Categories: ବାଣିଜ୍ୟ

ଲାଗୁ ହୋଇପାରେ ହ୍ବାଟ୍ସଆପ୍‌ର ନୂଆ ନିୟମ

ନୂଆଦିଲ୍ଲୀ: ହ୍ବାଟ୍ସଆପ୍‌କୁ ତା’ର ନୂଆ ଗୋପନୀୟତା ନୀତି ନେଇ ଭାରତରେ ତୀବ୍ର ବିରୋଧ କରାଯାଉଛି। ଏହି ଘଟଣାକୁ ନେଇ ସୁପ୍ରିମକୋର୍ଟରେ ମାମଲା ମଧ୍ୟ ହୋଇଛି। କମ୍ପାନୀ ନୂଆ ନିୟମ କାର୍ଯ୍ୟକାରୀ କରିବା ପାଇଁ ବାଟ ଖୋଜୁଛି। କମ୍ପାନୀ ଏହି ବିବାଦୀୟ ନୀତି ସମ୍ପର୍କରେ ବ୍ୟବହାରକାରୀମାନଙ୍କୁ ବାର୍ତ୍ତା ପଠାଇବ ଏବଂ ସେମାନଙ୍କୁ ଏହା ଗ୍ରହଣ କରିବା ପାଇଁ ଅନୁରୋଧ କରିସାରିଛି। ପୂର୍ବରୁ ଫେବୃୟାରୀ ୮ ତାରିଖ ମଧ୍ୟରେ ଏହି ନୂଆ ନିୟମକୁ ବ୍ୟବହାରକାରୀମାନେ ଗ୍ରହଣ ନ କରିଲେ ସେମାନଙ୍କୁ ନେଟ୍‌ୱାର୍କରୁ ବାଦ୍‌ ଦିଆଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଥିଲା। ଫଳରେ କମ୍ପାନୀ ଏହାକୁ କାର୍ଯ୍ୟକାରୀ କରିବା ତାରିଖ ମେ ୧୫ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛି।

Share