ଲୋକେ କ’ଣ କହିବେ

ଆପଣ ଗୋଟେ କାମ କରିବାକୁ ଯାଉଛନ୍ତି ତ ଆପଣଙ୍କ ମାନସିକ ସ୍ତରରେ ପ୍ରବଳ ଚିନ୍ତନ। କେମିତି କରିବେ? କ’ଣ କରିବେ? ଯାହା ବି କରିବେ ଠିକ୍‌ ହେବ ତ! ଏଥିପାଇଁ କାହାଠାରୁ କିଛି ଶୁଣିବିନି ତ! ଲୋକେ କାଳେ କିଛି କହିବେନି ତ! ହୁଏତ ଆପଣ ଏମିତି ଭାବନା କଳ୍ପନା ଭିତରେ ଗୁଡ଼ାଏ ଦିନ ବୁଡ଼ିଯିବେ। ତାକୁ କାର୍ଯ୍ୟରେ ଲଗେଇଲାବେଳକୁ ବେଳ ଚାଲିଯିବ। ଡେରି ହୋଇଯାଇଥିବ। ଅନୁରୂପ କାମ ଆଉ ଜଣେ କିଏ କରିସାରିଥିବ। ସେତେବେଳେ ଆପଣ ଚକିତ ହୋଇଯିବେ। ପୁଣି ଭାବିବେ- ମୁଁ କରିବି ବୋଲି ଭାବୁଥିଲି। ଭାବି ଭାବି ଡେରି ହୋଇଗଲା। ମୋ ସ୍ଥାନରେ ଆଉ ଜଣେ କରିଦେଲା। ତା’ପରେ ପଶ୍ଚାତାପ। ପଛକୁ ପଛକୁ ବିଷାଦ। ଦୁନିଆର ଅନେକ ଲୋକ ଏମିତି ଗୋଲକଧନ୍ଦା ଭିତରେ ବୁଡ଼ିଯାଆନ୍ତି। ଆଉ କିଛି ପରକଥାରେ ପଡ଼ି ଘରନାଶ ନ୍ୟାୟରେ ନିଜକୁ ଡୁବାଇ ଦିଅନ୍ତି। ଘରଲୋକ ଯେତେ କହିଲେ ବି କର୍ଣ୍ଣପାତ କରନ୍ତିନି। ପଛରେ ମାଟି କାମୁଡ଼ି ମୁଣ୍ଡରେ ଦି’ହାତ ଦେଇ ବସନ୍ତି। ସାଧାରଣତଃ ଆମେ କିଛି କଲାବେଳେ ପ୍ରଥମେ ମୁଣ୍ଡକୁ ଢୁକେ ଲୋକେ କ’ଣ କହିବେ। ଲୋକଙ୍କ ଚିନ୍ତାରେ ନିଜ ଚିନ୍ତା, ସ୍ବପ୍ନ, ଆଗ୍ରହ, ଇଚ୍ଛାକୁ ମାରିଦିଅନ୍ତି। ଲୋକ ଯେମିତି କରନ୍ତି ସେମିତି କଲେ ଗଲା ଭାବି ସେଇ ରାସ୍ତାକୁ ସହଜ ସୁଗମ ବୋଲି ଅବିକଳ କାମ କରନ୍ତି। ଯେଉଁ କେତେଜଣ ଅଲଗା କରିବାକୁ ଚେଷ୍ଟା କରନ୍ତି, ସେମାନେ ଅଲଗା ହୋଇ ବାରିହୁଅନ୍ତି।
ଆଜିକା ଦୁନିଆର ଭିଡ଼ରେ ପାରମ୍ପରିକ କାମରେ ଲୋକଙ୍କର ଯେତିକି ଖୁସି, ଅଲଗା କରି କିଛି କରୁଥିବା ଲୋକଙ୍କର ସେତିକି ପସନ୍ଦ ବଢୁଛି। କୋଟି କୋଟି ମଣିଷ ଭିତରେ ଅଲଗାପଣକୁ ଲୋକେ ଚୟନ କରୁଛନ୍ତି ଆଗ୍ରହର ସହ। ଏସବୁ ସତ୍ତ୍ୱେ ଆମ ଭିତରେ ଗୋଟେ ଭୟ ଓ ସରମପଣ ବସା ବାନ୍ଧିଥାଏ ଲୋକେ କ’ଣ କହିବେ। ଏଇ ଭୟ ଆପଣଙ୍କୁ ଆପଣଙ୍କ ଭଳି ବଞ୍ଚତ୍ବାକୁ ଦେଇପାରୁନି। ଆପଣଙ୍କ ସ୍ବପ୍ନକୁ ସାକାର କରିବାକୁ ସୁଯୋଗ ଦେଇପାରୁନି। ଆପଣଙ୍କ ପରିବାରର ଆଗ୍ରହକୁ ଯଥାର୍ଥ ବୋଲି ସ୍ବୀକୃତି ଦେଇପାରୁନାହିଁ। ଯଦିଓ ନିଜ ଭିତରେ ଭାବୁଥାନ୍ତି ମୋ ପରିବାର ସପକ୍ଷରେ ହିଁ ଯିବି ଏବଂ ତାଙ୍କ ମନକଥାକୁ ସମ୍ପାଦିତ କରିବି, ତଥାପି କରିପାରୁନାହାନ୍ତି। କାରଣ ଆପଣଙ୍କ ଭିତରେ ଇତର ଲୋକଙ୍କ ଚିନ୍ତା ବେଶି ଘାରୁଛି। ଲୋକେ କ’ଣ କହିବେ। ଏ କଥା ମଧ୍ୟ ଆପଣ ଜାଣନ୍ତି ଲୋକେ ବହୁତ କୁହନ୍ତି। ଭଲ କଲେ କୁହନ୍ତି, ଖରାପ କଲେ ବି କୁହନ୍ତି। ଲୋକଙ୍କ କାମହେଲା କିଛି ନା କିଛି କହିବା। ଲୋକେ ସେତିକି ନ କହିଲେ ସମାଜ ବଢ଼ିବନି। ଆପଣଙ୍କୁ ଯଦି କିଛି ଲୋକ କୁହନ୍ତି ଜାଣନ୍ତୁ ଆପଣଙ୍କ ପ୍ରଗତି ଆରମ୍ଭ ହୋଇଛି। ତଥାପି ଆପଣଙ୍କ ଭିତରେ ଏତେ ସନ୍ଦେହ କ’ଣ ପାଇଁ? କୋଉଥିପାଇଁ ଆପଣଙ୍କ ଭିତରେ ଏତେ ଶଙ୍କାପଣ। ସବୁବେଳେ ନିଜ ମନକଥାକୁ ଗୁରୁତ୍ୱ ଦିଅନ୍ତୁ। ଭାଗବତରେ ବର୍ଣ୍ଣିତ ମହାନ୍‌ ଉକ୍ତି ଏଠାରେ ମନେ ପଡୁଛି-‘ମନ ତୋହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ?’ ମନକୁ ଗୁରୁ କରି ଆଗକୁ ବଢ଼ିବାକୁ ହେବ। ସମୟ ଚାଲିଗଲେ ସ୍ତର ସ୍ତର ହୋଇ ଆପଣଙ୍କ ଭିତରେ ପଶ୍ଚାତାପ ସ୍ତରୀଭୂତ ହୋଇ ହୃଦୟକୁ ଟାଣ କରିଦେବ। ହୃଦୟ ଭିତରେ ଥିବା ସେହି କୋମଳପଣ ଏବଂ ସ୍ବଚ୍ଛ ଓ ତଟକା ମନଟାକୁ କୋଉଠି ହଜାଇବାକୁ ପଡ଼ିବ। ସମୟ ସ୍ରୋତରେ ଏସବୁ ପାଇଁ ଆପଣ ନିଜକୁ ବାରମ୍ବାର ଦୋଷୀ କରିବାକୁ ପଡ଼ିବ। ଯେତେ ଚେଷ୍ଟାକଲେ ମଧ୍ୟ ଆପଣ ସେଇସବୁ ଦୁଃଖରୁ ମୁକୁଳି ପାରିବେନି। ଶେଷ ସମୟରେ ଜୀବନର ଦୁଃଖ ଏସବୁ ଆପଣଙ୍କୁ ମାରି ଗୋଡ଼େଇବ। ମୃତ୍ୟୁ ପର୍ଯ୍ୟନ୍ତ ଜୀବନର ଅବସୋସ ହୋଇ ରହିବ।
ଅଷ୍ଟ୍ରେଲିଆର ଜଣେ ସେବିକା ବ୍ରାନି ବେୟର ଆସନ୍ନମୃତ୍ୟୁରେ ଥିବା ବହୁ ଲୋକଙ୍କ ନିଜ ଜୀବନର ଅବସୋସ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। ବିଭିନ୍ନ ଲୋକ ବିଭିନ୍ନ ପ୍ରକାର ଦୁଃଖ ଓ ଅବସୋସକୁ କହିଥିଲେ। ତାକୁ ସେ ସାମଗ୍ରିକ ଭାବେ ସମ୍ପାଦିତ କରିବା ପରେ ସମସ୍ତଙ୍କର ପାଞ୍ଚଟି ସାଧାରଣ ପଶ୍ଚାତାପ ପ୍ରାୟ ସମାନ ଥିଲା ବୋଲି ଉଲ୍ଲେଖ କରିଛନ୍ତି। ମୃତ୍ୟୁର ନିକଟତର ଲୋକେ କହିଥିଲେ – ଅନ୍ୟର ଅପେକ୍ଷିତ ଜୀବନ ବଞ୍ଚତ୍ବା ଅପେକ୍ଷା ନିଜ ବାଗରେ ଜୀବନ ଜିଇବାର ସାହସ ଥିଲେ ଭଲ ହୋଇଥାନ୍ତା। ଦ୍ୱିତୀୟ ପଶ୍ଚାତାପ ଥିଲା ଏତେ ପରିଶ୍ରମ କରି ଜୀବନ ଜିଇବାର ନ ଥିଲା। ତୃତୀୟଟି ଥିଲା- ନିଜ ଭିତରେ ଜାଗ୍ରତ ଭାବନା ଓ ଇଚ୍ଛାକୁ ବ୍ୟକ୍ତ କରିବାର ସାହସ ଥିଲେ ଭଲ ହୁଅନ୍ତା। ଚତୁର୍ଥଟି ହେଲା- ନିଜର ସାଙ୍ଗସାଥୀଙ୍କ ସମ୍ପର୍କରେ ରହିଆସିଥିଲେ ଭଲ ହୁଅନ୍ତା ଏବଂ ପଞ୍ଚମଟି ହେଲା- ନିଜକୁ ଜୀବନତମାମ୍‌ ଖୁସି ରଖିବାର ଥିଲା। ୨୦୧୮ର ଏଇ ଅଧ୍ୟୟନ ଅନେକ କହୁଛି। ସେମାନେ ସମସ୍ତେ ଗୋଟେ ଗୋଟେ ଆଦର୍ଶଗତ ଜୀବନ ବଞ୍ଚେଇବାକୁ ଚେଷ୍ଟା କରିଆସିଛନ୍ତି। ଲୋକେ କ’ଣ କହିବେ ଭାବି ଭାବି ନିଜର ସୁଖ, ସ୍ବପ୍ନକୁ ବଳିଦେଇଛନ୍ତି। ନିଜର କ୍ଷମତା ମୁତାବକ ନିଜ ଭାଗର ସୁଖକୁ ଉପଭୋଗ କରିବାରେ ଅସଫଳ ହୋଇଛନ୍ତି। ନିଜ ମନର କଥାକୁ ଗୁରୁତ୍ୱ ଦେଇନାହାନ୍ତି। ସେସବୁ ହିଁ ସାଧାରଣ ପଶ୍ଚାତାପ ଭାବେ ସେମାନଙ୍କର ଶେଷ ଜୀବନକୁ ଛଟପଟ କରିଛି।
ଏହାକୁ ଯଦି ଜୀବନର ବାସ୍ତବତା ବୋଲି ଧରିବା ତେବେ ସତରେ କ’ଣ କରିବା ଆବଶ୍ୟକ। ସ୍ବାଧୀନତା ଓ ସ୍ବେଚ୍ଛାଚାରିତା ଭିତରେ ଥିବା ଫରକକୁ ବୁଝି ଉତ୍ସୃଙ୍ଖଳତାଠାରୁ ନିଜକୁ ଦୂରରେ ରଖି ସବୁବେଳେ ନିଜର ମନ ଓ ହୃଦୟର କଥା ଶୁଣିବା ଲୋଡ଼ା। ଏଥିରେ ବିଫଳ ହେଲେ ଦୁଃଖ କରିବାର ନାହିଁ। ପରକଥାରେ କୋଉଠି ସଫଳତା ମିଳିବ ବୋଲି ଗ୍ୟାରେଣ୍ଟି ଅଛି। ଜୀବନକୁ ନିଜ ଢଙ୍ଗରେ ଜିଇବାର ସୁଯୋଗ ଦେବା ଉଚିତ। ଲୋକେ କ’ଣ କହିବେ ବୋଲି ନିଜର ସୁଖକୁ ପଛ କରିବା ଆଦୌ ଉଚିତ ନୁହଁ। ଅର୍ଥ, ପ୍ରତିପତ୍ତି ଓ ସ୍ବାର୍ଥ ପଛରେ ଗୋଡ଼େଇ ଗୋଡ଼େଇ ନୟାନ୍ତ ହେବା ଅପେକ୍ଷା ଜୀବନ ଜିଇଲା ଭଳି ସୁଖ ଭିତରେ ରହିବା ଆବଶ୍ୟକ। ନିଜର ଦକ୍ଷତାଠାରୁ ଅଧିକ ଆଶା ଓ ଅପେକ୍ଷା ଜୀବନର ସୁଖ ଏବଂ ଶାନ୍ତିକୁ ନଷ୍ଟ କରେ। ଯନ୍ତ୍ର ମଣିଷଟିଏ ସାଜି ନିଜର ସବୁ ସୁଖକୁ ଛଡ଼େଇନେବ ସମୟ। ତଥାପି ଆପଣ ଭାବୁଛନ୍ତି କି ସତରେ ଏମିତି ଜୀବନ ଜିଇହେବ! ନିଶ୍ଚିତ ଜିଇ ହେବ। ନିଜ ଆଦର୍ଶରେ ନିଜକୁ ପରିଚାଳିତ କରନ୍ତୁ। ଲୋକେ ଥରେଅଧେ କହିବେ। ତାକୁ ପଚାରେ କିଏ? ଏଡ଼େଇ ଚାଲନ୍ତୁ ଦେଖିବେ ଆଉ ଲୋକେ କହିବା ବନ୍ଦ କରିଦେବେ ଆପେଆପେ। ତେଣିକି ନିଜ ଜୀବନର ପଥ ଉନ୍ମୁକ୍ତ ହୋଇଯିବ। ସେତେବେଳେ ଜୀବନ ସତରେ କେଡ଼େ ମିଠା ଲାଗିବ!

