Categories: ଜାତୀୟ

ଭାରତରେ ୭୪ ଲକ୍ଷ ଆକାଉଣ୍ଟ ବ୍ୟାନ୍‌ କଲା ହ୍ବାଟ୍ସଆପ୍‌

ଷ୍ଟକ୍‌ହୋମ୍‌,୨ା୧୦: ତ୍ୱରିତ୍‌ ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ଅଗଷ୍ଟ ମାସରେ ଭାରତର ୭୪.୨ ଲକ୍ଷ ଆକାଉଣ୍ଟକୁ ବ୍ୟାନ୍‌ କରିଛି। ପୂର୍ବ ମାସ ତୁଳନାରେ ଏହା ୨ ଲକ୍ଷ ଅଧିକ। ୨୦୨୧ର ନୂଆ ସୂଚନା ପ୍ରଯୁକ୍ତି ନିୟମାବଳୀ ଅନୁଯାୟୀ ହ୍ବାଟ୍ସଆପ୍‌ ବିଭିନ୍ନ ସମୟରେ ଆକାଉଣ୍ଟଗୁଡ଼ିକୁ ବନ୍ଦ କରିଆସୁଛି। ବର୍ତ୍ତମାନ ସୁଦ୍ଧା ଦେଶର ୩୫,୦୬,୯୦୫ ହ୍ବାଟ୍ସଆପ୍‌ ଆକାଉଣ୍ଟ ବନ୍ଦ ହେଲାଣି। ମେଟା ମାଲିକାନାରେ ଥିବା ହ୍ବାଟ୍ସଆପ୍‌ ସେପ୍ଟେମ୍ବରରେ ୭୨.୨୮ ଲକ୍ଷ ଆକାଉଣ୍ଟକୁ ବ୍ୟାନ୍‌ କରିଥିଲା।

Share