ଜୁନ୍‌ରେ ୨୨ ଲକ୍ଷରୁ ଅଧିକ ଭାରତୀୟଙ୍କ ହ୍ବାଟସଆପ୍‌ ଆକାଉଣ୍ଟ୍‌ ନିଷିଦ୍ଧ…

ନୂଆଦିଲ୍ଲୀ, ୨।୮ : ଜୁନ ୨୦୨୨ରେ ହ୍ଟାଟସ୍‌ଆପ୍‌ ୨୨ ଲକ୍ଷରୁ ଅଧିକ ଭାରତୀୟଙ୍କ ଆକାଉଣ୍ଟକୁ ନିଷିଦ୍ଧ କରିଛି। ବ୍ୟବହାରକାରୀଙ୍କଠାରୁ ଆସିଥିବା ଅଭିଯୋଗ ଆଧାରରେ ଏବଂ ନୀତିକୁ ଉଲ୍ଲଂଘନକୁ ଚିହ୍ନଟ କରିବା ନେଇ ମେଟା ମାଲିକାନା ମେସେଜିଂ ପ୍ଲାଟଫର୍ମ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କମ୍ପାନୀ ଏହା ପୂର୍ବରୁ ମେ ମାସରେ ୧୯ ଲକ୍ଷ ଆକାଉଣ୍ଟ, ଏପ୍ରିଲରେ ୧୬ ଲକ୍ଷ ଏବଂ ମାର୍ଚ୍ଚରେ ୧୮.୦୫ ଲକ୍ଷ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଥିଲା।

ଗତ ବର୍ଷ ଲାଗୁ ହୋଇଥିବା ନୂତନ ସୂଚନା ପ୍ରଯୁକ୍ତିବିଦ୍ୟା ନିୟମ ଅନୁଯାୟୀ, ୫୦ ଲକ୍ଷରୁ ଅଧିକ ଉପଭୋକ୍ତାବୃହତ ଡିଜିଟାଲ ପ୍ଲାଟଫର୍ମଗୁଡିକ ପ୍ରତି ମାସରେ ଅନୁପାଳନ ରିପୋର୍ଟ ପ୍ରକାଶ କରିବା ଆବଶ୍ୟକ, ଗ୍ରହଣ କରାଯାଇଥିବା ଅଭିଯୋଗ ଏବଂ କାର୍ଯ୍ୟାନୁଷ୍ଠାନର ବିବରଣୀର ରିପୋର୍ଟ ମଧ୍ୟ ଉପସ୍ଥାପନ କରିବେ।

ରିପୋର୍ଟ ଅନୁଯାୟୀ, ଅପବ୍ୟବହାର କରୁଥିବା ଚିହ୍ନଟ ହେବା ପରେ ୨୦୨୨ ଜୁନ ୧ରୁ ଜୁନ ୩୦ ମଧ୍ୟରେ ହ୍ବାଟସ ଆପ ପକ୍ଷରୁ ୨୨ ଲକ୍ଷ ୧୦ ହଜାର ଲକ୍ଷ ଭାରତୀୟ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏଥିରେ, ଉପଭୋକ୍ତାମାନଙ୍କଠାରୁ ଗ୍ରହଣ କରାଯାଇଥିବା ନକାରାତ୍ମକ ମତାମତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବ୍ୟବହାରକାରୀଙ୍କୁ ପ୍ଲାଟଫର୍ମରେ ସୁରକ୍ଷିତ ରଖିବା ପାଇଁ ଆଟିଫିସିଆଲ ଇଣ୍ଟେଲଜେନ୍ସି ଏବଂ ଅନ୍ୟାନ୍ୟ ପ୍ରଯୁକ୍ତିବିଦ୍ୟା, ଡାଟା ବୈଜ୍ଞାନିକ, ବିଶେଷଜ୍ଞଙ୍କୁ ଏହି ପ୍ରକ୍ରିୟାରେ କ୍ରମାଗତ ବ୍ୟବହାର କରାଯାଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।

ଜୁନ ୨୦୨୨ ରେ, ୬୩୨ ଅଭିଯୋଗ ରିପୋର୍ଟ କରାଯାଇଥିଲା ଏବଂ ୬୪ ଆକାଉଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ପ୍ରାପ୍ତ ମୋଟ ରିପୋର୍ଟ ମଧ୍ୟରୁ ୪୨୬ ଟି ପ୍ରତିବନ୍ଧକ ଲାଗୁ କରିବାକୁ ଆବେଦନ ସମ୍ବନ୍ଧୀୟ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପିଲାଙ୍କ ବୁଦ୍ଧି ଭ୍ରଷ୍ଟ କରୁଛି ଭିଡିଓ ଗେମ୍: ସହପାଠୀଙ୍କ ୧୦ ଟଙ୍କାର ଚ୍ୟାଲେଞ୍ଜରେ ହାତ କାଟିଦେଲେ ୪୦ ଛାତ୍ର

ଗୁଜରାଟ,୨୬।୩: ମାତ୍ର ୧୦ ଟଙ୍କା ପାଇଁ ସହପାଠୀଙ୍କ ପ୍ରରୋଚନାରେ ହାତ କାଟିଦେଲେ ୪୦ ସ୍କୁଲ ଛାତ୍ର। ଏଭଳି ଏକ ବିଚିତ୍ର କାଣ୍ଡ ଘଟିଛି ଗୁଜରାଟର ମୋଟା...

