ଓଡ଼ିଶାକୁ ଦାଦନ ଖଟିବାକୁ ଆସି ରାସ୍ତା ନିର୍ମାଣବେଳେ ଚାଲିଗଲା ଜୀବନ

ପଟ୍ଟାଙ୍ଗି,୫।୦୭(ଶରତ ଧଳ): ନିଜ ପରିବାରଙ୍କୁ ବାହାର ରାଜ୍ୟରେ ଛାଡ଼ି ଓଡିଶାରେ ପହଞ୍ଚି କିଛି ରୋଜଗାର କରିବା ସ୍ବପ୍ନ ଦେଖି ଆସିଥିଲେ। ହେଲେ ଲାଲ ବିହାରୀ ମହାରଣାଙ୍କୁ ଓଡ଼ିଶାରେ ମିଳିଥିଲା ଦାଦନ ଚାକିରି। ଏବେ ସେହି ରୋଜଗାର ପରିବାର ସଦସ୍ୟଙ୍କ ପାଇଁ ଦୁଃଖ ଆଣି ଦେଇଛି। ରାସ୍ତା ନିର୍ମାଣ ପାଇଁ କାମ କରୁଥିବାବେଳେ ତାଙ୍କର ମୃତ୍ୟୁ ଘଟିଛି।

ଏହିପରି ଘଟଣା ଘଟିଛି କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ତଥା ସୁଙ୍କି ଥାନା ଅଧିନସ୍ଥ ପେଟୁରୁ ପଞ୍ଚାୟତର ମାଦିଲିଗୁଡାରେ ରହିଥିବା ଭାରତମାଳା ରାସ୍ତା ନିର୍ମାଣ କାର୍ଯ୍ୟର OD07 କ୍ୟାମ୍ପ ପରିସରରେ । ସୂଚନା ମୁତାବକ ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମସିମ୍ପୁଲ ଜିଲାର ମଝିଗାଁଓର ଲାଲ ବିହାରୀ ମହାରଣା ଗତ ୨୮ ତାରିଖରେ ଉପରୋକ୍ତ କ୍ୟାମ୍ପରେ ନିଜ ସମ୍ପର୍କୀୟ ତଥା ୯ ଜଣ ଶ୍ରମିକଙ୍କ ସହ ପହଞ୍ଚି ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। କିନ୍ତୁ ଲାଲ ବିହାରୀ ଗୁରୁବାର
ସଂଧ୍ୟା ସମୟରେ ଉପରୋକ୍ତ କ୍ୟାମ୍ପ ଭିତରେ ଏକାକୀ ରହିଥିବାବେଳେ ଅନ୍ୟ ସମସ୍ତ ଶ୍ରମିକ କ୍ୟାମ୍ପ ବାହାରେ
ବୁଲୁଥିଲେ। ଏହି ସମୟରେ ଲାଲ ବିହାରୀଙ୍କ ଜ୍ୱାଇଁ କାଣ୍ଡି ଚାତାୟା ଭିତରକୁ ଆସି ଲାଲ ବିହାରୀଙ୍କୁ ରକ୍ତ ଜୁଡୁ ବୁଡୁ ହୋଇ ତଳେ ପଡି ରହିଥିବା ଦେଖିଥିଲେ। ଏହାପରେ ବାହାରେ ରହିଥିବା ଶ୍ରମିକମାନଙ୍କୁ
ଡାକି କମ୍ପାନୀ କତ୍ତୃପକ୍ଷଙ୍କୁ ଅବଗତ କରି ଗୋଟିଏ ଦିନ ଯଥା ଶୁକ୍ରବାର ଦିନ ପଟ୍ଟାଙ୍ଗି ସ୍ବାସ୍ଥ୍ୟ କେନ୍ଦ୍ରସ୍‌ରେ ପହଞ୍ଚାଇ ଶବ ବ୍ୟବଚ୍ଛେଦ କରିବାର ବ୍ୟବସ୍ଥା କରିଥିବା ଜଣାପଡିଛି

ଏହିପରି ସ୍ଥିତିରେ ପୋଲିସ ପାଇଁ ଏକ ପ୍ରକାର ଚିନ୍ତା ବଢାଇ ଦେଇଥିବା ବେଳେ ପୋଲିସ ମୃତ୍ୟୁ ପ୍ରକୃତ ରହସ୍ୟ ଖୋଜିବା ଆରମ୍ଭ କରିଦେଇଛି । । ସେପଟେ ମୃତ ଲାଲ ବିହାରୀଙ୍କ ପୁଅ ଗୁଲସନ ମହାରଣାଙ୍କ କହିବା ଅନୁସାରେ ବାପା ଆତ୍ମହତ୍ୟା କରିନାହାନ୍ତି ଏହା ହତ୍ୟା ବୋଲି ଅଭିଯୋଗ ଉଠାଇଛନ୍ତି। ତେବେ ପୋଲିସ ଲାଲ ବିହାରୀଙ୍କ ପାଖରୁ ଗୋଟିଏ ଧାରୁଆ ଅସ୍ତ୍ର ପଡିଥିବା ଜବତ କରିଛି । ସେପଟେ ଭାରତମାଳା କମ୍ପାନୀ କତ୍ତୃପକ୍ଷ ଏହା ଆତ୍ମହତ୍ୟା ହୋଇଥିବ ବୋଲି ପ୍ରକାଶ କରିଛି । ଏନେଇ ସୁନାବେଡା ଏସଡିପିଓ ମନୋବ୍ରତା ସତପଥିଙ୍କୁ ଯୋଗାଯୋଗ କରାଯିବାରୁ ଉକ୍ତ ଘଟଣା ଉପରେ ଏକ ମାମଲା ରୁଜୁ ହୋଇଛି । ସମସ୍ତ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଚାଲିଛି। ତଦନ୍ତ ପରେ ପ୍ରକୃତ ଘଟଣା କଣ ଜଣାପଡିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆବାସିକ ବିଦ୍ୟାଳୟରେ ବ୍ୟାପୁଛି ମ୍ୟାଲେରିଆ

