୨୯ ଲକ୍ଷରୁ ଊର୍ଦ୍ଧ୍ୱ ଭାରତୀୟ ଆକାଉଣ୍ଟ ବନ୍ଦ କଲା ହ୍ବାଟ୍‌ସଆପ୍‌

ନୂଆଦିଲ୍ଲୀ,୧।୩: ସୁରକ୍ଷା ଦୃଷ୍ଟିରୁ ହ୍ବାଟ୍‌ସଆପ୍‌ ପ୍ରାୟ ୨୯ ଲକ୍ଷ ୧୮ ହଜାର ଭାରତୀୟ ଆକାଉଣ୍ଟ ବନ୍ଦ କରିଦେଇଛି। ଭାରତ ସରକାର ଏବଂ ହ୍ବାଟସଆପ୍‌ର ନୀତି ଉଲ୍ଲଂଘନ ପାଇଁ କମ୍ପାନୀ ଏହି ନିଷ୍ପତି ନେଇଛି।
ସାରା ବିଶ୍ୱରେ ୨ ବିଲିୟନରୁ ଅଧିକ ଲୋକ ହ୍ବାଟ୍‌ସଆପ୍‌ ବ୍ୟବହାର କରନ୍ତି। ଗତ ବର୍ଷ ଡିସେମ୍ବର ମାସରେ ହ୍ବାଟ୍‌ସଆପ୍‌ ଦେଶରେ ୩୬ ଲକ୍ଷରୁ ଅଧିକ ଆକାଉଣ୍ଟ ବନ୍ଦ କରି ଦେଇଥିଲା। ଜାନୁଆରୀରେ, ହ୍ବାଟ୍‌ସଆପ୍‌ ବିଭିନ୍ନ ଆକାଉଣ୍ଟ ସମ୍ବନ୍ଧରେ ପ୍ରାୟ ୧,୪୬୧ଟି ଅଭିଯୋଗ ଗ୍ରହଣ କରିଥିଲା, ସେଥିମଧ୍ୟରୁ ୧,୩୩୭ଟି ଆକାଉଣ୍ଟକୁ ବ୍ୟାନ୍‌ କରିବାକୁ ଏବଂ ବାକି ନିରାପତ୍ତା ସମ୍ପର୍କରେ ଅଭିଯୋଗ କରାଯାଇଥିଲା।

Share