ରାଷ୍ଟ୍ରପତି ନିର୍ବାଚନ ହାରିଗଲେ କ’ଣ କରିବେ ଟ୍ରମ୍ପ? ଏବେ କଲେ ସ୍ପଷ୍ଟ

ଓ୍ବାଶିଂଟନ,୨୩।୯: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଦିନକୁ ଦିନ ଆକର୍ଷଣୀୟ ହେବାରେ ଲାଗିଛି। ନିର୍ବାଚନ ତାରିଖ ନଭେମ୍ବର ୫ ରଖାଯାଇଛି। ରବିବାର ଏକ ଇଭେଣ୍ଟରେ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ପଚରାଯାଇଥିଲା ଯେ ଯଦି ସେ ୨୦୨୪ ନିର୍ବାଚନରେ ହାରିଯାଆନ୍ତି, ତେବେ ସେ ଆଗାମୀ ୨୦୨୮ିରେ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ କି? ଏହା ଉପରେ ସେ କହିଥିଲେ, ‘ଏସବୁ ବର୍ତ୍ତମାନ!’ ସରଳ ଭାଷାରେ ଟ୍ରମ୍ପ କ୍ରମାଗତ ଚତୁର୍ଥ ଥର ପାଇଁ ନିର୍ବାଚନ ଦୌଡ଼ରେ ଭାଗ ନେବାକୁ ମନା କରି ଦେଇଥିବା କୁହାଯାଉଛି।
ରବିବାର ‘ଫୁଲ ମେଜର’ ନାମକ ଏକ କାର୍ଯ୍ୟକ୍ରମରେ ଡୋନାଲ୍ଡ ଟ୍ରମ୍ପ ଅଂଶଗ୍ରହଣ କରିଥିଲେ। ଏଥିରେ ତାଙ୍କୁ ପଚରାଯାଇଥିଲା କି ଯଦି ସେ ୨୦୨୪ ନିର୍ବାଚନରେ ହାରିଯାଆନ୍ତି ତେବେ ସେ କ୍ରମାଗତ ଚତୁର୍ଥ ଥର ପାଇଁ ୨୦୨୮ ରେ ରାଷ୍ଟ୍ରପତି ପ୍ରାର୍ଥୀ ହେବେ କି? ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ, ନା, ମୁଁ ସେପରି ଭାବୁନାହିଁ। ମୁଁ ଭାବୁଛି ଏବେ ଯାହା ହୋଇଛି ତାହା ବର୍ତ୍ତମାନ ଯଥେଷ୍ଟ। ମୁଁ ଆଶା କରୁଛି କେବଳ ଏଥର ଆମେ ସଫଳ ହେବୁ।
ସୂଚନାଯୋଗ୍ୟ, ଡେମୋକ୍ରାଟିକ ପାର୍ଟିର ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କଠାରୁ ଟ୍ରମ୍ପ କଡ଼ା ପ୍ରତିଯୋଗିତାର ସମ୍ମୁଖୀନ ହେଉଛନ୍ତି। ଉଭୟ ପ୍ରାର୍ଥୀ ନିର୍ବାଚନ କ୍ଷେତ୍ରରେ ପରସ୍ପରକୁ କଠୋର ପ୍ରତିଯୋଗୀ ବୋଲଇ ଭାବୁଛନ୍ତି। ଏପରିକି ହାରିସ ମତଦାନରେ ଅଗ୍ରଣୀ ହାସଲ କରିବା ଆରମ୍ଭ କରିଛନ୍ତି।
ସୂଚନା ଅନୁସାରେ, ଟ୍ରମ୍ପ ଆଗାମୀ ନିର୍ବାଚନ ପୂର୍ବରୁ ଘୋଷଣା କରିଦେଇଛନ୍ତି। ୨୦୧୭ରେ ଶପଥ ଗ୍ରହଣ ସମୟରେ ଯେପରି ସେ ୨୦୨୦ରେ ନିର୍ବାଚନ ଲଢିବାକୁ ଘୋଷଣା କରିଥିଲେ। ଏଥି ସହିତ, ସେ ନିଜେ ୨୦୨୨ରେ ୨୦୨୪ ର୍ନିିାଚନ ପାଇଁ ଘୋଷଣା କରିଥିଲେ। ଏଥି ସହିତ, ସେ ୨୦୨୦ନିର୍ବାଚନରେ ପରାଜୟକୁ ଅସାମ୍ବିଧାନିକ ବୋଲି କହିଛନ୍ତି। ନିର୍ବାଚନରେ ଅନେକ ଅନିୟମିତତା ଏବଂ ଠକେଇ ହୋଇଥିବା ସେ କହିଛନ୍ତି। ଏଥିସହ ୨୦୨୦ ନିର୍ବାଚନର ଫଳାଫଳକୁ ଅଗ୍ରାହ୍ୟ କରିବା ପାଇଁ ତାଙ୍କ ବିରୋଧରେ ଏକ ମାମଲା ଚାଲିଛି।

Share