ପାର୍ବଣ ଋତୁରେ ଚାହିଦାକୁ ଦେଖି ବଢ଼ିଲା ଗହମର ଦାମ୍, ୬ ମାସରେ ୨୨ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ, ୧୭।୧୦: ଦେଶରେ ପାର୍ବଣ ଋତୁ ମଧ୍ୟରେ ଗହମର ମୂଲ୍ୟ ବୃଦ୍ଧି ପାଇଛି। ବର୍ତମାନ ସମୟରେ ଦେଶରେ ଭାରି ଚାହିଦା କାରଣରୁ ଘରୋଇ ବଜାରରେ ଗହମର ଦାମ୍ ୮ ମାସର ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଆଶା କରାଯାଉଛି ଯେ ଏହି ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ନିଜର ଭଣ୍ଡାରରୁ ଖୋଲା ବଜାରକୁ ଗହମ ଜାରି କରିପାରନ୍ତି। ଏହା ବ୍ୟତୀତ ଆଗକୁ କିଛି ପ୍ରମୁଖ ରାଜ୍ୟରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ଗହମର ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ଗହମର ଆମଦାନି ଉପରେ କର ଛାଡ କରିପାରନ୍ତି।

ରିଉଟର୍ସ ରିପୋର୍ଟ ଅନୁଯାୟୀ ଦିଲ୍ଲୀରେ ମଙ୍ଗଳବାର ୧୭ ଅକ୍ଟୋବରକୁ ଗହମର ଦାମ୍ ୧.୬ ପ୍ରତିଶତ ବୃଦ୍ଧି ପାଇଁ ୨୭,୩୯୦ ଟଙ୍କା ପ୍ରତି ମେଟ୍ରିକ ଟନରେ ପହଞ୍ଚିଛି, ଯାହା ୧୦ ଫେବୃଆରୀ ୨୦୨୩ ପରେ ସବୁଠୁ ମହଙ୍ଗା ଅଟେ।

ସରକାରୀ ତଥ୍ୟକୁ ଦେଖିଲେ ୧୭ ଅକ୍ଟୋବର ୨୦୨୩ରେ ଗହମ ପ୍ରତି କିଲୋ ୩୦.୨୯ ଟଙ୍କାରେ ପହଞ୍ଚିଛି ଥିବା ବେଳେ ଅଧିକତମ ମୂଲ୍ୟ ୫୮ ଟଙ୍କା ରହିଛି। ତେବେ ୧ ଅକ୍ଟୋବର ୨୦୨୩ ସୁଦ୍ଧା ସରକାରଙ୍କ ଭଣ୍ଡାର ଗୁଡିକରେ ୨୪ ମିଲିୟନ ମେଟ୍ରିକ ଟନ୍ ଗହମ ଗଛିତ ରହିଛି ଯାହା ଗତ ପାଞ୍ଚ ବର୍ଷର ହାରାହାରି ୩୭.୬ ମେଟ୍ରିକ ମିଲିୟନ ଟନ୍ ଠାରୁ ବହୁତ କମ୍ ଅଟେ। ସେହିପରି ବିଶେଷଜ୍ଞ ମାନଙ୍କ କହିବା ମୁତାବକ ‘ଏଲ ନିନୋ’ ପ୍ରଭାବରେ ରବି ଋତୁରେ ଗହମର ଉତ୍ପାଦନ ପ୍ରଭାବିତ ହୋଇପାରେ।

 

Share