତୋମର ରାଜ୍ୟ ବିଧାନସଭା ବାଚସ୍ପତି ଭୂମିକା ତୁଲାଇବେ। ଏଣୁ ସେ କେନ୍ଦ୍ର କୃଷି ମନ୍ତ୍ରୀ ଏବଂ ପ୍ରହଲ୍ଲାଦ ସିଂ ପଟେଲ ଜଳ ଶକ୍ତି ରାଜ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇସାରିଛନ୍ତି। ଏଣୁ ଶିବରାଜଙ୍କୁ ମୋଦି ସରକାରଙ୍କ ନେତୃତ୍ୱରେ ମନ୍ତ୍ରୀ କରାଯିବାର ସମ୍ଭାବନା ଦେଖାଦେଇଛି। ହେଲେ ଏଥିଲାଗି ସେ ରାଜି ହେବେ କି ନାହିଁ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଶିବରାଜ ଭାଜପାର ସଂଗଠନ କାର୍ଯ୍ୟ ତଦାରଖ କରୁଥିଲେ। ଏଣୁ ପୁଣିଥରେ ତାଙ୍କୁ ବଡ଼ ଦାୟିତ୍ୱ ମିଳିପାରେ। ଜେପି ନଡ୍ଡାଙ୍କ ଅଧ୍ୟକ୍ଷ ଭାବେ କାର୍ଯ୍ୟକାଳ ଶେଷ ହୋଇଛି। ତାଙ୍କୁ ୨୦୨୪ ନିର୍ବାଚନ ପର୍ଯ୍ୟନ୍ତ ଦାୟିତ୍ୱ ମିଳିଛି। ଏମିତିରେ ଶିବରାଜ ପୁଣିଥରେ ସଂଗଠନରେ ସ୍ଥାନ ପାଇପାରନ୍ତି। କାରଣ ପୂର୍ବରୁ ଭାଜପା ଅନେକ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ସଂଗଠନରେ ବଡ଼ ଦାୟିତ୍ୱ ଦେଇଛି।

ଶିବରାଜ କେନ୍ଦ୍ରରେ ମନ୍ତ୍ରୀ ଏବଂ ଭାଜପା ସଂଗଠନରେ ସ୍ଥାନ ନ ପାଇଲେ ତାଙ୍କ ପାଖରେ ରାଜଭବନର ବିକଳ୍ପ ରହିବ। ପୂର୍ବରୁ ଦଳ ଅନେକ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ଘୋଷଣା କରିଛି। ଗୁଜରାଟର ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପରେ ଆନନ୍ଦୀ ବେନ୍‌ ପଟେଲଙ୍କୁ ଉତ୍ତରପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା। କଲ୍ୟାଣ ସିଂଙ୍କୁ ରାଜସ୍ଥାନର ରାଜ୍ୟପାଳ ଭାବେ ଚୟନ କରାଯାଇଥିଲା। ଏଣୁ ଶିବରାଜ ସେଭଳି କିଛି ପଦ ଲାଗି ପ୍ରସ୍ତୁତ ରହିବେ କି ନା ତାହା କହିବା ମୁସ୍କିଲ ବୋଲି କୁହାଯାଉଛି। ତେବେ ଆଗାମୀ ଦିନରେ ସବୁକିଛି ସ୍ପଷ୍ଟ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ମାଟିରୁ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

ମସ୍କୋ,୨୨।୧୦: ବ୍ରିକ୍ସ ସମ୍ମିଳନୀ ୨୦୨୪ରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରୁଷିଆର କଜାନରେ ପହଞ୍ଚିଛନ୍ତି। କଜାନରେ ପହଞ୍ଚିବା ପରେ ରୁଷୀୟ କଳାକାରମାନେ...

ଧମକ ମିଳୁଥିବାରୁ ସଲମାନଙ୍କ ମେଣ୍ଟାଲ ହେଲଥ ଉପରେ ପଡୁଛି ପ୍ରଭାବ! ସୁଟିଂ କ୍ୟାନସେଲ

ମୁମ୍ବାଇ,୨୨।୧୦: ଏନସିପି ନେତା ବାବା ସିଦ୍ଦିକୀଙ୍କ ମୃତ୍ୟୁ ପରେ ସଲମାନ ଖାନଙ୍କୁ କ୍ରମାଗତ ଭାବରେ ହତ୍ୟା ଧମକ ମିଳୁଛି, ଯେଉଁଥିପାଇଁ ଆଜିକାଲି ସୁପରଷ୍ଟାର ବହୁତ ଚାପରେ...

ଭାରତ-ଚାଇନା ଝଗଡା ଶେଷ, ରୁଷିଆ ସାଥିରେ ଆସିଲେ ପଶ୍ଚିମ ଦେଶର ଦାଦାଗିରି ଶେଷ!

ନୂଆଦିଲ୍ଲୀ,୨୨।୧୦: ଦୀର୍ଘ ୪ ବର୍ଷ ଧରି ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ଉତ୍ତେଜନା ବର୍ତ୍ତମାନ ଶାନ୍ତି ଆଡକୁ ଗତି କରୁଛି। ୨୦୨୦ରେ ଏଲଏସିର ପାଟ୍ରୋଲିଂ...

ଭାଜପାକୁ କେବେ ମିଳିବ ନୂଆ ଅଧ୍ୟକ୍ଷ, ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୨।୧୦: ଗତ କିଛି ମାସ ଧରି ଭାରତୀୟ ଜନତା ଦଳର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଥିଲା, କିନ୍ତୁ ଦଳ...

ନିର୍ବାଚନ ଲଢିବେ ଲରେନ୍ସ ବିଷ୍ଣୋଇ? ଜାଣନ୍ତୁ କିଏ ଦେଇଛି ଅଫର୍‌

ମୁମ୍ବାଇ,୨୨।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆଉ ଅଧିକ ସମୟ ବାକି ନାହିଁ। ଏହି ସମୟରେ ରାଜନୈତିକ ଦଳର ଏକ ଅଜବ ବିବୃତ୍ତି ସାମ୍ନାକୁ ଆସିଛି।...

ସରକାରଙ୍କ ଚିନ୍ତାଜନକ ତଥ୍ୟ, ସଡ଼କ ଦୁର୍ଘଟଣାରେ ଦିନକୁ ୪୭୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୨।୧୦: ୨୦୨୩ରେ ଦେଶରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟାକୁ ନେଇ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। କେନ୍ଦ୍ର ସରକାରଙ୍କ ସହ ରାଜ୍ୟଗୁଡିକ ଅଂଶୀଦାର...

ରୁଷିଆ ଯିବା ପୂର୍ବରୁ ସାରା ବିଶ୍ୱକୁ ଏମିତି ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୨।୧୦: ୧୬ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରୁଷିଆର କଜାନ ଅଭିମୁଖେ ବାହାରିଛନ୍ତି। ସେ ସକାଳ ପ୍ରାୟ ୭.୪୦ ସମୟରେ...

ଗ୍ୟାସ ସିଲିଣ୍ଡର ବିସ୍ଫୋରଣ, ୬ ମୃତ

ସିକନ୍ଦରାବାଦ,୨୨।୧୦: ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ବୁଲନ୍ଦସହର ଜିଲା ମାଜିଷ୍ଟ୍ରେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri