ଜଣେ ଝିଅ ପାଇଁ ୨୫ ପୁଅଙ୍କଠାରୁ ମାଡ ଖାଇଥିଲେ ଏହି ପ୍ରସିଦ୍ଧ ଅଭିନେତା

ଅଭିନେତା ରାଜକୁମାର ରାଓ ଆଜି ବଲିଉଡରେ ଜଣେ ଜଣାଶୁଣା ଚେହେରା ପାଲଟିଛନ୍ତି। ରାଜକୁମାର ରାଓ ନିଜର କଠିନ ପରିଶ୍ରମ ସହିତ ଇଣ୍ଡଷ୍ଟ୍ରିରେ ଉଚ୍ଚ ସ୍ଥାନ ହାସଲ କରିଛନ୍ତ। ଆଜି ରାଜକୁମାର ରାଓଙ୍କ ଜନ୍ମଦିନ। ସେ ୩୧ ଅଗଷ୍ଟ ୧୯୮୪ ରେ ହରିୟାଣାର ଗୁରୁଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ରାଗିଣୀ ଏମଏମଏସ, ଶୈତାନ, କାଇ ପୋ ଚେ, ଶାହିଦ ଭଳି ଚଳଚ୍ଚିତ୍ର ସହିତ ବଲିଉଡରେ ନିଜର ଏକ ନାମ ସୃଷ୍ଟି କରିଛନ୍ତି।
ପିଲାଦିନରୁ ରାଜକୁମାର ରାଓ ଅଭିନୟ ପ୍ରତି ଆଗ୍ରହୀ ଥିଲେ। ଜାତୀୟ ପୁରସ୍କାର ପାଇଥିବା ରାଜକୁମାର ରାଓ ଦଶମ ଶ୍ରେଣୀରେ ପଢୁଥିବାବେଳେ ଅଭିନୟ କରିବାକୁ ନିଷ୍ପତ୍ତି ନେଇଥିଲେ। ରାଜକୁମାର ରାଓ ମଧ୍ୟ ଅଧ୍ୟୟନ ସମୟରେ ଥିଏଟର କରୁଥିଲେ। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଅଧ୍ୟୟନ କରିଥିଲେ ଏବଂ ଏଫଟିଆଇଆଇ ପୁଣେର ଯୋଗ୍ୟତା ପରୀକ୍ଷାରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇଥିଲେ। କୁହାଯାଏ ଯେ ତାଙ୍କ କଲେଜ ସମୟରେ ରାଜକୁମାର ଗୁରୁଗ୍ରାମରୁ ସାଇକେଲରେ ଦିଲ୍ଲୀର ନାଟକରେ କାମ କରିବାକୁ ଆସୁଥିଲେ। ସେ କ୍ଷିତିଜ ରେପର୍ଟୋରୀ ଏବଂ ଶ୍ରୀ ରାମ କେନ୍ଦ୍ର ସହିତ ଜଡିତ ଥିଲେ। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଏଆର୍‌ଏସ୍‌ଡି କଲେଜରୁ ସ୍ନାତକ ହାସଲ କରିଥିଲେ। ରାଜକୁମାର କଲେଜ୍‌ରେ ପଢୁଥିବାବେଳେ ଏକ ରୋଚକ ଘଟଣା ଘଟିଥିଲା। ସେ କଲେଜରେ ଏକ ଏମିତି ଝିଅକୁ ଭଲ ପାଇ ବସିଥିଲେ, ଯାହାର ପୂର୍ବରୁ ପ୍ରେମିକ ଥିଲା। ଏହି କାରଣରୁ ଦିନେ ତାଙ୍କୁ କଲେଜରେ ୨୫ ପୁଅ ଏକାଠି ହୋଇ ପିଟିଥିଲେ। ସେତେବେଳେ ବି ଅଭିନୟର ନିଶା ତାଙ୍କ ଠାରେ ଏମିତି ଥିଲା ସେ କହୁଥିଲେ, ମୋ ମୁହଁକୁ ମାରିବ ନାହିଁ, ମୋତେ ଅଭିନେତା ହେବାର ଅଛି।
ରାଜକୁମାର ରାଓ ଏତେ ସହଜରେ ସଫଳତା ପାଇ ନଥିଲେ। ସେ ତାଙ୍କର ଅନେକ ସାକ୍ଷାତକାରରେ କହିଥିଲେ ଯେ ତାଙ୍କୁ ଅନେକ ଥର ପ୍ରତ୍ୟାଖ୍ୟାନର ସାମ୍ନା କରିବାକୁ ପଡିଥିଲା। ସେତେବେଳେ ପକେଟରେ ଟଙ୍କାଟାଏ ନ ଥିଲା। ତଥାପି ଅଭିନୟ ନିଶା ଛାଡି ନ ଥିଲି। ଏହି ଫିଳ୍ମ ଜରିଆରେ ସେ ନିଜ ଅଭିନୟର ଯାଦୁ ଦେଖାଇଥିଲେ। ଏହା ପରେ ଫିଲ୍ମ ‘ଶାହିଦ’ରେ ସେ ଦର୍ଶକଙ୍କ ମନ ଜିଣିଥିଲେ। ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା।

Share