Categories: ଜାତୀୟ

୬ କୋଟି ଟଙ୍କାର ଗହମ-ବୁଟ ଗଜା ହେଲା

ଭୋପାଳ, ୨।୯: ଲଗାତାର ବର୍ଷା ଯୋଗୁ ଦେଶର ବହୁ ରାଜ୍ୟରେ ବନ୍ୟା ସୃଷ୍ଟି ହୋଇଛି। ମଧ୍ୟପ୍ରଦେଶରେ ବାଲାଘାଟର ଗୁଗଲେଠାରେ ଥିବା ଏକ ଗୋଦାମ ଘରେ ବନ୍ୟା ପାଣି ପଶିଯିବାରୁ ଏଠାରେ ଥିବା ୧୦ ହଜାରରୁ ଅଧିକ ବସ୍ତା ଗହମ ଏବଂ ବୁଟ ବଜା ହୋଇଯାଇଛି। ଏହାର ଆନୁମାନିକ ଦାମ ୬ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି। ଗରିବଙ୍କ ପାଇଁ ରଖାଯାଇଥିବା ଦାନା ନଷ୍ଟ ହୋଇଯାଇଛି। ଦୁଇଦିନ ଧରି ଗୋଦାମ ଘରେ ବନ୍ୟା ପାଣି ଜମି ରହିଥିଲା। ଏହାପରେ ଧିରେଧୀରେ ପାଣି କମିଥିଲା। କର୍ମଚାରୀ ଗୋଦାମ ଖୋଲିଥିଲେ। ତେବେ ଗହମ ନଷ୍ଟ ହୋଇ ଯାଇଥିବାବେଳେ ବୁଟରୁ ଗଜା ହୋଇଯାଇଥିବା ଜିଲା ଖାଦ୍ୟ ପ୍ରବନ୍ଧକ ମନୋହର ପାଟିଲ ସୂଚନା ଦେଇଛନ୍ତି। ଗହମ ଏବଂ ବୁଟକୁ ଶୁଖାଇବାର ଉଦ୍ୟମ କରାଯାଉଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ବନ୍ୟା ଯୋଗୁ ବାଲାଘାଟ ଅଞ୍ଚଳରେ ୧୦୦ରୁ ଅଧିକ ଗାଁ ପ୍ରଭାବିତ ହୋଇଛି। ବନ୍ୟାରେ ୧୦୦୦ରୁ ଅଧିକ ଘର ଭାଙ୍ଗି ଯାଇଛି।

Share