ପାକିସ୍ତାନରେ ଅଟା, ତେଲ, ପିଆଜ ସଙ୍କଟ ଭାରତ ପାଇଁ ହୋଇପାରେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ/ଇସଲାମାବାଦ,୧୨ ।୧: ପାକିସ୍ତାନରେ ଚିକେନ ଠାରୁ କ୍ଷୀର ପର୍ଯ୍ୟନ୍ତ ଓ ଅଟାରୁ ପିଆଜ ପର୍ଯ୍ୟନ୍ତ ସବୁର ଦାମ ଏବେ ଆକାଶ ଛୁଆଁ । ଦେଶର ଆର୍ଥିକ ସଙ୍କଟ ଯୋଗୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବଢି ଚାଲିଥିବା ଋଣ ବୋଝ, କମ ହେବାରେ ଲାଗିଥିବା ବିଦେଶୀ ମୁଦ୍ର ଭଣ୍ଡାର, ରାଜନୈତିକ ଅସ୍ଥିରତା ଓ ଜିଡିପିରେ ହ୍ରାସ ଯୋଗୁ ପାକିସ୍ତାନର ଆର୍ଥିକ ସ୍ଥିତି ବେଳକୁ ବେଳ ଖରାପ ହେବାରେ ଲାଗିଛି । ଏହି ଦେଶରେ ଭାରତ ସହ ଜଡିତ କମ୍ପାନୀ ଗୁଡିକର ବି ସ୍ଥିତି ଖୁବ ଖରାପ । ଏବେ ପ୍ରଶ୍ନ ଉଠୁଛି କି ପାକିସ୍ତାନର ଏହି ସ୍ଥିତି ଭାରତ ଉପରେ କି ପ୍ରଭାବ ପକାଇବ ।

ଆର୍ଥିକ ଭାବେ ଦୁର୍ବଳ ପାକିସ୍ତାନରେ ଚାଇନାର ଅନୁପ୍ରବେଶ ବଢୁବ ଓ ନେପାଳରେ ପ୍ରଚଣ୍ଡ ସରକାର ଯାହାକୁ ପ୍ରୋ ଚାଇନା ବୋଲି କୁହାଯାଏ ଏଭଳି ସ୍ଥିତିରେ ଭାରତ ପାଇଁ ପାକିସ୍ତାନ, ଚାଇନା ଓ ନେପାଳ ବଡ ଚ୍ୟାଲେଞ୍ଜ ହୋଇପାର ।
ଭାରତ ପାଇଁ ଆଉ ଏକ ପଡୋଶୀ ଆଫଗାନିସ୍ତାନରେ ଏବେ ନାଗରିକଙ୍କ ଅଧିକାର ଛଡାଇ ନେଉଥିବା ସରକାର ରହିଛି, ପାକିସ୍ତାନରେ ତହରିକ-ଏ-ଇନସାଫ ପାକିସ୍ତାନ ଯଦି ଏହାର ସହାୟତାରେ ଶକ୍ତିଶାଳୀ ହେଲା, ତେବେ ପାକସ୍ତାନ ସମ୍ପୂର୍ଣ୍ଣ ଭାବେ ଆତଙ୍କବାଦୀଙ୍କ କବଜାକୁ ଚାଲିଯିବ ଯାହା ଭାରତ ପାଇଁ ଚ୍ୟାଲେଞ୍ଜ ହୋଇଯିବ ।
ଏହି ସମୟରେ ଇନଫ୍ରାଷ୍ଟକ୍‌ଚର ନାମରେ କାଙ୍ଗାଳ ପାକିସ୍ତାନକୁ ଚାଇନା ଖୁବ୍ ସାହାଯ୍ୟ କରିପାରେ ଓ ଭାରତ ବିରୋଧରେ ରଣନୀତି ପ୍ରସ୍ତୁତ କରିପାରେ । ଚାଇନା ତା’ର ବ୍ୟସାୟିକ ଲାଭ ପାଇଁ ଏହାର ବ୍ୟବହାର ବି କରିପାରେ ।

Share