ନୂଆଦିଲ୍ଲୀ,୨୫।୧୦: ଭାରତରେ ହ୍ବାର୍ଟସ୍ଆପ ଠପ୍ ହୋଇଯାଇଛି। ଆଜି ୧୨.୩୦ରୁ ଉପଭୋକ୍ତାମାନେ ହ୍ବାର୍ଟସାପ୍ ବ୍ୟବହାର କରିବାରେ ଅସମର୍ଥ ହୋଇପଡିଛନ୍ତି। ଏହାକୁ ନେଇ ଲୋକେ ଟୁଇଟରରେ ଅଭିଯୋଗ କରିଥିଲେ। ତେବେ ହ୍ବାର୍ଟସାପ୍ ବନ୍ଦ ହେବାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ଅନ୍ୟ ମେଟା ମାଲିକାନା ସେବା ଯେପରିକି ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ଚାଲୁଥିଲା। ଅନ୍ୟ ଦେଶର ଉପଭୋକ୍ତାମାନେ ମଧ୍ୟ ଏଭଳି ଅସୁବିଧାରେ ସମ୍ମୁଖୀନ ହୋଇଥିବା ଜଣାପଡିଛନ୍ତି।