ରାସ୍ତାରେ ଦୀପିକାଙ୍କ ସହ ଦୁର୍ବ୍ୟବହାର କରିଥିଲେ ରୋଡ୍‌ ରୋମିଓ; ଚାପୁଡ଼ା ମାରି ଗାଲ ଲାଲ୍‌ କରିଦେଇଥିଲେ…

ବମ୍ବେ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଦୀପିକା ପାଦ୍ୟୁକୋନ ଜଣେ। ଅଭିନୟ ସାଙ୍ଗକୁ ରୋକ୍‌ଠୋକ୍‌ ସ୍ବଭାବକୁ ନେଇ ସେ ଚର୍ଚ୍ଚାରେ ଥାନ୍ତି। ଏକଦା ସେ ଜଣେ ରୋଡ୍‌ ରୋମିଓଙ୍କୁ ପାନେ ଦେଇଥିଲେ।

ସ୍କୁଲରେ ପଢ଼ୁଥିଲେ ଦୀପିକା। ବାଙ୍ଗାଲୋରର ବ୍ରିଗେଡ ରୋଡ୍‌ରେ ସେ ପରିବାର ସହ ବୁଲାବୁଲି କରିବାକୁ ବାହାରିଥିଲେ। ବାପାଙ୍କ ସହ ଦୀପିକା ଚାଲୁଥିବା ବେଳେ ମା’ଙ୍କ ସହ ତାଙ୍କ ଭଉଣୀ ଥିଲେ। ଏହି ସମୟରେ ହଠାତ ଜଣେ ବ୍ୟକ୍ତି ଦୀପିକାଙ୍କ ଆଡ଼କୁ ଜୋର୍‌ରେ ଆସି ତାଙ୍କ ଦେହରେ ପିଟି ହୋଇଯାଇଥିଲେ। ହଠାତ କିଛି ବୁଝି ପାରି ନ ଥିଲେ ଦୀପିକା। ଘଟଣା ପରେ ସେ ରହି ଯାଇ ବ୍ୟକ୍ତିଙ୍କୁ ପିଛା କରିଥିଲେ। ଶେଷରେ ତାର କଲର୍‌ ଧରି ଜୋରରେ ଚାପୁଡ଼ା ମାରିଥିଲେ।

ଦୀପିକା ଅଭିନେତ୍ରୀ ହେବା ସାଙ୍ଗକୁ ଜଣେ ବ୍ୟାଡମିଣ୍ଟନ ତାରକା ମଧ୍ୟ। ସେ ପିଲାଦିନୁ ମହେଲ ହେବାକୁ ଚାହୁଁଥିଲେ। ପରିବାରଲୋକେ ଏ୍‌ଥିରେ ତାଙ୍କୁ ସମର୍ଥନ କରିଥିଲେ। ୧୬ ବର୍ଷ ଯାଏ ବ୍ୟାଡ୍‌ମିଣ୍ଟନ ଖେଳିବା ପରେ ସେ ୧୭ ବର୍ଷରେ ବମ୍ବେ ଆସିଥିଲେ। ପରେ ୨୦୦୭ରେ ତାଙ୍କୁ ଫିଲ୍ମ ‘ଓମ୍‌ ଶାନ୍ତି ଓମ୍‌’ରେ ସୁଯୋଗ ମିଳିଥିଲା। ସେବେଠାରୁ ସେ ପଛକୁ ଫେରି ଚାହିଁ ନାହାନ୍ତି।

Share