Categories: ଜାତୀୟ

ହ୍ବାଟସ ଆପ ନିଷେଧ କଲା ୭୨ ଲକ୍ଷରୁ ଅଧିକ ଆକାଉଣ୍ଟ, ରହିଛି କି ଆପଣଙ୍କର ?…

ନୂଆଦିଲ୍ଲୀ,୬।୯ : ହ୍ବାଟସ ଆପର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ସ୍କାମରମାନେ ମଧ୍ୟ ଏହାର ସୁଯୋଗ ନେଇ ଅନେକ ନିରୀହ ଲୋକଙ୍କ ପକେଟ ଖାଲି କରୁଛନ୍ତି। ଭାରତରେ ବଢୁଥିବା ଅନଲାଇନ ସ୍କାମକୁ ହଟାଇବା ପାଇଁ ହ୍ବାଟସ ଆପ ଏକ ବଡ ପଦକ୍ଷେପ ନେଇଛି। ଜୁଲାଇ ମାସ ମଧ୍ୟରେ ହ୍ବାଟସ ଆପ ୭୨ ଲକ୍ଷରୁ ଅଧିକ ଆକାଉଣ୍ଟ ନିଷେଧ କରିଦେଇଛି। ଏହି ସୂଚନା ହ୍ବାଟସ ଆପ ଦ୍ୱାରା ଶେୟାର କରାଯାଇଛି। ହ୍ବାଟସ ଆପ ସହିତ ଅଧିକାଂଶ ପ୍ଲାଟଫର୍ମ ସେମାନଙ୍କର ମାସିକ ୍‌ରିପୋର୍ଟ ଅଂଶୀଦାର କରିଥାନ୍ତି । ହ୍ବାଟସଆପର ମାସିକ ରିପୋର୍ଟରେ ଏନେଇ ଉଲ୍ଲେଖ କରାଯାଇଛି।

ରିପୋର୍ଟ ଅନୁଯାୟୀ, ଜୁଲାଇ ୧ ରୁ ଜୁଲାଇ ୩୧ ମଧ୍ୟରେ ହ୍ବଟସ ଆପ ୭୨ ଲକ୍ଷରୁ ଅଧିକ ଆକାଉଣ୍ଟ ବନ୍ଦ କରିଦେଇଛି। ଭାରତରେ ବଢୁଥିବା ସ୍କାମକୁ ରୋକିବା ପାଇଁ ଅଧିକାଂଶ ଆକାଉଣ୍ଟକୁ ବାରଣ କରାଯାଇଛି। ବାସ୍ତବରେ ଭାରତରେ ଅନେକ ଅନଲାଇନ ସ୍କାମ ସାମ୍ନାକୁ ଆସିଛି, ଯେଉଁଥିରୁ ହ୍ବାଟସ ଆପ କିଛି ସ୍କାମର୍‌ଙ୍କ ଦ୍ୱାରା ବ୍ୟବହୃତ ହୋଇଥିଲା। ଅନଲାଇନ ଠକେଇର ଅନେକ କ୍ଷେତ୍ରରେ ହ୍ବାଟସ ଆପରେ ଅଜ୍ଞାତ ନମ୍ବରରୁ ଏକ କଲ କିମ୍ବା ବାର୍ତ୍ତା ଆସିଥାଏ। ଏଥିରେ ୟୁଜରଙ୍କୁ ଲୋଭାଣିଆ ଅଫର ଦିଆଯାଇଥାଏ।

ସାଇବର ସ୍କାମରେ ଅଧିକାଂଶ ୟୁଜର ଲକ୍ଷ ଲକ୍ଷ ଟଙ୍କାର ଠକେଇର ଶିକାର ହୋଇପୋଲିସ ନିକଟରେ ଅଭିଯୋଗ କରିଥିଲେ। ହ୍ବାଟସ ଆପରେ ଆସୁଥିବା ଅନେକ ଠକାମିରେ, ପାର୍ଟ ଟାଇମ ଚାକିରିର ଲୋଭ ଦିଆଯାଏ। ଏଥିରେ ଲୋକଙ୍କୁ ଏକ ଭିଡିଓ କିମ୍ବା ପେଜ୍‌ ପସନ୍ଦ କରିବାକୁ କୁହାଯାଏ। ମେଟାର ଏହି ମେସେଜିଂ ଆପରେ ଉପଭୋକ୍ତାମାନଙ୍କ ସୁରକ୍ଷା ପାଇଁ କିଛି ବିଶେଷ ବିକଳ୍ପ ମଧ୍ୟ ଅଛି, ଯାହା ସାହାଯ୍ୟରେ ସମ୍ପର୍କଗୁଡିକ ଅବରୋଧ କରାଯାଇପାରିବ ଏବଂ ରିପୋର୍ଟ କରାଯାଇପାରିବ। ଚଳିତ ବର୍ଷ ମେ ମାସରେ ହ୍ବାଟସ ଆପ ସନ୍ଦେହଜନକ କଲ ଏବଂ ବାର୍ତ୍ତା ରିପୋର୍ଟ କରିବାକୁ କହିଛି, ଏଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି ଏହା ନକଲି ତେବେ ତାଙ୍କ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯିବ ।

Share