ଏଣିକି ହ୍ବାଟସଆପ୍‌ରୁ ଡାଉନଲୋଡ କରିପାରିବେ ଆଧାରକାର୍ଡ, ଜାଣନ୍ତୁ ସହଜ ଉପାୟ

ସାଧାରଣ ଲୋକଙ୍କ ସୁବିଧା ପାଇଁ Meity କିଛି ବର୍ଷ ପୂର୍ବରୁ DigiLocker ସେବା ଆରମ୍ଭ କରିଥିଲା। ଡିଜିଲକରରେ ଡକ୍ୟୁମେଣ୍ଟଗୁଡ଼ିକୁ ଡିଜିଟାଲ ଫର୍ମାଟରେ ରଖାଯାଇପାରିବ। ଆପଣ ଆପଣଙ୍କର...

ଟ୍ରମ୍ପଙ୍କ ଧମକ ପରେ ସତରେ କ’ଣ ଶୁଳ୍କ ହ୍ରାସ କରିବାକୁ ପ୍ରସ୍ତୁତ ହେଉଛି ଭାରତ? ଜାଣନ୍ତୁ ଅପଡେଟ

ନୂଆଦିଲ୍ଲୀ,୨୬।୩: ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ, ସାରା ବିଶ୍ୱରେ ଶୁଳ୍କ ଯୁଦ୍ଧକୁ ନେଇ ହଙ୍ଗାମା ଚାଲିଛି। ଭାରତ ଏବଂ ଆମେରିକା ମଧ୍ୟ ବାଣିଜ୍ୟ...

ଅବସର ପରେ ଅର୍ଥାତ୍‌ ୬୦ବର୍ଷ ପରେ PF ଆକାଉଣ୍ଟରୁ କେତେ ମିଳିବ ପେନସନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୩: ଯଦି ଆପଣ ଚାକିରି କରୁଛନ୍ତି ଏବଂ ଆପଣଙ୍କର PF ଆକାଉଣ୍ଟ ଅଛି, ତେବେ ଆପଣଙ୍କ ମନରେ ଏହି ପ୍ରଶ୍ନ ନିଶ୍ଚୟ ଆସିଥିବ ଯେ, ଅବସର...

କଂଗ୍ରେସ ବିରୋଧରେ ସୁନା ଇଟା ଧରି ବିରୋଧ ପ୍ରଦର୍ଶନ କଲା BRS

ହାଇଦ୍ରାବାଦ,୨୬।୩: ବୁଧବାର ତେଲଙ୍ଗାନା ବିଧାନ ପରିଷଦରେ କଂଗ୍ରେସ ସରକାରଙ୍କ ବିରୋଧରେ ଭାରତ ରାଷ୍ଟ୍ର ସମିତି (BRS)ର ଜଣେ MLC ଏକ ଅନନ୍ୟ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି।...

ମନରେଗା ଯୋଜନାରେ ପଞ୍ଜିକୃତ ହେଲେ ମହମ୍ମଦ ଶାମିଙ୍କ ଭଉଣୀ, ଭିଣୋଇ: ରିପୋର୍ଟ

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମି ଭଉଣୀ ଏବଂ ଭିଣୋଇ କେନ୍ଦ୍ର ସରକାରଙ୍କ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା...

ଏହି Gold Schemeକୁ ବନ୍ଦ କରିଦେଲେ ସରକାର, କ’ଣ ଆପଣଙ୍କର ଜମା ଟଙ୍କା ଫସିଗଲା କି? ଜାଣନ୍ତୁ ଆଗକୁ କ’ଣ ହେବ…

ନୂଆଦିଲ୍ଲୀ,୨୬।୩: ମୋଦି ସରକାରଙ୍କ ବଡ଼ ଘୋଷଣା। ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ, କେନ୍ଦ୍ର ସରକାର ୨୬ ମାର୍ଚ୍ଚ, ୨୦୨୫ (ବୁଧବାର) ଠାରୁ Gold Monetization Scheme...

ବିରୋଧୀଙ୍କ ସ୍ୱରକୁ ଚାପି ଦେଉଛନ୍ତି ବାଚସ୍ପତି! ରାହୁଲ ଗାନ୍ଧୀ ଲଗାଇଲେ ବଡ଼ ଅଭିଯୋଗ

ନୂଆଦିଲ୍ଲୀ,୨୬।୩: ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଟାର୍ଗେଟ କରି ବିରୋଧୀ ଦଳ ନେତା ବଡ଼ ଅଭିଯୋଗ ଲଗାଇଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି ଯେ ତାଙ୍କୁ ଗୃହରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image