ଏକଦା ଟ୍ରକ୍‌ ଡ୍ରାଇଭରଙ୍କ କଲୋନୀରେ ରହୁଥିଲେ ବିପାଶା, ଏହି କାରଣରୁ ସବୁବେଳେ ପାଖରେ ରଖୁଥିଲେ ହାତୁଡ଼ି

ବମ୍ବେ: ବ୍ୟକ୍ତିଗତ ଜୀବନ ହେଉ ଅଥବା ଅଭିନୟ, ସବୁଥିରେ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ବିପାଶା ବସୁ। ହେଲେ ଜଣେ ମଡେଲରୁ ସୁପର ମଡେଲ ଓ ପରେ ଅଭିନେତ୍ରୀ ହେବାର ଯାତ୍ରା ସେତେଟା ସହଜ ନ ଥିଲା। ଅନେକ ସଂଘର୍ଷ ପରେ ସେ ୨୦୦୧ରେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଅଜନବୀ’ରେ ଡେବ୍ୟୁ କରିଥିଲେ ସେ।

ଆମେରିକାରୁ ଭାରତ ଫେରିବା ପରେ ତାଙ୍କୁ କଳିଙ୍ଗା କଲୋନୀରେ ରହିବାକୁ ପଡ଼ିଥିଲା। ସେତେବେଳେ ଏହା ଡ୍ରାଇଭରଙ୍କ କଲୋନୀ ଥିଲା। ସେଠାରେ ବିପାଶାଙ୍କୁ ବହୁତ ଡର ଲାଗୁଥିଲା। ଏଣୁ ସକାଳୁ ଘରୁ ସେ ବାହାରି ଯାଉଥିଲେ। ନିଜ ପାଖରେ ସେ ସବୁବେଳେ ହାତୁଡ଼ି ରଖୁଥିଲେ। ଏକଦା ବିପାଶା ଫ୍ୟାଶନ ଶୋ’ରେ ଭାଗ ନେଇ ଘରକୁ ଫେରୁଥିବା ବେଳେ କିଛି ଗୁଣ୍ଡା ତାଙ୍କର ପିଛା କରିଥିଲେ। ଏହାଦେଖି ଡ୍ରାଇଭର ଗାଡ଼ିର ସ୍ପିଡ୍‌ ବଢ଼ାଇଥିଲେ। ସେଦିନକୁ ଆଜି ଯାଏ ଭୁଲିନାହାନ୍ତି ବିପାଶା।

Share