ସଞ୍ଜୟ ସବୁବେଳେ ନିଜ ରୁମ୍‌ରେ ରହୁଥିବାରୁ, ନର୍ଗିସ କହିଥିଲେ ଏଭଳି

ମୁମ୍ବାଇ: ହିନ୍ଦି ସିନେମା ଚଳଚ୍ଚିତ୍ର ଜଗତରେ ଅଭିନେତ୍ରୀ ନର୍ଗିସ ଦତ୍ତ ହେଉଛନ୍ତି ଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ। ଖୁବ୍‌ କମ୍‌ ବୟସରେ ସେ ଶିଶୁ କଳାକାର ଭାବେ ଅଭିନୟ କ୍ଷେତ୍ରରେ ଡେବ୍ୟୁ କରିଥିଲେ। ସେ ଆଜି ଏହି ଦୁନିଆରେ ନାହାନ୍ତି ସତ, କିନ୍ତୁ ତାଙ୍କ ଶ୍ରେଷ୍ଠ ଅଭିନୟର ଯାଦୁ ଏବେ ବି ଲୋକଙ୍କ ହୃଦୟରେ ଜିବୀତ ହୋଇ ରହିଛି। ନର୍ଗିସ ବଲିଉଡ୍‌ରେ ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ପିଲ୍ମ ଦେଇ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ତେବେ ତାଙ୍କର ବ୍ୟକ୍ତିଗତ ଜିବନୀ କଥା କହିବାକୁ ଗଲେ ପୁଅ ସଞ୍ଜୟ ଦତ୍ତଙ୍କ ସହ ନର୍ଗିସ ସ୍ପେଶାଲ ବଣ୍ଡ୍‌ ଶେୟାର କରିଥାନ୍ତି। ନର୍ଗିସଙ୍କୁ କ୍ୟାନସର ଥିବାରୁ ବହୁ କମ୍‌ ସମୟରେ ତାଙ୍କର ଦେହାନ୍ତ ଘଟିଥିଲା।

ସଞ୍ଜୟଙ୍କୁ ଯେତେବେଳେ ୨୨ବର୍ଷ ହୋଇଥିଲା ସେତେବେଳେ ମା’ ନର୍ଗିସ ତାଙ୍କୁ ଛାଡ଼ି ଚିରନିଦ୍ରାକୁ ପଳାଇଥିଲେ। ଜୁନ ୧ରେ ନର୍ଗିସଙ୍କ ଜନ୍ମଦିନ ଅବସରରେ ପୁଅ ସଞ୍ଜୟ ଦତ୍ତ ଓ ଝିଅ ନମ୍ରତା ତାଙ୍କୁ ମନେପକାଇଛନ୍ତି। ଏହି ଅବସରରେ ଭଉଣୀ ନମ୍ରତା ସଞ୍ଜୟଙ୍କ ବାୟୋଗ୍ରାଫି ବିଷୟରେ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ସେ କହିଛନ୍ତି, ପିଲାଦିନେ ସଞ୍ଜୟଙ୍କ ସହ ନର୍ଗିସ କଠୋର ହେବାକୁ ଚେଷ୍ଟା କରନ୍ତି, କିନ୍ତୁ ଶେଷରେ ତାଙ୍କର ସବୁ ଡିମାଣ୍ଡକୁ ପୂରଣ କରିଥାନ୍ତି। ଥରେ ନର୍ଗିସ ସଞ୍ଜୟଙ୍କୁ ନେଇ ଚିନ୍ତିତ ଥିବା ବେଳେ ତାଙ୍କ ମନକୁ ଏକ ଭ୍ରାନ୍ତ ଧାରଣା ଆସିଥିଲା। ଯେତେବେଳେ ସାଙ୍ଗମାନେ ଘରକୁ ଆସନ୍ତି ସେତେବେଳେ ସଞ୍ଜୟ ରୁମ୍‌ ବନ୍ଦ କରିକି ରଖିଥାନ୍ତି ବୋଲି ମା’ ତାଙ୍କ ସାଙ୍ଗକୁ କହିଥିଲେ। ଏଥିସହ ସେ ତାଙ୍କ ସାଙ୍ଗକୁ କହିଥିଲେ, ଏଥିରେ କିଛି ବଡ଼ ରହସ୍ୟ ଅଛି କି, ଆଶା କରୁଛି ସେ ସମଲିଙ୍ଗୀ ନ ହୋଇଥାଉ। ତେବେ ମା’ଙ୍କ ଏଭଳି ଭାବନାରେ ନମ୍ରତା ମଧ୍ୟ ସେହି ସମୟରେ ଚକିତ ହୋଇପଡ଼ିଥିଲେ।

Share