କରିସ୍ମା କପୁରଙ୍କ ପ୍ରେମରେ ପାଗଳ ଥିଲେ ଏହି ଲୋକପ୍ରିୟ ଅଭିନେତା

ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ଏବଂ ଅଭିନେତ୍ରୀ କରିସ୍ମା କପୁରଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ନେଇ ଗୋଟିଏ ସମୟରେ ଚର୍ଚ୍ଚା ଜୋର୍‌ ଧରିଥିଲା। ଏହି ୨ କଳାକାର ପରସ୍ପରଙ୍କୁ ପାଗଳପରି ପ୍ରେମ କରୁଥିଲେ। ସେମାନଙ୍କ ନିର୍ବଦ୍ଧ ଶେଷ ହୋଇଥିବା ମଧ୍ୟ ଶୁଣିବାକୁ ମିଳୁଥିଲା। ହେଲେ କ’ଣ ପାଇଁ ସେମାନଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହେଲା ଆଜି ବି ତାହା ରହସ୍ୟ ହୋଇ ରହିଛି।


ଅଭିଷେକଙ୍କ ଭଉଣୀ ଶ୍ୱେତାଙ୍କ ବିବାହ ସମୟରୁ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ପାଖାପାଖି ୫ ବର୍ଷ ପର୍ଯ୍ୟନ୍ତ କରିସ୍ମା-ଅଭିଷେକ ପରସ୍ପରକୁ ଡେଟ୍‌ କରିଥିଲେ। ଉଭୟ ବିବାହ ମଧ୍ୟ କରିବାକୁ ଚାହୁଁଥିଲେ। ଏହି ସମୟରେ କରିସ୍ମାଙ୍କ ଅଭିନୟ କ୍ୟାରିୟର ସଫଳତାର ଶୀର୍ଷରେ ରହିଥିବା ବେଳେ ଅଭିଷେକଙ୍କ କ୍ୟାରିୟର କିନ୍ତୁ ସେତେଟା ଭଲ ନ ଥିଲା। ତେଣୁ ବିବାହ ପୂର୍ବରୁ କରିସ୍ମାଙ୍କ ମା’ ଅଭିଷେକଙ୍କ ପରିବାର ଆଗରେ କିଛି ସର୍ତ୍ତ ରଖିଥିଲେ। ଯେଉଁଥିପାଇଁ ଉଭୟଙ୍କ ସମ୍ପର୍କରେ ପୂର୍ଣ୍ଣଛେଦ ପଡ଼ିଥିଲା ବୋଲି କୁହାଯାଏ। ଆହୁରି ମଧ୍ୟ ଶୁଣିବାକୁ ମିଳୁଥିଲା, କରିସ୍ମା ବଚ୍ଚନ ପରିବାରର ବୋହୂ ହେବା ପରେ ଅଭିନୟ ଛାଡି ଦିଅନ୍ତୁ ବୋଲି ଅଭିଶେକଙ୍କ ମା’ ଜୟା ବଚ୍ଚନ ଚାହୁଁଥିଲେ। ମାତ୍ର ଏହା କରିସ୍ମାଙ୍କ ପରିବାରଚାହୁଁ ନ ଥିଲେ। ଏହି କାରଣରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭାଙ୍ଗିଯାଇଥିଲା ବୋଲି କୁହାଯାଏ।

Share