– ଡ. ଦ୍ୱିତୀଚନ୍ଦ୍ର ସାହୁ
ଇନ୍ଦିରା ନଗର, ୪ର୍ଥ ଗଳି, ରାୟଗଡ଼ା,
ମୋ: ୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

ସଂସ୍କୃତି ବିନିମୟର ସମୃଦ୍ଧ ଇତିହାସ

ସ୍ଥଳ ଓ ଜଳପଥ ଦେଇ ସମଗ୍ର ଉପମହାଦେଶରେ ଭାରତ ଏହାର ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଥିଲା। ସ୍ଥଳଭାଗରେ ଏହା ସମଗ୍ର ହିନ୍ଦୁକୁଶ, ପାରସ୍ୟ (ଆଧୁନିକ ଇରାନ)...

ଏକ ଅନନ୍ୟ ଦୁନିଆ

ପିଲାମାନେ ଆନିମେଶନ ଚଳଚ୍ଚିତ୍ର କିମ୍ବା କାର୍ଟୁନ କାର୍ଯ୍ୟକ୍ରମ ଯଥା ଟମ୍‌ ଏବଂ ଜେରୀ, ମିକି ମାଉସ୍‌, ଚିକୋ ବଣ୍ଟି , ନିଞ୍ଜା ହତୋଡ଼ି, ଅଗି ଆଣ୍ଡ...

ନିଶା ନିଶାଣରେ ନାବାଳକ

ଶାସକ୍ତ ବ୍ୟକ୍ତିମାନେ ସେମାନଙ୍କ କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ହରାଇଥାନ୍ତି। ବନ୍ଧୁତ୍ୱକୁ କ୍ଷତି ପହଞ୍ଚାଇବା, ପରିବାରକୁ ଆଘାତ ଦେବା କିମ୍ବା ଚାକିରି ହରାଇବା ଇତ୍ୟାଦି ବିପଦରେ ମଧ୍ୟ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri