ଅବସର ପରେ କ’ଣ କରିବେ ଶାହରୁଖ

ବଲିଉଡର ବାଦ୍‌ଶାହା ଶାହରୁଖ ଖାନ ଆଜିକାଲି ତାଙ୍କ କମ୍‌ବ୍ୟାକ୍‌ ଚଳଚ୍ଚିତ୍ର ‘ପଠାନ’ର ସଫଳତାକୁ ନେଇ ଚର୍ଚ୍ଚାରେ ଅଝନ୍ତି। ଏହାସହ ସେ ସୋସିଆଲ ମିଡିଆରେ ମଧ୍ୟ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିଛନ୍ତି। ସେ ଟୁଇଟର୍‌ରେ ପ୍ରାୟତଃ ଆସ୍କ ମି ସେସନ୍‌ ରଖି ପ୍ରଶଂସକଙ୍କ ନିକଟତର ହେବାକୁ ଚେଷ୍ଟା କରନ୍ତି। ଏହି ସେସନ୍‌ ରେ ସେ ତାଙ୍କ ପ୍ରଶଂସକଙ୍କ ସହ ବଲିଉଡ, ତାଙ୍କ ଚଳଚ୍ଚିତ୍ର, ପରିବାର ଏବଂ ଅନ୍ୟାନ୍ୟ ବିଷୟ ଉପରେ କଥାବାର୍ତ୍ତା କରନ୍ତି ଏବଂ ପ୍ରଶଂସକଙ୍କ ପ୍ରଶ୍ନର ମଜାଳିଆ ଉତ୍ତର ଦିଅନ୍ତି। ନିକଟରେ ଆସ୍କ ମି ସେସନ୍‌ରେ ଜଣେ ପ୍ରଶଂସକ ତାଙ୍କୁ ଅଭିନୟରୁ ଅବସର ନେଲେ କ’ଣ କରିବେ ବୋଲି ପଚାରିଥିଲେ। ଏହାର ଜବାବ ମଧ୍ୟ କିଙ୍ଗ ଖାନ ମଜାଳିଆ ଢଙ୍ଗରେ ଦେଇଥିଲେ। ଶାହାରୁଖ କହିଛନ୍ତି, ମୁଁ ଅଭିନୟରୁ କେବେବି ଅବସର ନେବି ନାହିଁ … ମୋତେ ଫାୟର୍‌ କରାଯିବ … ଏବଂ ହୁଏତ ତା’ପରେ ମଧ୍ୟ ମୁଁ ଅଧିକ ଦୃଢ ହୋଇ ଫେରି ଆସିବି।
ନିକଟରେ ଶାହାରୁଖଙ୍କ ଫିଲ୍ମ ‘ପଠାନ’ ୨୫ ଜାନୁଆରୀରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଚଳଚ୍ଚିତ୍ରଟି ରିଲିଜ୍‌ ଦିନରୁ ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ପାଇଛି। ଫିଲ୍ମ ରିଲିଜ ହେବାର ୨୭ ଦିନ ବିତିଗଲାଣି। ଫିଲ୍ମଟି ପ୍ରତିଦିନ ନୂଆ ଇତିହାସ ସୃଷ୍ଟି କରୁଛି ଏବଂ ବଲିଉଡର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ଭାବେ ରେକର୍ଡ କରିଛି। ହୋଇଛି। ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ପଠାନ’ ମୁଖ୍ୟ ଭୂମିକାରେ ଜନ ଆବ୍ରାହମ, ଦୀପିକା ପାଦୁକୋନ, ଡିମ୍ପଲ କାପାଡିଆ ଏବଂ ଆଶୁତୋଷ ରାଣା ମଧ୍ୟ ଅଭିନୟ କରିଛନ୍ତି।

Share