Categories: ଜାତୀୟ

୨୦ ଲକ୍ଷ ଭାରତୀୟଙ୍କ ହ୍ବାଟ୍ସଆପ୍‌ ଆକାଉଣ୍ଟ ବ୍ୟାନ

ନୂଆଦିଲ୍ଲୀ, ୧୫।୭: ଗତ ମେ’ ୧୫ରୁ ଜୁନ ୧୫ ମଧ୍ୟରେ ୨୦ ଲକ୍ଷ ଭାରତୀୟଙ୍କ ହ୍ବାଟ୍ସଆପ୍‌ ଆକାଉଣ୍ଟକୁ ବ୍ଲକ କରାଯାଇଛି। ଅନଲାଇନ ଅପବ୍ୟବହାରରୁ ୟୁଜର୍ସଙ୍କୁ ସୁରକ୍ଷିତ ରଖିବା ପାଇଁ ଫେସ୍‌ବୁକ ମାଲିକାନାରେ ଥିବା କମ୍ପାନୀ ଏଭଳି ପଦକ୍ଷେପ ନେଇଛି। ଏ ନେଇ ମେସେଜିଂ ପ୍ଲାଟଫର୍ମ ପକ୍ଷରୁ ଗୁରୁବାର ପ୍ରକାଶ ପାଇଥିବା ମାସିକିଆ ରିପୋର୍ଟରେ ଦିଆଯାଇଛି ଏହି ତଥ୍ୟ।

ନୂଆ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଆଇନ ଅନୁଯାୟୀ, ସୋସିଆଲ ମିଡିଆ ଫ୍ଲାଟଫର୍ମ (ଟୁଇଟର, ଫେସବୁକ ଓ ଓ୍ବାଟ୍ସଆପ୍‌) ପ୍ରତ୍ୟେକ ମାସରେ କେତେ ୟୁଜରଙ୍କୁ ବ୍ଲକ କରିଛି, ତାହାର ରିପୋର୍ଟ ଦେବା ବାଧ୍ୟତାମୂଳକ।

”ୟୁଜର୍ସଙ୍କୁ ସୁରକ୍ଷିତ ରଖିବା ପାଇଁ ଆମେ ସର୍ବଦା ଟେକ୍‌ନୋଲୋଜି, ଲୋକ ଓ ପ୍ରକ୍ରିୟାରେ ଉପରେ ଖର୍ଚ୍ଚ କରୁ। ଆମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, କ୍ଷତିକାରକ ଓ ଅଯଥା ମେସେଜ କରୁଥିବା ଆକାଉଣ୍ଟକୁ ବ୍ଲକ କରିବା। ଆଉ ଉନ୍ନତମାନର ଦକ୍ଷତା ବଳରେ ଆମେ ସେଭଳି ୨୦ ଲକ୍ଷ ଆକାଉଣ୍ଟକୁ ମେ’ ୧୫ରୁ ଜୁନ ୧୫ ମଧ୍ୟରେ ଚିହ୍ନଟ କରି ବ୍ୟାନ କରିଛୁ“ ବୋଲି ହ୍ବାଟ୍ସଆପ ପକ୍ଷରୁ କୁହାଯାଇଛି।

Share