Categories: ଜାତୀୟ

‘ଓ୍ବାନ ନେଶନ ଓ୍ବାନ ଇଲେକ୍ସନ’ ପରେ ଯଦି ଭାଙ୍ଗିଯବ ସରକାର ତେବେ କ’ଣ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ଓ୍ବାନ ନେଶନ ଓ୍ବାନ ଇଲେକ୍ସନ ନିର୍ବାଚନ ପ୍ରସ୍ତାବକୁ ମୋଦି କ୍ୟାବିନେଟରେ ଅନୁମୋଦନ ମିଳିଛି। ଏହାକୁ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରିବାକୁ ଯୋଜନା ରହିଛି। ପ୍ରଥମ ପର୍ଯ୍ୟାୟରେ ଲୋକ ସଭା ଏବଂ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ନିର୍ବାଚନ ପରେ ୧୦୦ଦିନ ମଧ୍ୟରେ ସ୍ଥାନୀୟ ନିର୍ବାଚନ (ପଞ୍ଚାୟତ ଏବଂ ନଗରନିଗମ) ଅନୁଷ୍ଠିତ ହେବ। ନିର୍ବାଚନ ପାଇଁ ଗୋଟିଏ ଭୋଟର ତାଲିକା ରହିବ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଏହା କମିଟି ଗଠନ କରିବ ବୋଲି ସରକାର କହିଛନ୍ତି। ପ୍ରସ୍ତାବ ଅନୁମୋଦନ ପାଇବା ପରେ, ପୁରା ଦେଶରେ ଏହାକୁ ନେଇ ଚର୍ଚ୍ଚା ହେଉଛି। ପ୍ରଥମ ପ୍ରଶ୍ନ ହେଉଛି ଦେଶରେ ‘ଗୋଟିଏ ଦେଶ-ଗୋଟିଏ ନିର୍ବାଚନ’ କିପରି କାର୍ଯ୍ୟକାରୀ ହେବ? ଯଦି ଏହାରି ଭିତରେ ଲୋକ ସଭା ଏବଂ ବିଧାନସଭା ଅକାଳରେ ଭଙ୍ଗାଯାଏ ତେବେ କଣ ହେବ? ଆସନ୍ତୁ ଜାଣିବା ଉଚ୍ଚ କମିଟି ଏହି ରିପୋର୍ଟରେ କେଉଁ ସୁପାରିଶ କରିଛି।

ଯଦି କୌଣସି ରାଜ୍ୟରେ ସରକାର ଭାଙ୍ଗିଯାଏ ତେବେ ସେଠାରେ ପୁନ-ନିର୍ବାଚନ ହୁଏ, ତେବେ ଏହାକୁ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ କୁହାଯାଏ। ସାଧାରଣ ନିର୍ବାଚନର ଅବଧି ୫ବର୍ଷ ହୋଇଥାଏ। ସମ୍ବିଧାନରେ ପୂର୍ଣ୍ଣ କାର୍ଯ୍ୟକାଳ ଓ ଅସମାପ୍ତି ଅବଧି (ଯେଉଁଠାରେ ବିଧାନସଭାକୁ ପୂର୍ଣ୍ଣକାଳୀନ କାର୍ଯ୍ୟ ସମାପ୍ତ ହେବା ପୂର୍ବରୁ ଭଙ୍ଗ କରାଯାଏ) ଏହାକୁ ସଂଶୋଧନ କରିବାକୁ ପଡିବ।

ଯଦି ପାଞ୍ଚ ବର୍ଷର ଅବଧି ପୂର୍ବରୁ ଲୋକ ସଭା ଏବଂ ବିଧାନସଭା ଭାଙ୍ଗିଯିଏ, ତେବେ ସଦନ କିମ୍ବା ବିଧାନସଭାକୁ ପୁନ ନିର୍ମାଣ ପାଇଁ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଗଠିତ ସଦନ କିମ୍ବା ବିଧାନସଭାର କାର୍ଯ୍ୟକାଳ ଅବଶିଷ୍ଟ ଅବଧି ପାଇଁ ରହିବ। ଏହିପରି ଭାବରେ, ପାଞ୍ଚ ବର୍ଷ ପରେ ଲୋକ ସଭା ଏବଂ ସମସ୍ତ ରାଜ୍ୟ ବିଧାନସଭା ଏକକାଳୀନ କାର୍ଯ୍ୟକାଳ ଶେଷ ହେବ। ଏଭଳି ପରିସ୍ଥିତିରେ ଏକକାଳୀନ ନିର୍ବାଚନ ଅନୁଷ୍ଠିତ ହେବ।

ସାଧାରଣ ନିର୍ବାଚନ ସମୟରେ ଯଦି କୌଣସି କାରଣରୁ ବିଧାନସଭା ନିର୍ବାଚନ ଏକକାଳୀନ ଅନୁଷ୍ଠିତ ହୋଇପାରିବ ନାହିଁ, ତେବେ ନିର୍ବାଚନ ଆୟୋଗ ରାଷ୍ଟ୍ରପତିଙ୍କୁ ସୁପାରିଶ କରିପାରିବେ। ଯାହାଦ୍ୱାରା ରାଷ୍ଟ୍ରପତି ସେହି ଦିନ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ।

ଏହି ସମସ୍ତ ନିର୍ବାଚନ ଏକାସାଙ୍ଗରେ କରିବା ପାଇଁ ଏକ ଅସ୍ଥାୟୀ ପଦକ୍ଷେପ ଆବଶ୍ୟକ ହେବ। ଏକକାଳୀନ ନିର୍ବାଚନ ପାଇଁ କେତେବେଳେ ବ୍ୟବସ୍ଥା କରାଯିବ ସରକାରଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିବ। ସାଧାରଣ ନିର୍ବାଚନ ପରେ ଯେତେବେଳେ ଲୋକ ସଭା ଗଠନ ହୁଏ, ସେତେବେଳେ ରାଷ୍ଟ୍ରପତି ଗୃହର ପ୍ରଥମ ବୈଠକ ତାରିଖ ବିଜ୍ଞପ୍ତି ଜାରି କରି ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବେ। ଏହି ତାରିଖକୁ ଧାର୍ଯ୍ୟ ତାରିଖ କୁହାଯିବ। ଥରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ, ର୍ନିଦ୍ଦିଷ୍ଟ ତାରିଖ ପରେ ଯେକୌଣସି ନିର୍ବାଚନରେ ଗଠିତ ସମସ୍ତ ବିଧାନସଭାର କାର୍ଯ୍ୟକାଳ ଲୋକ ସଭାର ସମ୍ପୂର୍ଣ୍ଣ କାର୍ଯ୍ୟକାଳ ସମାପ୍ତ ହେବ।

Share