ଚଳନ୍ତା ଆମ୍ବୁଲାନ୍ସରୁ ବାହାରିଗଲା ଚକ

ପାପଡାହାଣ୍ଡି, ୩।୧୦(ସ୍ବପ୍ନଜିତ ପଟ୍ଟନାୟକ): କୋଡ଼ିଙ୍ଗାରୁ ଜଣେ ରୋଗୀଙ୍କୁ ଛାଡ଼ି ଫେରିବା ବେଳେ ୧୦୮ ଆମ୍ବୁଲାନ୍ସର ବାମ ପଟ ଆଗ ଚକ ଭାଙ୍ଗି ଯାଇଥିଲା। ସୌଭାଗ୍ୟ ବଶତଃ ଏଥିରେ ଗାଡ଼ିରେ ଥିବା କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ପ୍ରକାଶ ଯେ, ଏକ ଆମ୍ବୁଲାନ୍ସ (ଓଡି-୦୨ବିଜେ-୯୬୫୬) ପାପଡ଼ାହାଣ୍ଡି ଫେରିବା ସମୟରେ ଶିରିଶି ନିକଟରେ ଗାଡ଼ିର ବାମପଟ ଆଗ ଚକ ଭାଙ୍ଗିଯାଇଥିଲା। ଗାଡ଼ିରେ ଡ୍ରାଇଭର ସହ ଦୁଇ ଜଣ କର୍ମଚାରୀ ଥିଲେ। ଚକା ଭାଙ୍ଗି ଗାଡ଼ିଟି ରାସ୍ତା ଉପରେ ରହି ଯାଇଥିଲା। ଗାଡ଼ି ବହୁତ ପୁରୁଣା ହୋଇପଡ଼ିଥିବା ବେଳେ ରକ୍ଷଣାବେକ୍ଷଣ ଅଭାବରୁ ଏପରି ଘଟୁଥିବା ସ୍ଥାନୀୟ ଅଞ୍ଚଳର ଲୋକେ ଅଭିଯୋଗ କରିଛନ୍ତି।

Share