ଅଶ୍ୱିନୀଙ୍କ କ’ଣ ହେବ

ଲୋକ ସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଆସନ୍ତା ଫେବୃଆରୀ ୨୭ରେ ରାଜ୍ୟ ସଭା ନିର୍ବାଚନ ହେବ ବୋଲି ନିର୍ବାଚନ କମିଶନ ୨୯ ଜାନୁଆରୀରେ ତାରିଖ ଘୋଷଣା କରିଛନ୍ତି। ଓଡ଼ିଶାର ୩ ରାଜ୍ୟ ସଭା ସଦସ୍ୟ ବିଜେଡିର ଅମର ପଟ୍ଟନାୟକ ଓ ପ୍ରଶାନ୍ତ ନନ୍ଦ ଏବଂ ଭାଜପାରୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଏପ୍ରିଲ ୩ରେ ପୂରିବ। ହେଲେ କେଁ ରହିଛି ଅଶ୍ୱିନୀଙ୍କ ପାଖରେ। ଗତଥର ତାଙ୍କ ରାଜ୍ୟ ସଭା ଯିବା ପଛରେ ବିଜୁ ଜନତା ଦଳ (ବିଜେଡି)ର ସକ୍ରିୟ ସମର୍ଥନ ଥିଲା। ଆଜି ମଧ୍ୟ ଭୋଟର ତାଲିକାରେ ସେଭଳି କୌଣସି ପରିବର୍ତ୍ତନ ଘଟି ନାହିଁ। ଅର୍ଥାତ୍‌ ୧୪୭ ସଦସ୍ୟ ବିଶିଷ୍ଟ ଓଡ଼ିଶା ବିଧାନସଭାରେ ଭାରତୀୟ ଜନତା ପାର୍ଟି (ଭାଜପା)ର ସଦସ୍ୟ ସଂଖ୍ୟାକୁ ଦେଖିଲେ ଅଶ୍ୱିନୀ ଜିତିବା ଅସମ୍ଭବ। ଅନ୍ୟପଟେ ଲୋକ ସଭା ନିର୍ବାଚନରେ ସେ କଟକରୁ ପ୍ରାର୍ଥୀ ହେବେ ବୋଲି ଶୁଣାଯାଉଛି। ଗତ ୧୫ ଦିନ ମଧ୍ୟରେ କଟକକୁ ତାଙ୍କ ଘନ ଘନ ଗସ୍ତ ଆଲୋଚନାକୁ ଖୋରାକ ଯୋଗାଇଛି। ଯଦି ଅଶ୍ୱିନୀ ପ୍ରତ୍ୟକ୍ଷ ନିର୍ବାଚନ ନ ଲଢ଼ି ପୁଣି ରାଜ୍ୟ ସଭାକୁ ଯିବାକୁ ଚାହିଁବେ, ତେବେ କେଉଁ ସଂଖ୍ୟା ବଳରେ ବିଜୟୀ ହେବେ, ତାହାକୁ ନେଇ ପ୍ରଶ୍ନ ଉଠିପାରେ।
ଯଦି ରାଜ୍ୟ ସଭା କଥା ଚିନ୍ତା କରାଯାଏ ତେବେ ଅଶ୍ୱିନୀଙ୍କୁ ସେଠାକୁ ଯିବା ଲାଗି ପାସ୍‌ପୋର୍ଟ ବିଜେଡିକୁ ଦେବାକୁ ହୋଇପାରେ। ବର୍ତ୍ତମାନ କେନ୍ଦ୍ରୀୟ ସ୍ତରରେ ବିଜେଡି-ଭାଜପାର ସମ୍ପର୍କକୁ ଦେଖିଲେ ଅଶ୍ୱିନୀଙ୍କୁ ପୁନର୍ବାର ସମର୍ଥନ ମିଳିପାରେ ବୋଲି କହିହେବ। କିନ୍ତୁ ପରିବର୍ତ୍ତିତ ରାଜନୀତିରେ ବିଜେଡି କେଉଁଭଳି ସର୍ତ୍ତ ରଖି ଏହି ସମର୍ଥନ ଦେବ, ତାହା ଦେଖିବାକୁ ଅଛି। ଆସନ୍ତା ଫେବୃଆରୀରେ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନରେ ଭାଜପା ତା’ର ଅଧିକ ସଂଖ୍ୟକ ସାଂସଦ ଜିତାଇ କରି ଆଣିପାରିଲା ବୋଲି ଦେଖାଇଲେ ଭାବମୂର୍ତ୍ତି ଆହୁରି ଦୃଢ଼ୀଭୂତ ହେବ। ସାଧାରଣରେ ବିଜୁ ଜନତା ଦଳ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଅଶ୍ୱିନୀଙ୍କୁ ଜିତାଇବା ପାଇଁ ଆଗ୍ରହ ପ୍ରଦର୍ଶନ କରିଥାଆନ୍ତା। କିନ୍ତୁ ଫେବୃଆରୀ ୩ରେ ସମ୍ବଲପୁର ଗସ୍ତରେ ଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଭିମୁଖ୍ୟ ଅନେକାଂଶରେ ନିର୍ଣ୍ଣାୟକ ହେବ। ପୁନର୍ବାର ମହିଳା ସମାବେଶ ପାଇଁ ୧୦ ତାରିଖ ଭୁବନେଶ୍ୱର ଆସିବାକୁ ଥିବା ପ୍ରଧାନମନ୍ତ୍ରୀ ମୋଦି ୩ ତାରିଖର କଥାକୁ ଦୋହରାଇବେ ନା ବଦଳାଇବେ ତାହା ଅଶ୍ୱିନୀଙ୍କ ଆଶା ସମ୍ପର୍କରେ ଆଭାସ ମିଳିବ।

ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳବାର ଭୁବନେଶ୍ୱର ବନ୍ଦ, ହେବ ବଡ଼ ଆନ୍ଦୋଳନ…

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଅଦ୍ଭୁତ ମାଛ, ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼, କେଜି ଏତିକି ଟଙ୍କାରେ ହେଲା ବିକ୍ରି

ଭୋଗରାଇ,୨୨ା୯(ପ୍ରଦୀପ ଦାସ): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ରାଜ୍ୟ ଦୀଘା ମୁହାଣରେ ବଙ୍ଗୀୟ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଛନ୍ତି ଲକ୍ଷାଧିକ ଟଙ୍କାର ତେଲିଆ ଶିଳା ମାଛ। ଦୀଘା ମୁହାଣକୁ...

‘ଓ୍ବାନ ନେଶନ ଓ୍ବାନ ଇଲେକ୍ସନ’କୁ ନେଇ କ’ଣ ରହିବ ବିଜେଡିର ପକ୍ଷ? ନବୀନ କହିଲେ ସମୟ ନେବୁ…

ଭୁବନେଶ୍ୱର,୨୨।୯: ଦେଶରେ ‘ଓ୍ବାନ ନେଶନ ଓ୍ବାନ ଇଲେକ୍ସନ’କୁ ନେଇ ବିତର୍କ ଆରମ୍ଭ ହୋଇଛି। ଏକକାଳୀନ ନିର୍ବାଚନକୁ ନେଇ ମୋଦି କ୍ୟାବିନେଟ ମଞ୍ଜୁରୀ ଦେବା ପରେ ଏବେ...

ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଚାଲିଗଲା ଜଣଙ୍କ ଜୀବନ

ଲାଞ୍ଜିଗଡ଼,୨୨ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡ଼ା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଅନ୍ୟ...

ଆସୁଛି ଆଉ ଏକ ଲଘୁଚାପ: ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା...

ନିମନ୍ତ୍ରଣ ପତ୍ରରେ ନ ଥିଲା ନାଁ, ଉଦ୍‌ଘାଟନ ଘୁଞ୍ଚିଲା

ସୋନପୁର,୨୧।୯(ମୃତ୍ୟୁଞ୍ଜୟ ଶତପଥୀ): ଓମ୍‌ଫେଡ୍‌ର ସୋନପୁର ଡେଏରୀ ପ୍ଲାଣ୍ଟ (ଦୁଗ୍ଧ କାରଖାନା) ଉଦ୍‌ଘାଟନ ଉତ୍ସବସ୍ଥଳ ଶନିବାର ରଣକ୍ଷେତ୍ର ପାଲଟିଥିଲା। ନିମନ୍ତ୍ରଣ ପତ୍ରରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ...

ନବୀନ-କନକବର୍ଦ୍ଧନ ମୁହାଁମୁହିଁ, କହିଲେ ପ୍ରଥମ ଥର ଖୋଲିଲେ ମୁହଁ…

କଟକ,୨୨ା୯(ଶିଳ୍ପା ପ୍ରିୟଦର୍ଶିନୀ): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ଉପରେ ହୋଇଥିବା ନିର୍ଯାତନା ଘଟଣାକୁ ରାଜନୀତୀକରଣ କରା ନ...

ପୋଲିସ ଭିଡିଓ ଭାଇରାଲ କରୁଥିବା ଅଭିଯୋଗ

ଭୁବନେଶ୍ୱର,୨୨ା୯(ସୂର୍ଯ୍ୟକାନ୍ତ ବେହେରା): ଭରତପୁର ଥାନାରେ ଆର୍ମି ଅଫିସର କ୍ୟାପ୍‌ଟେନ୍‌ ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ସାରା ଦେଶ ନିନ୍ଦା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri