Categories: ଜାତୀୟ

ଭାରତ ସରକାରଙ୍କ ବିରୋଧରେ କୋର୍ଟରେ ପହଞ୍ଚିଲା ହ୍ବାଟସ୍‌ଆପ୍‌…

ନୂଆଦିଲ୍ଲୀ,୨୬।୫: ଭାରତ ସରକାରଙ୍କ ବିରୋଧରେ ହ୍ବାଟସ୍‌ଆପ୍‌ କୋର୍ଟର ଦ୍ୱାରସ୍ଥ ହୋଇଛି। ଦିଲ୍ଲୀ ହାଇକୋର୍ଟରେ ହ୍ବାଟସ୍‌ଆପ୍‌ ପକ୍ଷରୁ ଏକ ମାମଲା ଦାଏର କରାଯାଇଛି। ବୁଧବାରଠାରୁ ଭାରତାରେ ଲାଗୁ ହେବାକୁ ଥିବା ନୂଆ ଆାଇଟି ନିୟମ ଉପରେ ରୋକ ଲଗାଯିବା ପାଇଁ ହ୍ବାଟସ୍‌ଆପ୍‌ ଆବେଦନ କରିଛି। ମେସେଞ୍ଜର ଆପ୍‌ ପକ୍ଷରୁ କୁହାଯାଇଛି ଯେ, ନୂଆ ନିୟମ ଦ୍ୱାରା ୟୁଜରଙ୍କ ରାଇଟ୍‌ ଟୁ ପ୍ରିଭେସି ଦୁର୍ବଳ ହୋଇଯିବ। ନୂଆ ନିୟମ ଅନୁସାରେ ଚାଟ୍‌କୁ ଟ୍ରେସ୍‌ କରିବାକୁ ପଡ଼ିବ। ଏହା ମେସେଜ୍‌ର ଫିଙ୍ଗରପ୍ରିଣ୍ଟ୍‌ ରଖିବା ଭଳି ସାବ୍ୟସ୍ତ ହେବ। ଫଳରେ ୟୁଜରଙ୍କ ପ୍ରିଭେସି ପ୍ରଭାବିତ ହେବ ବୋଲି ହ୍ବାଟସ୍‌ଆପ୍‌ ପକ୍ଷରୁ ଆବେଦନରେ ଉଲ୍ଲେଖ କରାଯାଇଛି।

Share