Categories: ଜାତୀୟ

ଆପଣ ଯାହା ଶୁଣିଲେ ମୁଁ ତାହା ୨୦ ବର୍ଷ ହେବ ଶୁଣୁଛି, ଧନଖଡଙ୍କ ସହ ଫୋନ ଯୋଗେ କଥା ହେଲେ ମୋଦି

ନୂଆଦିଲ୍ଲୀ,୨୦।୧୨: ତ୍ରୁଣମୂଳ କଂଗ୍ରେସ (ଟିଏମସି)ଏମପି କଲ୍ୟାଣ ବାନାର୍ଜୀ ତାଙ୍କୁ ଅନୁକରଣ କରି ରାଜ୍ୟ ସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ ପରିହାସ କରିଥିଲେ। ଅଧ୍ୟକ୍ଷ ଧନଖଡ ମଧ୍ୟ ଏହି ପ୍ରସଙ୍ଗରେ ଆପତ୍ତି ଉଠାଇଥିଲେ। ଏଥି ସହ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପରାଷ୍ଟ୍ରପତି ଧନଖଡଙ୍କୁ ଡାକି ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସେ ତାଙ୍କୁ କହିଛନ୍ତି ଯେ ଆଜି ଯାହା ଯାହା ଶୁଣିବାକୁ ପଡୁଛି, ମୁଁ ଗତ ୨୦ବର୍ଷ ଧରି ଏହା ଶୁଣୁଛି। କିନ୍ତୁ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ପ୍ରଧାନମନ୍ତ୍ରୀ ତାଙ୍କୁ ଫୋନ କରିଛନ୍ତି ବୋଲି ରାଜ୍ୟ ସଭା ଅଧ୍ୟକ୍ଷ ଧନଖର ଟୁଇଟ କରିଛନ୍ତି। ସେ କହିଛନ୍ତି ଯେ ଆଜି ଆପଣ ଯାହା ଶୁଣିଛନ୍ତି, ମୁଁ ଗତ ୨୦ ବର୍ଷ ଧରି ଏସବୁ ଶୁଣୁଛି, କିନ୍ତୁ ଦେଶର ଉପରାଷ୍ଟ୍ରପତି ହୋଇ ଆପଣ ଏହାକୁ ଗୃହ ଭିତରେ ଶୁଣିବାକୁ ପଡିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଯେଉଁଭଳି ଭାବରେ ରାଜ୍ୟ ସଭା ଅଧ୍ୟକ୍ଷଙ୍କୁ ଗୃହ ବାହାରେ ଉପହାସ କରାଯାଇଥିଲା ତାହା ମଧ୍ୟ ଦୁର୍ଭାଗ୍ୟଜନକ। ଏହି କାର୍ଯ୍ୟ ପାଇଁ ଟିଏମସି ଏମପିଙ୍କୁ ସବୁ ସ୍ଥାନରେ ସମାଲୋଚନା କରାଯାଉଛି।

Share