ଚଣ୍ଡିଗଡ଼,୨୯।୧୨: ପଞ୍ଜାବରେ ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ନବଜୋତ ସିଂ ସିଦ୍ଧୁ ପୁଣି ଥରେ କଂଗ୍ରେସର ଚିନ୍ତା ବଢାଇଛନ୍ତି। ସିଦ୍ଧୁ ନିଜ ଦଳ ଉପରେ ବର୍ଷି ୨୦୨୨ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ଚେହେରା ସ୍ପଷ୍ଟ କରିବାକୁ କହିଛନ୍ତି। ବୁଧବାର ନବଜୋତ ସିଂ ସିଦ୍ଧୁ କହିଛନ୍ତି, ବର ବିନା ବରଯାତ୍ରୀ କେମିତି? ସଙ୍କଟରୁ ବଞ୍ଚିବା ପାଇଁ ଜଣେ ମୁଖ୍ୟମନ୍ତ୍ରୀ ଚେହେରା ଆବଶ୍ୟକ। ରାଜ୍ୟର ଆର୍ଥିକ ସ୍ଥିତି, ବଜେଟ ଆଦିକୁ ବିଚାରକୁ ନ ନେଇ ବିଭିନ୍ନ ଲୋକପ୍ରିୟ ସ୍କିମ ଘୋଷଣା କରିବାର କୌଣସି ମାନେ ନାହିଁ। ସେହିପରି ଧର୍ମ ଅପମାନ ମାମଲାର ତଦନ୍ତରେ ବିଳମ୍ବ ନେଇ ସେ ପଂଜାବ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
ପଞ୍ଜାବରେ ହେବାକୁ ଥିବା ଆସନ୍ତା ବିଧାନସଭା ନିର୍ବାଚନରେ କଂଗ୍ରେସ କାହାକୁ ମୁଖ୍ୟମନ୍ତ୍ରୀ ଚେହେରା ନ କରିବାକୁ ନିଷ୍ପତ୍ତି ନେଇଛି।