ହ୍ୱାଟ୍ସଆପ୍ ଏବେ ତାର ପ୍ରାଇଭେସି ପଲିସି ଅପଡେଟ୍ କରିବାକୁ ଯାଉଛି । ଯେଉଁଥିପାଇଁ ପାଇଁ ହ୍ୱାଟ୍ସଆପ୍ ନିଜ ଗ୍ରାହକଙ୍କୁ ପଲିସି ଅପଡେଟ କରିବା ପାଇଁ ସହମତି ମାଗୁଛି । ତେବେ ଯଦି ୱାଟସଆପ ଦେଉଥିବା ଲେଟେଷ୍ଟ ଟର୍ମ ଆଣ୍ଡ କଣ୍ଡିସନରେ ଆପଣ ସହମତି ନ ଦିଅନ୍ତି ତେବେ ଏହି କ୍ଷେତ୍ରରେ ୟୁଜର୍ସଙ୍କ ଆକାଉଣ୍ଟ ଡିଲିଟ୍ ହୋଇଯିବ । ଅର୍ଥାତ ହ୍ୱାଟ୍ସଆପ୍ର ଏହି କଣ୍ଡିସନରେ ରାଜି ନହେଲେ ଆପଣ ହ୍ୱାଟ୍ସଆପ୍ ଛାଡିବାକୁ ବାଧ୍ୟ । ଯଦି ଆପଣ ହ୍ୱାଟ୍ସଆପ୍ ସହ ଯୋଡି ହୋଇ ରହିବାକୁ ଚାହୁଁଛନ୍ତି ଆପଣଙ୍କୁ ଆସୁଥିବା ନୋଟିଫକେସନରେ ପଲିସି ଆକ୍ସେପ୍ଟ କରିବାକୁ ପଡିବ । ଏଥିପାଇଁ ହ୍ୱାଟ୍ସଆପ୍ ଫେବୃଆରୀ ୮ ତାରିଖ ପର୍ଯ୍ୟନ୍ତ ଶେଷ ସମୟ ରଖିଛି । ଯଦି ଜଣେ ୟୁଜର୍ସ ପେବୃଆରୀ ୮ ତାରିଖ ମଧ୍ୟରେ ଏହି ଟର୍ମ ଆଣ୍ଡ କଣ୍ଡିସନରେ ସହମତ ନ ହୁଅନ୍ତି । ତେବେ ତାଙ୍କ ଆକାଉଣ୍ଟ ଫେବୃଆରୀ ୮ ପରେ ଡିଲେଟ୍ ହୋଇଯିବ ।