ଖଣିଜ ଚୋରା ଚାଲାଣ ପାଇଁ ହ୍ବାଟ୍‌ସଆପ୍‌ ଗ୍ରୁପ୍‌

ଓଡ଼ାପଡ଼ା,୧୦।୭(ଡି.ଏନ୍‌.ଏ.)ଢେଙ୍କାନାଳ ଜିଲା ଓଡ଼ାପଡ଼ା ତହସିଲରେ ବାଡ଼ ଖାଉଛି ଫସଲ। ଚଢ଼ାଉ ପୂର୍ବରୁ ପ୍ରଶାସନର ବ୍ଲୁ-ପ୍ରିଣ୍ଟ ସମ୍ପର୍କରେ ତହସିଲ କର୍ମଚାରୀ ଅସାଧୁ ବ୍ୟବସାୟୀଙ୍କୁ ପଠାଇ ଦେଉଛନ୍ତି ସୂଚନା। ଏଥିପାଇଁ ସ୍ବତନ୍ତ୍ର ଭାବେ ତିଆରି ହୋଇଛି ହ୍ବାଟ୍‌ସଆପ୍‌ ଗ୍ରୁପ୍‌। ଅଧିକାରୀମାନେ ଚଢ଼ାଉ ସମୟରେ କେଉଁ ଗାଡ଼ି ବ୍ୟବହାର କରୁଛନ୍ତି, କେତେଜଣ ଯାଉଛନ୍ତି, ଗାଡ଼ିର ନମ୍ବର, ରୁଟ୍‌ ମ୍ୟାପ୍‌ ସବୁ କିଛି ଆଗୁଆ ପହଞ୍ଚତ୍ ଯାଉଛି ଖଣିଜ ଚାଲାଣକାରୀଙ୍କ ପାଖରେ। ତହସିଲର ଜଣେ କର୍ମଚାରୀ ଏବଂ ଚୋରା ବ୍ୟବସାୟୀଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଅଡିଓ ଭାଇରାଲ ହେବା ପରେ ଏହି କାରବାର ପଛରେ ଏକ ର଼୍ୟାକେଟ କାମ କରୁଥିବା ଚର୍ଚ୍ଚା ଜୋର୍‌ ଧରିଛି। ଏଥିରୁ ଖଣିଜ ଚୋରା ଚାଲାଣର ଚେର ବହୁତ ଗହୀରକୁ ଲମ୍ବିଥିବା ଅନୁମାନ କରାଯାଉଛି।
ଢେଙ୍କାନାଳ ଜିଲାରେ ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ରୋକିବାକୁ ଜିଲା ପ୍ରଶାସନ ପକ୍ଷରୁ ନିକଟରେ ସ୍ବତନ୍ତ୍ର ଯୋଜନା କରାଯାଇଛି। ଲଘୁ ଖଣିଜ ଚୋରା ଚାଲାଣ ରୋକିବାରେ ବିଫଳ ଓଡ଼ାପଡ଼ା ସମେତ ୬ ବ୍ଲକର ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ମଧ୍ୟ ଜାରି କରାଯାଇଛି। ଏହାପରେ ବ୍ଲକ ଅଞ୍ଚଳରେ ଚଢ଼ାଉକୁ ଜୋର୍‌ଦାର କରାଯାଇଛି। ହେଲେ ଅସାଧୁ କର୍ମଚାରୀଙ୍କ ସହ ମାଫିଆଙ୍କ ଲିଙ୍କ୍‌ ଯୋଗୁ ପ୍ରଶାସନର ଯୋଜନା ଫସର ଫାଟିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।
୪ ରାଜସ୍ବ ସର୍କଲକୁ ନେଇ ଗଠିତ ଓଡ଼ାପଡ଼ା ତହସିଲ ଲଘୁ ଖଣିଜରେ ଭରପୂର। ଅଞ୍ଚଳରେ ମିଳୁଥିବା କଳାମୁଗୁନି ପଥରର ଚାହିଦା ରାଜ୍ୟ ସମେତ ରାଜ୍ୟ ବାହାରେ ମଧ୍ୟ ରହିଛି। ବ୍ରାହ୍ମଣୀ ନଦୀର ବାଲି ମଧ୍ୟ ନିର୍ମାଣ କାର୍ଯ୍ୟ ଲାଗି ବେଶ୍‌ ଉପଯୋଗୀ। ଫଳରେ ଏହି ଲଘୁ ଖଣିଜ ଦ୍ରବ୍ୟର