ଜେଜେ ମା’ଙ୍କ ଦେହ ଖରାପ ହୋଇଯିବାରୁ ୧୧ ବର୍ଷର ନାବାଳକ ନାତି ଏକ ମର୍ସିଡିଜ୍ କାର ଚଲାଇ ତାଙ୍କୁ ସୁରକ୍ଷିତ ଘରେ ନେଇ ପହଞ୍ଚାଇଛନ୍ତି। ଏହି ଘଟଣାଟି ଆମେରିକାର ଇଣ୍ଡିଆନାପଲିସର।
୧୧ ବର୍ଷର ପି ଜେ ବ୍ରଓ୍ବେର ଘରଠାରୁ ସାମାନ୍ୟ ଦୂରରେ ଗୋ-କାର୍ଟ ଚଲାଉଥିଲେ। ନିକଟରେ ତାଙ୍କ ଜେଜେ ମା’ ଆଞ୍ଜେଲା ବ୍ରଓ୍ବେର ଲାଏ ଚଲାବୁଲା କରୁଥିଲେ। ଉଭୟ ଘରଠାରୁ ପ୍ରାୟ ୨ କିମି ଦୂରରେ ଥିଲେ। ଏହି ସମୟରେ ହଠାତ୍ ଜେଜେ ମା’ଅସୁସ୍ଥ ହୋଇପଡ଼ିଲେ। ତାଙ୍କ ମୁଣ୍ଡ ବୁଲାଇବା ସହ ସେ ତଳେ ପଡ଼ିଗଲେ। ନାତି ଏହା ଦେଖିବା ପରେ ନିକଟରେ ଥିବା ଏକ ମର୍ସିଡିଜ୍ କାର ଚଲାଇ ଜେଜେ ମା’ଙ୍କ ପାଖାରେ ପହଞ୍ଚିଲେ। ଜେଜେ ମା’ଙ୍କୁ ଉକ୍ତ ଗାଡିରେ ବସାଇ ଘର ପର୍ଯ୍ୟନ୍ତ ନେଇଗଲେ।
ଏ ନେଇ ଜେଜେ ମା’ କୁହନ୍ତି, ପିଜେ ବହୁତ ସାବଧାନତାର ସହ ଗାଡି ଚଲାଇ ମତେ ଘରେ ଛାଡିଲା। ପୂର୍ବରୁ ସେ ଘର ସମ୍ମୁଖକୁ ଅନେକ ଥର ଗାଡି ଚଲାଇଥିବା ଜେଜେ ମା’ କହିଛନ୍ତି।