ବଲିଉଡ୍ର ଚର୍ଚ୍ଚିତ ଯୋଡି ମଧ୍ୟରୁ ଅନ୍ୟତମ ଦୀପିକା ପାଦୁକୋନ, ରଣବୀର ସିଂହଙ୍କ ଯୋଡି। ଏହି ଯୋଡି ଇଟାଲୀରେ ବିବାହ କରିଥିଲେ। ଭାରତ ଫେରିବା ପରେ ସେମାନେ ନିଜ ବନ୍ଧୁ, ସାମ୍ବାଦିକ ଏବଂ ବଲିଉଡ୍ ବନ୍ଧୁଙ୍କୁ ଅଲଗା ଅଲଗା ପାର୍ଟି ଦେଇଥିଲେ। ସେମାନଙ୍କ ବିବାହକୁ ଏବେ ବର୍ଷ ପୂରଣ ହେବାକୁ ଯାଉଛି। ତେବେ ଏହି ଯୋଡିଙ୍କ ରିସପଶନ ପାର୍ଟିରେ ବଲିଉଡ୍ର ଜଶେ ଅଭିନେତ୍ରୀ ଜବରଦସ୍ତି ସାମିଲ ହୋଇଥିଲେ। ସେ ହେଲେ କୁବ୍ରା ସତ୍। ନିଜେ କୁବ୍ରା ଏବେ ଏହି କଥା କହିଛନ୍ତି।
କୁବ୍ରା କହିଛନ୍ତି, ୨୦୧୮ରେ ତାଙ୍କର ଏକ ଓ୍ବେବ୍ ସିରିଜ୍ ରିଲିଜ୍ ହୋଇଥିଲା। ଉକ୍ତ ସମୟରେ ରଣବୀର ତାଙ୍କୁ ମେସେଜ୍ କରିଥିଲେ। ଲେଖିଥିଲେ, କଣ ବସ୍, ତମେ ତ ବହୁତ ଦମ୍ଦାର। ଏହା ପରେ କୁବ୍ରା ଲେଖିଥିଲେ, ନିଜ ବିବାହରେ ମତେ ଡାକିବାକୁ ଭୁଲିବ ନାହିଁ। ଏହିପରି ଭାବେ ସେ ଜରବଦସ୍ତି ରଣବୀରଙ୍କ ରିସରପଶନ ପାର୍ଟିରେ ଶାମିଲ ହୋଇଥିଲେ ବୋଲି କହିଛନ୍ତି । କୁବ୍ରା ୨୦୧୯ରେ ରଣବୀରଙ୍କ ସହ ଫିଲ୍ମ ‘ଗଲି ବୟ’ରେ ଏକତ୍ର କାମ କରିସାରିଛନ୍ତି।