ରାୟଗଡ଼ା,୮।୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ଡିପ୍‌ଥେରିଆ ସଂକ୍ରମଣ ଭୟ ମନରୁ ଲିଭି ନ ଥିବାବେଳେ ଏବେ ମ୍ୟାଲେରିଆ ଏବଂ ଝାଡ଼ାବାନ୍ତି ଆତଙ୍କ ଦେଖାଦେଇଛି। ଜିଲାର...

ପୁଣି ଟାଙ୍ଗୀ ବନାଞ୍ଚଳରେ ଏକ ଦନ୍ତାହାତୀର ମୃତ୍ୟୁ

ନିରାକାରପୁର, ୮।୭(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳ ଜଙ୍କିଆ ଥାନା ଅନ୍ତର୍ଗତ ଓଳସିଂ ପଞ୍ଚାୟତ ଡମଣଭୂମି ଛୋଟରାୟସାହିର ଜଣେ ବ୍ୟକ୍ତିଙ୍କ ବାରି...

ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ଲାଗି ମିଳିଲା ମଞ୍ଜୁରୀ, ୧୫୨୪.୧୭ ହେକ୍ଟର ଅଞ୍ଚଳର ଜଙ୍ଗଲ ଜମିରେ ହେବ ଜଳସେଚନ ପ୍ରକଳ୍ପ

ଭୁବନେଶ୍ୱର, ୮।୭: ନୟାଗଡ଼ ଜିଲାର ବହୁ ପ୍ରତୀକ୍ଷିତ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଜଙ୍ଗଲ ଜମିରେ...

ନବୀନ ଦେଲେ ଇସାରା! ପାଣ୍ଡିଆନ୍‌ ହିଁ ବିଜେଡିର… ରାଜନୀତି ମହଲରେ ଚର୍ଚ୍ଚା ଆରମ୍ଭ

ଭୁବନେଶ୍ୱର,୮।୭: ବିଜେଡି ସଭାପତି ନବୀନ ପଟ୍ଟନାୟକ ରବିବାର ଦଳରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ତାଙ୍କ ସ୍ବାକ୍ଷରରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିରେ ରାଜ୍ୟସ୍ତରୀୟ...

ସୁଭଦ୍ରାଙ୍କ ରଥ ଆଗରେ ଡାକ୍ତରଙ୍କୁ ପିଟିଲେ ପୋଲସ, କାରଣ ଜାଣିଲେ…

ପୁରୀ,୮।୭: ରଥଯାତ୍ରା ବେଳେ ପୁରୀରେ ଡାକ୍ତରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ସୁଭଦ୍ରାଙ୍କ ରଥ ଆଗରେ ଡାକ୍ତର ଶାନ୍ତନୁ ପାଢ଼ୀଙ୍କୁ ପୋଲିସ ମାଡ଼ ମାରିଥିବାର ଅଭିଯୋଗ...

ଅଙ୍ଗନଓ୍ବାଡି ଘର ଭାଙ୍ଗିଦେଲେ ହାତୀପଲ

ଲାଞ୍ଜିଗଡ଼,୮ା୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳ ଅଧୀନ ଲାଞ୍ଜିଗଡ଼ ସେକ୍ସନର ଗୌଡ଼ଥୁଆଗୁଡା ଗାଁରେ ହାତୀପଲ ଉପଦ୍ରବ କରିଛନ୍ତି। ରବିବାର ରାତିରେ...

ପାଣ୍ଡିଆନ୍‌ଙ୍କ ପାଇଁ ୨ ବିଜେଡି ନେତାଙ୍କ ଭିତରେ କଳି, ଦେବାଶିଷଙ୍କ ବୟାନକୁ ନେଇ ପ୍ରଭାତ କହିଲେ…

ଭୁବନେଶ୍ୱର,୮।୭: ବିଜେଡି ରାଜ୍ୟ ସଭା ଏମ୍‌ପି ଦେବାଶିଷ ସାମନ୍ତରାୟଙ୍କ ବୟାନଙ୍କୁ ନେଇ କାଉଣ୍ଟର ଆଟାକ୍‌ କରିଛନ୍ତି ପ୍ରଭାତ ବିଶ୍ୱାଳ। ସେ କହିଛନ୍ତି, ଏମିତି କହିବାକୁ ଦେବାଶିଷଙ୍କୁ...

ଗୁଣ୍ଡିଚା ମନ୍ଦିରକୁ ଗଲେ ବଳଦେବଜୀଉ

କେନ୍ଦୁଝର,୮।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଳନ ନେଇ କେନ୍ଦୁଝର ଜିଲା ଉତ୍ସବମୁଖର ହୋଇଉଠିଛି। କେନ୍ଦୁଝର ପୁରୁଣା ସହର ଓ ବଡ଼ଦାଣ୍ଡ ଉଛୁଳି ପଡୁଛି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri