Posted inଜାତୀୟ

ହ୍ବାଟସ୍‌ ଆପ ୟୁଜର୍ସଙ୍କୁ ଦେଲା ନୂଆ ଫିଚର, ବଦଳିଯିବ ଆପର ରଙ୍ଗ

ନୂଆଦିଲ୍ଲୀ,୬।୧: ସୋସିଆଲ ମିଡିଆର ନାମୀ କମ୍ପାନୀ ହ୍ବାଟସ ଆପ ନୂଆ ବୈଶିଷ୍ଟ୍ୟ ଉପରେ କାର୍ଯ୍ୟ ଜାରି ରଖିଛି। ପ୍ରଥମେ ନଆ ଫିଚରଗୁଡିକ ବିଟା ଟେଷ୍ଟରମାନଙ୍କ ପାଇଁ ଜାରି କରାଯାଏ, ତାପରେ ସେଗୁଡିକ ସାଧାରଣ ଲୋକଙ୍କ ପାଇଁ ଲାଇଭ କରାଯାଏ। ଏହି ସମୟରେ, କମ୍ପାନୀ ଆଇଓଏସ ବିଟା ଟେଷ୍ଟର୍ସଙ୍କୁ ଏକ ନୂତନ ‘ଥିମ ଫିଚର’ ଦେଇଛି ଯାହା ସାହାଯ୍ୟରେ ଉପଭୋକ୍ତାମାନେ ଆପର ମୁଖ୍ୟ ରଙ୍ଗ ପରିବର୍ତ୍ତନ କରିପାରିବେ। ଆଇଓଏସ ଉପଭୋକ୍ତାମାନେ ଦୃଶ୍ୟ ବିଭାଗରେ ଏହି ଫିଚର ପାଇବେ। କମ୍ପାନୀ ୫ଟି ଭିନ୍ନ ରଙ୍ଗ ବିକଳ୍ପ ଦେଇଛି ଯେଉଁଥିରେ ସବୁଜ, ନୀଳ, ଧଳା, ଗୋଲାପୀ ଏବଂ ବାଇଗଣୀ ଅନ୍ତର୍ଭୁକ୍ତ। ଆପଣ ଏହି ରଙ୍ଗଗୁଡିକ ମଧ୍ୟରୁ ଯେକୌଣସି ଗୋଟିଏକୁ ଆପର ମୁଖ୍ୟ ରଙ୍ଗ ଭାବରେ ବାଛିପାରିବେ। ଏହା ସହିତ, ଆପଣଙ୍କର ହ୍ବାଟସ ଆପ ଏକ ନୂଆ ଲୁକରେ ଦେଖାଯିବ।

ଏହି ଅପଡେଟ ବିଷୟରେ ସୂଚନା ହ୍ବାଟସ ଆପ ଉପରେ ନଜର ରଖିଥିବା ଓ୍ବେବସାଇଟ Wabetainfoଦ୍ୱାରା ଶେୟାର କରାଯାଇଛି। ସମ୍ପ୍ରତି ଏହି ଅପଡେଟ iOS 24.1.10.70 ବିଟା ସଂସ୍କରଣରେ ଦେଖାଯାଇଛି। ୱେବସାଇଟ ଅନୁଯାୟୀ, ନୂତନ ଫିଚର ଉପଭୋକ୍ତାମାନଙ୍କୁ ସେମାନଙ୍କ ବ୍ୟକ୍ତିତ୍ୱ ଅନୁଯାୟୀ ଆପର ରଙ୍ଗ ସେଟ କରିବାର ବିକଳ୍ପ ଦେଇଥାଏ ଯାହା ବ୍ୟବହାରକାରୀଙ୍କ ଅଭିଜ୍ଞତାକୁ ମଧ୍ୟ ବଦଳାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଶନିବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆତିଶୀ

ନୂଆଦିଲ୍ଲୀ,୨୦ା୯ : ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତ୍ରୀ ଆତିଶୀ ଶନିବାର ଅପରାହ୍ନ ୪ଟା ୩୦ ମିନିଟ୍‌ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତାଙ୍କ...

ତିରୁପତି ଲଡ଼ୁ ବିବାଦ: ସୁପ୍ରିମକୋର୍ଟରେ ମାମଲା

ନୂଆଦିଲ୍ଲୀ,୨୦ା୯: ତିରୁପତି ଲଡ଼ୁ ବିବାଦ ଶୁକ୍ରବାର ସୁପ୍ରିମକୋର୍ଟରେ ପହଞ୍ଚତ୍ଛି। ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ପାଇଁ ଜଣେ ଆଇନଜୀବୀ ସର୍ବୋଚ୍ଚ ଅଦାଲତରେ ପିଟିଶନ ଦାଏର କରିଛନ୍ତି।...

ମାଓବାଦୀଙ୍କୁ ଅସ୍ତ୍ରତ୍ୟାଗ ପାଇଁ ଶାହାଙ୍କ ଆହ୍ବାନ

ନୂଆଦିଲ୍ଲୀ,୨୦ା୯: ମାଓବାଦୀମାନେ ସେମାନଙ୍କ ଅସ୍ତ୍ରଶସ୍ତ୍ର ତ୍ୟାଗକରି ଆତ୍ମସମର୍ପଣ କରିବା ନିମନ୍ତେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶୁକ୍ରବାର ଅପିଲ୍‌ କରିଛନ୍ତି। ସେମାନେ ଯଦି ହିଂସାତ୍ମକ ପନ୍ଥା...

ଘାଟିରେ ଖସିପଡ଼ିଲା ବସ୍‌: ୪ ଯବାନ ମୃତ, ୨୮ଗୁରୁତର

କଶ୍ମୀର,୨୦।୯: କଶ୍ମୀର ବୁଦ୍ଧଗାମ ଜିଲାରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ବିଏସ୍‌ଏଫ୍‌ ଯବାନଙ୍କୁ ଧରି ଯାଉଥିବା ଏକ ବସ୍‌ ଦୁର୍ଘଟଣା ହୋଇ ଘାଟି...

ଭରତପୁର ଥାନା ଘଟଣା: ଉଦ୍‌ବେଗ ପ୍ରକାଶ କଲେ ରାହୁଲ ଗାନ୍ଧି

ଭୁବନେଶ୍ୱର,୨୦ା୯: ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଏବଂ ଯୌନ ନିର୍ଯାତନା ଅଭିଯୋଗ ମାମଲା ଓଡ଼ିଶାକୁ ସାରା ଦେଶରେ ଲଜ୍ଜିତ କରିଛି।...

ଦିବ୍ରୁଗଡ଼ ଚେକ୍‌ପୋଷ୍ଟ ସିଲ୍‌ କଲେ ପଶ୍ଚିମବଙ୍ଗ ସରକାର: ରାସ୍ତାରେ ଅଟକିଛି ହଜାର ହଜାର ଟ୍ରକ୍‌

ରାଞ୍ଚି,୨୦ା୯: ପଶ୍ଚିମବଙ୍ଗ ସରକାର ଦିବ୍ରୁଗଡ଼ ଚେକ୍‌ପୋଷ୍ଟ ସିଲ୍‌ କରିଦେଇଥିବାରୁ ଝାଡ଼ଖଣ୍ଡରୁ ଯାଉଥିବା ହଜାର ହଜାର ଭାରୀଯାନ ୧୯ ନମ୍ବର ଜାତୀୟ ରାଜପଥରେ ଅଟକି ରହିଛି। ଆନ୍ତଃରାଜ୍ୟ...

ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ହ୍ୟାକ୍‌

ନୂଆଦିଲ୍ଲୀ,୨୦ା୯: ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଶୁକ୍ରବାର ହ୍ୟାକ୍‌ ହୋଇଛି। ଆମେରିକୀୟ କମ୍ପାନୀ ରିପଲ୍‌ ଲାବ୍‌ସ ଦ୍ୱାରା ବିକଶିତ କ୍ରିପ୍ଟୋକରେନ୍ସିର ପ୍ରଚାର ପ୍ରସାର କରାଉଥିବା ଭିଡିଓ ଏଥିରେ...

ଭରତପୁର ଥାନା ଘଟଣା: ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କଲେ ପ୍ରିୟଙ୍କା ଗାନ୍ଧି

ଭୁବନେଶ୍ୱର,୧୯।୯: ଭରତପୁର ଥାନା ଘଟଣାକୁ ନେଇ ଓଡ଼ିଶା ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ଏକ୍ସରେ ଏକ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri