ଚଳନ୍ତା ବସରୁ ଖୋଲିଗଲା ଚକ: ତା’ପରେ…

ମୋରଡା,୩।୧୧(ସ୍ମାରକ ମାଜୀ): ମୟୁରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ାଠାରେ ଏକ ଚଳନ୍ତା ବସରୁ ହଠାତ୍‌ ଚକ ଖୋଲି ଅଲଗା ହୋଇଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ଜଳେଶ୍ୱରରୁ ବାରିପଦା ଯାଉଥିବା ବାସୁଦେବ ନାମକ ଏକ ଘରୋଇ ବସ୍‌(ନଂ.ଓ଼ଆର-୧୧-କେ-୫୪୫୭) ଚିତ୍ରଡ଼ା ସାପ୍ଲାଇ ଛକ ନିକଟରେ ପହଞ୍ଚିବା ବେଳକୁ ଚଳନ୍ତା ଅବସ୍ଥାରେ ବାମ୍‌ ଚକ ଖୋଲି ଅଲଗା ହୋଇଯାଇଥିଲା। ଫଳରେ ବସ୍‌ଟି ବାମ ପଟ ଢଳି ରାସ୍ତାରେ ପିଟି ହୋଇଯାଇଥିଲା l ହେଲେ ଡ୍ରାଇଭର ଏହା ଜାଣିପାରି ତୁରନ୍ତ ବସ୍‌କୁ ବନ୍ଦ କରିଥିଲେ। ଫଳରେ ବସ୍‌ରେ ଥିବା ୩୦ରୁ ଅଧିକ ଯାତ୍ରୀ ଅଳ୍ପକେ ଏକ ବଡ଼ ଧରଣର ବିପଦରୁ ବର୍ତ୍ତିଯାଇଥିଲେ।

Share