ନୂଆଦିଲ୍ଲୀ,୨।୪ : ଫେବୃଆରୀରେ ହ୍ବାଟସଆପ ୪୫ ଲକ୍ଷରୁ ଅଧିକ ଆକାଉଣ୍ଟକୁ ନିଷିଦ୍ଧ କରିଛି। ଯାହା ଗତ ମାସରେ ନିଷିଦ୍ଧ ହୋଇଥିବା ଆକାଉଣ୍ଟ ସଂଖ୍ୟାଠାରୁ ଅଧିକ। ଜାନୁଆରୀରେ ହ୍ବାଟସଆପ ୨୯ ଲକ୍ଷ ଆକାଉଣ୍ଟକୁ ନିଷିଦ୍ଧ କରିଥିଲା। ୨୦୨୨ ଡିସେମ୍ବରରେ ୩୬ ଲକ୍ଷ ଏବଂ ନଭେମ୍ବରରେ ୩୭ ଲକ୍ଷ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ୨୦୨୩ ଫେବୃଆରୀ ୧ ରୁ ୨୮ ମଧ୍ୟରେ ହ୍ବାଟସଆପ ୪୫,୯୭,୪୦୦ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଥିବା ଏକ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।