ନୂଆଦିଲ୍ଲୀ,୫।୧୨: ବିଶ୍ୱର ସବୁଠାରୁ ବଡ ମେସେଜିଂ ଆପ୍ ‘ହ୍ବାଟ୍ସଆପ୍’ ନିଜର ସେବା ନିୟମରେ କିଛି ପରିବର୍ତ୍ତନ କରିବାକୁ ଯାଉଛି। ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ବ୍ୟବହାରକାରୀଙ୍କ ଉପରେ ଏହାର ସିଧା ପ୍ରଭାବ ପଡ଼ିବ। ଏହି ଆପ୍କୁ ବ୍ୟବହାର କରିବାକୁ ହେଲେ ବ୍ୟବହାରକାରୀଙ୍କୁ ସମସ୍ତ ସର୍ତ୍ତକୁ ମାନିବାକୁ ହେବ।
ହ୍ବାଟ୍ସଆପ୍ର ନୂଆ ଫିଚର ଏବଂ ଅପଡେଟ୍କୁ ଟ୍ରାକ୍ କରୁଥିବା ସାଇଟ୍ ପକ୍ଷରୁ ଦିଆଯାଇଥିବା ସୂଚନାନୁଯାୟୀ, ଆସନ୍ତା ବର୍ଷ ଫେବୃୟାରୀ ୮ରୁ ଏହି ସର୍ତ୍ତ ଲାଗୁହେବ। ସର୍ତ୍ତ ଯିଏ ମାନିବ ନାହିଁ, ତାକୁ ଆକାଉଣ୍ଟ ଡିଲିଟ୍ କରିବାକୁ ପଡ଼ିବ। ଏହାଛଡ଼ା ଅନ୍ୟ ବିକଳ୍ପ ରହିବ ନାହିଁ। ଅପରପକ୍ଷେ ଅପ୍ଡେଟ୍ ପଲିସିରେ ଲାଗୁ ହେବା ସମୟରେ ପରିବର୍ତ୍ତନ ହୋଇପାରେ ବୋଲି ସମ୍ଭାବନା ରହିଛି।