ଉତ୍ସଗୁଡ଼ିକ ଉପରେ ଅସାଧୁ ବ୍ୟବସାୟୀଙ୍କ ନଜର ପଡ଼ିଛି। ଦୈନିକ ଶତାଧିକ ଟ୍ରକ୍‌ କଳା ମୁଗୁନି ପଥର ଚୋରାରେ ଉତ୍ତୋଳନ କରାଯାଉଛି। ସେଥିରୁ ପ୍ରସ୍ତୁତ ଚିପ୍ସ ବିଭିନ୍ନ ସ୍ଥାନକୁ ଚାଲାଣ ହେଉଛି। ସୂଚନା ଅନୁଯାୟୀ, ବ୍ଲକରେ ୧୫ ଊର୍ଦ୍ଧ୍ୱ ସଇରାତ ନିଲାମ କରାଯାଇଛି। ଚୋରାରେ ୧୦୦ ଖଣିରୁ ଅଧିକ ଚାଲୁଥିବା ବିଶ୍ୱସ୍ତସୂତ୍ରରୁ ଜଣାପଡ଼ିଛି। ଏସବୁ ଖାଦାନରେ ଚଢ଼ାଉ କରିବା ଲାଗି ଜିଲା ପ୍ରଶାସନର ନିର୍ଦ୍ଦେଶରେ ତହସିଲ ଅଧିକାରୀ ଏବଂ କର୍ମଚାରୀଙ୍କୁ ନେଇ ସ୍ବତନ୍ତ୍ର ଗ୍ରୁପ୍‌ ଗଠନ କରାଯାଇଛି। ତେବେ ତଳୁଆ କର୍ମଚାରୀଙ୍କ କାର୍ଯ୍ୟକଳାପ ଯୋଗୁ ଯେଉଁ ଲକ୍ଷ୍ୟ ନେଇ ଉକ୍ତ ଗ୍ରୁପ୍‌ କରାଯାଇଛି ତାହା ସଫଳ ହୋଇପାରୁନାହିଁ। ଚଢ଼ାଉ ପୂର୍ବରୁ ସବିଶେଷ ତଥ୍ୟ ଚୋରା ବ୍ୟବସାୟୀଙ୍କୁ ମିଳିଯାଉଛି। ଫଳରେ ଚୋରା ଖଣିଜ ଦ୍ରବ୍ୟ ରୋକିବାରେ ପ୍ରଶାସନ ସଫଳ ହୋଇପାରୁ ନ ଥିବାବେଳେ ଚଢ଼ାଉ ବେଳେ ଅନେକ ସମୟରେ ଅଧିକାରୀଙ୍କୁ ଖାଲି ହାତରେ ଫେରିବାକୁ ପଡୁଛି। ଚୋରାଚାଲାଣ ଯୋଗୁ ମୁନାଫାଖୋର୍‌ ବ୍ୟବସାୟୀ ମାଲାମାଲ ହେଉଥିବାବେଳେ ରାଜସ୍ବ ଆଦାୟ କମି ଚାଲିଛି। ଅନ୍ୟପକ୍ଷରେ ଏପରି କାର୍ଯ୍ୟକଳାପ ଯୋଗୁ ନିଲାମ ନେଇ ଲଘୁ ଖଣିଜ ଦ୍ରବ୍ୟ ଉତ୍ସ ଚଳାଉଥିବା ବ୍ୟବସାୟୀ କ୍ଷତି ସହୁଛନ୍ତି। ଭାଇରାଲ ହୋଇଥିବା ଅଡିଓର ବୈଷୟିକ ଯାଞ୍ଚ କରାଗଲେ ଏଥିରେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ବହୁ ତଥ୍ୟ ପଦାକୁ ଆସିବା ସହ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଘଟଣା ସମ୍ପର୍କରେ ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ କୁହନ୍ତି, ଅଡିଓ ଭାଇରାଲ ନେଇ ତାଙ୍କ ନିକଟରେ ସୂଚନା ରହିଛି। ଏ ସଂକ୍ରାନ୍ତରେ ତହସିଲଦାରଙ୍କ ସହ ଆଲୋଚନା କରାଯିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ କାଲିଠୁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ: ରାଜ୍ୟ ସରକାରଙ୍କ ଘୋଷଣା

ଭୁବନେଶ୍ୱର, ୨୨।୪: ରାଜ୍ୟରେ ଆରମ୍ଭ ହୋଇଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବୁଧବାରଠାରୁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ କରିବାକୁ ଓଡିଶା ସରକାର...

କେମେଷ୍ଟ୍ରି ପେପର ଖରାପ ହୋଇଛି ୪ ହଜାର ଟଙ୍କା ଦେଲେ ପାସ ମାର୍କ ମିଳିବ: ଆସୁଛି ଫୋନ କଲ,

ଗଞ୍ଜାମ,୨୨ା୪(ବିଦ୍ୟାଧର ସାହୁ): ଗଞ୍ଜାମ ମହାବିଦ୍ୟାଳୟ ବିଜ୍ଞାନ ଛାତ୍ରୀଛାତ୍ରମାନଙ୍କ ଅଭିଭାବକମାନଙ୍କୁ ଗତ ଦୁଇଦିନ ହେଲା ଏକ ଫୋନ କଲ ଆସୁଛି। ତୁମ ପିଲାର କେମେଷ୍ଟ୍ରି ପେପର ଖରାପ...

ମାଙ୍କଡ଼ କାମୁଡ଼ାରେ ୪ ଆହତ

ଗଞ୍ଜାମ,୨୨ା୪(ବିଦ୍ୟାଧର ସାହୁ)-ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମରେ ପାଗଳ ମାଙ୍କଡ଼ ଆତଙ୍କ ଖେଳାଇଛି। ସେହି ମାଙ୍କଡ଼ କାମୁଡାରେ ସୋମବାର ଓ ମଙ୍ଗଳବାର ଦୁଇ ଦିନରେ ଗ୍ରାମର...

ଦିଗପହଣ୍ଡିରେ ଶ୍ରୀ ରାମଚରିତ ମାନସ କାର୍ଯ୍ୟକ୍ରମ: ଶ୍ରୀରାମଚରିତ ସମଗ୍ର ମାନବ ଜାତିର ମାର୍ଗଦର୍ଶକ

ଦିଗପହଣ୍ଡି,୨୨|୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ରାଜବାଟି ସିଂହଦ୍ଵାର ସମ୍ମୁଖରେ ଗତ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ...

ବିଶ୍ବ ଧରିତ୍ରୀ ଦିବସ ପାଳିତ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଶିଳ୍ପ ତାଲିମ କେନ୍ଦ୍ର ରେ ମଙ୍ଗଳବାର ବିଶ ଧରିତ୍ରୀ ଦିବସ ପାଳିତ ହୋଇଯାଇଛି। ଏଥିରେ ପରିବେଶବିତ୍ ଶୁଳପାଣି ଶତପଥି...

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ ଦାବି

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ): ବିଶ୍ବହିନ୍ଦୁ ପରିଷଦ ଓଡ଼ିଶା ପ୍ରଦେଶର ଆହ୍ବାନକ୍ରମେ ବିଶ୍ବହିନ୍ଦୁ ପରିଷଦ ଭଞ୍ଜନଗର ଶାଖା ପକ୍ଷରୁ ମଙ୍ଗଳବାର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଭଞ୍ଜନଗର ଉପଜିଲାପାଳ...

ହାତ ଗୋଡ଼ ବନ୍ଧା ଅବସ୍ଥାରେ ପୋଖରୀରୁ ମିଳିଲା ବୃଦ୍ଧାଙ୍କ ମୃତଦେହ, ହତ୍ୟା ସନ୍ଦେହ

ନୂଆପଡ଼ା/କୋମନା,୨୨ା୪ (ମକାରୁ ବେମାଲ/ସୋବିନ ଛତ୍ରିଆ): ନୂଆପଡ଼ା ଜିଲା କୋମନା ଥାନା ଟିକ୍ରାପଡ଼ା ଗାଁ ବଡ଼ବନ୍ଧ ପୋଖରୀରୁ ମଙ୍ଗଳବାର ପୋଲିସ ଜଣେ ବୃଦ୍ଧାଙ୍କ ଗଳିତ ମୃତଦେହ ଜବତ...

ଛାଉଣୀ ନଥିବାରୁ ପ୍ରତିବାଦ: ପେଟ୍ରୋଲ ପମ୍ପକୁ ବନ୍ଦ କଲା ନାଗରିକ ମଞ୍ଚ

ବରଗଡ଼, ୨୨।୪(ପ୍ରେମାନନ୍ଦ ଖମାରୀ) : ବରଗଡ଼ ଜିଲାରେ ତାତି ବଢି ଚାଲିଛି। ଏଥିରେ ଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି। କିନ୍ତୁ ଏଭଳି ସ୍ଥିତିରେ ବରଗଡ଼ ସହରର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image